Categories: ଜାତୀୟ

ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ନ୍ୟାସନାଲ୍‌ ଓ୍ବାର ମେମୋରିଆଲରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶର ସୁରକ୍ଷାରେ କର୍ତ୍ତବ୍ୟ କରୁଥିବା ସମୟରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଛି। ସିଡିଏସ୍‌ଜେନେରାଲ ବିପିନ ରାଓ୍ବତ, ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍‌.କେ.ଏସ୍‌ ଭଦୋରିୟା ମଧ୍ୟ ନ୍ୟାସନାଲ୍‌ ଓ୍ବାର ମେମୋରିଆଲରେ ଶହୀଦ୍‌ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share