ଔପଦା ଚାଷୀ ଆମତ୍ହତ୍ୟା ଘଟଣା: ତଦନ୍ତ କଲେ ତହସିଲଦାର

ଔପଦା, ୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବଡ଼ପୋଖରୀ ପଞ୍ଚାୟତ ବଡ଼ପୋଖରୀ ଗ୍ରାମର ଚାଷୀ ପ୍ରଦୀପ ପାତ୍ର (୩୯) ଋଣ ଭାର ସହି ନ ପାରି ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। କଟକ ବଡ଼ଡାକ୍ତରଖାନାରେ ଗତ ୮ ତାରିଖ ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପାଇଁ ଔପଦା ତହସିଲଦାର ସୋମବାର ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ପାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏ ବିଷୟରେ ଔପଦା ତହସିଲଦାର ତଥା ବିଡ଼ିଓ ପିତାମ୍ବର ଭୋଇଙ୍କ ସହ ଯୋଗାଯୋଗ କରିବାରୁ ସେ ତଦନ୍ତ ପ୍ରକ୍ରିୟା ଚାଲିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ ସରକାରୀ ସହାୟତା ପାଇଁ ସୁପାରିସ୍‌ କରାଯିବ ବୋଲି କହିଛନ୍ତି। ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହେଉଥିବା ବିଷୟ ଅନୁଭୂତ ହେଉଛି।