ଔଷଧ ଦୋକାନ ଉପରେ ଚଢ଼ାଉ

ରାୟଗଡ଼ା ଅଫିସ,୨୧।୧-ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସହରର ସମସ୍ତ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଡ୍ରଗ୍ସ ଇନ୍‌ସପେକ୍ଟର ପ୍ରିୟରଞ୍ଜନ ନାୟକଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା। ସହରରେ ଥିବା ଔଷଧ ଦୋକାନଗୁଡ଼ିକର କାଗଜପତ୍ର ଯାଞ୍ଚ୍‌ କରିବା ସହ ଔଷଧର ମାନ ପରୀକ୍ଷା ପାଇଁ ଔଷଧଗୁଡ଼ିକୁ ଜବତ କରାଯାଇଛିା ଏଥିସହ ମେଡ଼ିକାଲ ଷ୍ଟୋର ଓ ପାଥୋଲଜିଗୁଡ଼ିକର ଲାଇସେନ୍ସ ଓ ଏହାର ବୈଧତା ଯାଞ୍ଚ କରାଯାଇଛି। ଦୋକାନମାନଙ୍କରେ ଥିବା କଫ୍‌ ସିରପଗୁଡ଼ିକୁ ଜବତ କରାଯାଇଛି। କେତେକ ଔଷଧ ଦୋକାନର କାଗଜପତ୍ର ଠିକ ନ ଥିବା ଯୋଗୁ ସେଗୁଡ଼ିକ ଯାଞ୍ଚ୍‌ କରାଯାଇ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍‌ସ ଇନ୍‌ସପେକ୍ଟର ସୂଚନା ଦେଇଛନ୍ତି। ତେବେ କେତେକ ସ୍ଥାନରେ ବେଆଇନ ଭାବରେ ଔଷଧ ଦୋକାନ କରାଯାଇଥିବା ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଏହି ଯାଞ୍ଚ କାର୍ଯ୍ୟକ୍ରମ ହୋଇଛି ା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଥିବା ମଣିକନଟା ମେଡ଼ିକାଲ ଷ୍ଟୋରରେ ଏହି ଚଢ଼ାଉ ହୋଇଥିଲା।