ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ। ଭୋପାଳକୁ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରୁ ଏହା ସ୍ପଷ୍ଟ ହେବା ପରେ ଆତଙ୍କ ଖେଳିଯାଇଛି। ଗତ ଦୁଇଦିନ ହେବ ଏହି ଫାର୍ମରେ ଅନେକ କୁକୁଡ଼ା ମରୁଥିଲେ। ତେଣୁ ପରୀକ୍ଷା ପାଇଁ ଭୋପାଳ ଟେଷ୍ଟିଂ ଲ୍ୟାବ୍‌କୁ ନମୁନା ପଠାଯାଇଥିଲା। ସୋମବାର ପହଞ୍ଚତ୍ବା ରିପୋର୍ଟରୁ ବାର୍ଡ ଫ୍ଲୁ ଭୂତାଣୁ ସ୍ପଷ୍ଟ ହୋଇଛି। ମଙ୍ଗଳବାରଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ଓୟୁଏଟି ପାଥୋଲୋଜି ବିଭାଗ ମୁଖ୍ୟ ଡା. ସୁଶେନ କୁମାର ପଣ୍ଡା କହିଛନ୍ତି। ସେପଟେ ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏହାର ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ୧ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଓ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ନିରୀକ୍ଷଣ ଅଞ୍ଚଳ ରୂପେ ଘୋଷଣା କରାଯାଇଛି। ସଂକ୍ରମିତ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତି ଦିଆଯିବ। ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡର ପରି ବିଶୋଧକ ପ୍ରୟୋଗ କରାଯିବ। ସଂକ୍ରମିତ ଅଞ୍ଚଳର ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡର ଦ୍ୱାରା ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି। କୁକୁଡ଼ାମରା ଅଭିଯାନ ଓ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ୧୨ ତ୍ୱରିତ କାର୍ଯ୍ୟକାରୀ ଦଳ (ରାପିଡ୍‌ ରେସ୍‌ପନ୍ସ ଟିମ୍‌) ନିଯୁକ୍ତ କରାଯାଇଛି। ଏଥିମଧ୍ୟରୁ ୭ ଟିମ୍‌କୁ କୁକୁଡ଼ା ମରା ଓ ପୋତିବା ଦାୟିତ୍ୱ ଦିଆଯାଇଛି। ସେମାନେ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହିତ ୧ କି.ମି. ବ୍ୟାସର୍ଦ୍ଧ ଅଞ୍ଚଳରେ ରହିଥିବା ମାଂସ ଦୋକାନ ଏବଂ ଅନ୍ୟାନ୍ୟ ଫାର୍ମରେ ଥିବା କୁକୁଡ଼ାଙ୍କୁ ମାରି ପୋତିବେ। ଏଥିସହିତ ଘର ଘର ବୁଲି ପାଳିତ କୁକୁଡ଼ାକୁ ମାରିବା ବ୍ୟବସ୍ଥା କରିବେ। ସେହିପରି ୫ ଟିମ୍‌ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଟିମ୍‌ଗୁଡ଼ିକ ନିୟମିତ ବ୍ୟବଧାନରେ ସନ୍ଦିଗ୍ଧ କୁକୁଡ଼ାଙ୍କଠାରୁ ରକ୍ତ, ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା କରିବେ।
ଅନ୍ୟପକ୍ଷରେ ବାର୍ଡ ଫ୍ଲୁ ଆଶଙ୍କାରେ ମଙ୍ଗଳବାରଠାରୁ ନନ୍ଦନକାନନ ପକ୍ଷୀ ବିହାରକୁ ବନ୍ଦ ରଖାଯାଇଛି। ସ୍ଥିତିକୁ ଦେଖି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପକ୍ଷୀ ବିହାର ଖୋଲାଯିବ ନାହିଁ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
ଜାରି ହେଲା କଟକଣା
ବାର୍ଡ ଫ୍ଲୁ ନିୟନ୍ତ୍ରଣର ପ୍ରାଥମିକ ପଦକ୍ଷେପ ସ୍ବରୂପ କେତେକ କଟକଣା ଜାରି କରାଯାଇଛି। କୌଣସି କୁକୁଡ଼ା ବା କୁକ୍କୁଟଜାତୀୟ ପକ୍ଷୀ କିମ୍ବା କୁକୁଡ଼ା ସହ ଜଡ଼ିତ ପଦାର୍ଥ ସଂକ୍ରମିତ ସ୍ଥାନର ୧ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରୁ ବାହାରକୁ ଚାଲାଣ କରାଯାଇପାରିବ ନାହିଁ। ସରକାରଙ୍କ ପକ୍ଷରୁ ‘ଜୀବାଣୁମୁକ୍ତ ପ୍ରମାଣପତ୍ର’ ପ୍ରଦାନର ୯୦ଦିନ ପରେ ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ କୁକ୍କୁଟଜାତୀୟ ପଦାର୍ଥର ବ୍ୟବସାୟ କରାଯାଇପାରିବ। ଏହି ଭାଇରସ୍‌ ମନୁଷ୍ୟଙ୍କୁ ଆକ୍ରାନ୍ତ କରିବା କ୍ୱଚିତ ଦେଖାଯାଇଥାଏ। ତେଣୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri