Categories: ବାଣିଜ୍ୟ

ଓ୍ବିଲ୍‌ଫୁଲ ଡିଫଲ୍ଟରଙ୍କ ଖାତାରେ ରହିଛି ୧,୫୦,୦୦୦ କୋଟି

ନୂଆଦିଲ୍ଲୀ,୩-୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୨୦୧୮-୧୯ରେ ୧.୫୦ ଲକ୍ଷ କୋଟି (୨୧.୭୬ ବିଲିୟନ ଡଲାର) ଟଙ୍କାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ଭାବେ ଦର୍ଶାଇଛି। ଏଥିମଧ୍ୟରୁ ଏକ ତୃତୀୟାଂଶ ଅର୍ଥ ଏସ୍‌ବିଆଇର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ସଂସଦରେ ପ୍ରକାଶ କରିଛନ୍ତି। ଭାରତୀୟ ଆଇନ ଅନୁସାରେ କୌଣସି ବ୍ୟବସାୟୀ/ପ୍ରମୋଟର ଏବଂ କମ୍ପାନୀ ଜାଣିଶୁଣି ଋଣ ଅର୍ଥ ଫେରସ୍ତ ନ କଲେ ଏହାକୁ ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ କୁହାଯାଏ। ଷ୍ଟେଟ୍‌ ବ୍ୟାଙ୍କର ସର୍ବାଧିକ ୪୬୧.୫୮ ବିଲିୟନ ଟଙ୍କା ଓ୍ବିଲ୍‌ଫୁଲ୍‌ ଡିଫଲ୍ଟ ହୋଇଥିବା ବେଳେ ୨୫୦.୯ ବିଲିୟନ ଟଙ୍କା ସହ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୍ୟାଙ୍କ ଅଫ୍‌ ଇଣ୍ଡିଆ ୯୮.୯ ବିଲିୟନ ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି ବୋଲି ସୀତାରାମନ୍‌ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ଅନୁଯାୟୀ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମୋଟ ଋଣ ଓ ଅଗ୍ରିମ ପରିମାଣ ୬୩୮.୨ ବିଲିୟନ ଟଙ୍କାରେ ପହଞ୍ଚତ୍ଛି। ବିଶିଷ୍ଟ ଉଦ୍ୟୋଗପତି ବିଜୟ ମାଲ୍ୟା, ନୀରବ ମୋଦି,ମେହୁଲ ଚୋକ୍‌ସି ବିଦେଶ ଫେରାର ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଓ୍ବିଲ୍‌ଫୁଲ୍‌ ଡିଫଲ୍ଟର ଆଇନକୁ ଆହୁରି ଦୃଢ଼ କରିବାରେ ଲାଗିଛନ୍ତି।

Share