ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ଣ ଦୁର୍ବଳକରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସକରେ। ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷଗୁଡ଼ିକୁ ବଳଶାଳୀ କରିପାରିବ? ଉତ୍ତର- ହଁ ଅଛି, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।“

ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ ଶରୀରର କୋଷଗୁଡ଼ିକୁ ରୁଗ୍ଣ ଦୁର୍ବଳ କରି ବ୍ୟାଧି ପ୍ରତିରୋଧକ କ୍ଷମତାକୁ ହ୍ରାସ କରେ। ଏହି ଔଷଧ ବ୍ୟତୀତ ଅନ୍ୟ କୌଣସି ପ୍ରାକୃତିକ ଔଷଧ ନାହିଁ ଯାହାକି ଏହାଠୁ ଅତି ଉନ୍ନତ କାର୍ଯ୍ୟ କରିବା ସହ ବ୍ୟାଧି ପ୍ରତିରୋଧ ଶକ୍ତିକୁ ଶରୀରରେ ବୃଦ୍ଧିକରି କୋଷଗୁଡ଼ିକୁ ବଳଶାଳୀ କରିପାରିବ? ଉତ୍ତର- ହଁ ଅଛି, ମାତ୍ର ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ଆବଶ୍ୟକ।
ସୁଖ ପ୍ରସବ ନିମନ୍ତେ ମାଆ ପ୍ରତ୍ୟହ କିଛି ହାଲୁକା ପରିଶ୍ରମ କରିବେ, ସୁଷମ ଖାଦ୍ୟ ଖାଇବେ ଓ ଆୟୁର୍ବେଦ ଚିକିତ୍ସକ ପରାମର୍ଶାନୁଯାୟୀ ପ୍ରାକୃତିକ ଭେଷଜ ସେବନ କରିବେ। ଏତଦ୍‌ବ୍ୟତୀତ ଶିଶୁ ଜନ୍ମ ପରେ ମାଆକୁ ତ୍ରିକଟୁ ଘୃତ ମିଶ୍ରିତ ଅନ୍ନ ସେବା କରାଇବା, ସାଧାରଣ କାଶ, ଥଣ୍ଡା ହେଲେ ବାସଙ୍ଗପତ୍ର ସ୍ବରସ ମହୁ, ତୁଳସୀ ପତ୍ରର ସ୍ବରସ ମହୁ ସେବନ କରାଇଲେ ଥଣ୍ଡା ସହ ଟନ୍‌ସିଲାଇଟିସ୍‌ ପାଇଁ ଉପକାରୀ। ପିଲାଙ୍କ ପତଳା ଝାଡ଼ାରେ ଜାଇଫଳ ଘୋରା ମହୁ ଦେଲେ ଆରୋଗ୍ୟ ହୁଏ। ସେହିପରି ବୟସ୍କ ବ୍ୟକ୍ତିଙ୍କ ମ୍ୟାଲେରିଆ ଜ୍ୱରରେ ଗଙ୍ଗଶିଉଳି ପତ୍ର ରସ ମହୁ ସେବନ କଲେ, ଡେଙ୍ଗୁ ରୋଗୀର ପ୍ଲାଟିଲେଟ୍‌ସ କମିଗଲେ ଅମୃତଭଣ୍ଡା ପତ୍ର ରସ ସେବନ କଲେ ଭଲ ହୁଏ। ଏତଦ୍‌ବ୍ୟତୀତ ଗୁଳଞ୍ଚ ସ୍ବରସ ମଧ୍ୟ ଏଥିରେ ଉତ୍ତମ କାର୍ଯ୍ୟକରେ। ଅଣ୍ଟା ବ୍ୟଥା, ବାତରୋଗ ତଥା ଦେହ ହାତ ସର୍ବାଙ୍ଗ ବ୍ୟଥାରେ ବେଗୁନିଆ, ଭୃସଙ୍ଗ, ଗନ୍ଧାଳି ପତ୍ର ରସ ମାତ୍ରାନୁଯାୟୀ ସେବନ କଲେ ଆରୋଗ୍ୟ ହୁଏ। ଚାଳିଶ ବୟସ ପରେ ଆସ୍ତେ ଆସ୍ତେ ଅସ୍ଥି କ୍ଷୟହେବାକୁ ଲାଗେ ଓ ସ୍ତ୍ରୀ ଲୋକଙ୍କ ହରମୋନ କ୍ଷରଣ ବନ୍ଦ ହେବା ପରେ ଅଷ୍ଟିଓପୋରସିସ୍‌ ହେବା ଦେଖାଯାଏ। ଏହାକୁ ମୌସୁମୀ, ସନ୍ତରାଇ ରସ ପ୍ରତିରୋଧ କରେ। ଏତଦ୍‌ ସଙ୍ଗେ ସଙ୍ଗେ ସଜନା ଶାଗ, ମୁଗଗଜା, କ୍ଷୀର, ପାଳଙ୍ଗ ଇତ୍ୟାଦି ଶାଗ ସେବନ କରିବା ସହ ସକାଳ ଓ ସନ୍ଧ୍ୟା ସୂର୍ଯ୍ୟ କିରଣରେ ଅଧଘଣ୍ଟା ବସିଲେ ବା ଭ୍ରମଣ କଲେ ଅସ୍ଥି ଭଗ୍ନ ହୁଏ ନାହିଁ।
ମଧୁମେହ ଏହା ମଧ୍ୟ ଏକ ନୀରବ ଘାତକ । ଏହା ଭଲ ନ ହୋଇ ଅନ୍ୟ ରୋଗକୁ ଆମନ୍ତ୍ରଣକରେ ଏଥିରେ ଖାଲି ଏଲୋପ୍ୟାଥକ୍‌ ଔଷଧ ବ୍ୟବହାର କଲେ ପାଓ୍ବାର ବଢ଼ିି ଚାଲି ଇନ୍‌ସ୍ୟୁଲିନ୍‌ ନେବାକୁ ପଡ଼େ, ମାତ୍ର ଯଦି ରୋଗୀ ଏଲୋପ୍ୟାଥିକ୍‌ ଔଷଧ ସହ ପ୍ରାକୃତିକ ଔଷଧ ସେବନ କରେ ତେବେ ଏହାର ପାଓ୍ବାର କମି କମି ଚାଲେ । ଏହିପରି ଚର୍ମରୋଗରେ ନିମ୍ବପତ୍ର କ୍ୱାଥରେ ଆକ୍ରାନ୍ତ ସ୍ଥାନ ଧୌତକରି ଗନ୍ଧକ ମଲମ ଲଗାଇବା ସହ ହରିଦ୍ରା ଚୂର୍ଣ୍ଣ ସେବନରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ, ଯୌନ ରୋଗରେ ତୋପଚିନି ଚୂର୍ଣ୍ଣ ଓ ସ୍ନାୟୁ ଦୌର୍ବଲ୍ୟରେ ଅଶ୍ୱଗନ୍ଧା ଚୂର୍ଣ୍ଣ ଅତିବ ଲାଭକାରୀ। ଏହିପରି ବିଭିନ୍ନ ଜଟିଳ ଅସାଧ୍ୟ ବ୍ୟାଧିରୁ ଚିର ଆରୋଗ୍ୟ ନିମନ୍ତେ ଆୟୁର୍ବେଦରେ ସଫଳ ଉପଚାର ପାଇଁ ସୁନାମ ରହିଅଛି । କେତେକ ପାରମ୍ପରିକ ଚିକିସତ୍କଙ୍କ ନିକଟରେ ମଧ୍ୟ ଏଲୋପ୍ୟାଥିକ୍‌ରୁ ଫେରି ଆସିଥିବା ରୋଗୀ ଅସ୍ଥିଭଗ୍ନ ହୋଇଥିବାବେଳେ ଚେରମୂଳି, ପଟ୍ଟି ଚିକିସତ୍ାରୁ ଆରୋଗ୍ୟ ହେବା ଦେଖାଯାଉ ଅଛି । ଏହି ଦୁର୍ଲଭ ଚିକିସତ୍ା, ଚିକିସତ୍କ ଗଣ ପ୍ରୋତ୍ସାହନ ଓ ସରକାରଙ୍କ ଆନ୍ତରିକତା ଅଭାବରୁ ପୁରୁଷାନୁକ୍ରମେ ଲୋପହେବାକୁ ବସିଲାଣି। ତେଣୁ ଏମାନଙ୍କୁ ପ୍ରୋସତ୍ାହିତକରି ଏବଂ ଏମାନେ ଚିକିସତ୍ା କରୁଥିବା ପ୍ରଣାଳୀକୁ ବୈଜ୍ଞାନିକ ଭିତ୍ତିରେ ପରୀକ୍ଷା ନିରୀକ୍ଷା କରି ଲୋକଲୋଚନକୁ ଆଣିବା ଉଚିତ । ନଚେତ୍‌ ଭବିଷ୍ୟତରେ ଖାଦ୍ୟ ସହ ଏଲୋପ୍ୟାଥିକ ଔଷଧ ପୁଟୁଳି ବେକରେ ଝୁଲାଇ ଆବାଳ ବୃଦ୍ଧ ବନିତା ସମସ୍ତେ ବୁଲିବେ। ରୋଗ ଓ ରୋଗୀ ସଂଖ୍ୟା ନ କମି କ୍ରମଶଃ ବୃଦ୍ଧି ପାଇବ। ଏଥି ନିମନ୍ତେ ସରକାର ଦୃଷ୍ଟିଦେବା ଆବଶ୍ୟକ ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

ଅଧରାତିରେ ପ୍ରଧାନ ଶିକ୍ଷୟିତ୍ରୀ-ରାତ୍ର ଜଗୁଆଳିଙ୍କୁ ହାଣିଲେ ଦୁର୍ବୃତ୍ତ:କ୍ଲିନିକ୍‌ ଯାଉଥିବାବେଳେ…

ବାରିପଦା,୨୧।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତଙ୍କ ମରଣାନ୍ତ୍ରକ ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ…

ଚଳନ୍ତା ବସରେ ଲାଗିଲା ନିଆଁ: ଯାତ୍ରା କରୁଥିଲେ ବିଧାୟକ, ଆଉ ତା’ପରେ…

ପଟ୍ଟାଙ୍ଗି,୨୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡିଶାକୁ ଲାଗି ରହିଥିବା ଆନ୍ଧ୍ର ରାଜ୍ୟର ବିଜୟନଗରମ ଜିଲା ଅଧିନସ୍ଥ ରାମ୍ପଦ୍ରପୁରମ ନିକଟସ୍ଥ ତାରାପୁରମ ଗ୍ରାମ ନିକଟରେ…

ବସୁଧା ଯୋଜନା ଅପହଞ୍ଚ: ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି ୨୧।୩ ( ଅରୁଣ ସାହୁ ) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବାଞ୍ଜାମାହା ଗାଁ ନାହୁଡ଼ିମାହା ସାହି ଏବଂ ପାଙ୍ଗାମାହାରେ ଜଳ…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri