ବ୍ରହ୍ମପୁର ଅଫିସ୍,୧୫ା୯-ଅନେକ ବର୍ଷ ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍(ଓସିଏ) ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୭ତାରିଖରେ ନିର୍ବାଚନ ହେବ। ଏଥିରେ ମୋଟ ୭୩ଜଣ ଭୋଟର୍ଙ୍କ ନାମ ପ୍ରକାଶ କରାଯାଇଛି। ଭୋଟର୍ ହେବା ପାଇଁ ବିଭିନ୍ନ ସଂଘ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକରୁ ଆବେଦନ କରାଯାଇଥିଲେ ମଧ୍ୟ ମାତ୍ର ୭୩ ନାମକୁ ହିଁ ସ୍ବୀକୃତି ମିଳିଛି । ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ତରଫରୁ ସମ୍ପାଦକ ଅଶୋକ କୁମାର ସାହୁଙ୍କ ନାମ ଭୋଟର୍ ତାଲିକାରେ ରହିଛି । ଏହାକୁ ନେଇ ବିବାଦ ଦେଖାଦେଇଛି। କାରଣ ଜିଡିସିଏ ପଦାଧିକାରୀଙ୍କୁ ନେଇ ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏଣୁ ଭୋଟର୍ ତାଲିକାରେ ଅଶୋକଙ୍କ ନାମକୁ ଚ୍ୟାଲେଞ୍ଜ କରିଛନ୍ତି ସଭାପତି ରମେଶ ଚନ୍ଦ୍ର ପାତ୍ର। ଏନେଇ ସେ ଲିଖିତ ଭାବେ ଓସିଏ ନିର୍ବାଚନ ଅଧିକାରୀ ଏମ୍.ଏଲ୍.ମଜୁମଦାର୍, ବିସିସିଆଇ ପାଇଁ ସୁପ୍ରିମ୍କୋର୍ଟ ପକ୍ଷରୁ ନିଯୁକ୍ତ ଆମିକଶ୍କ୍ୟୁରୀ ପି.ଏସ୍. ନରସିଂହାଙ୍କୁ ଜଣାଇଛନ୍ତି ।
ଚିଠିରେ ସଭାପତି ରମେଶ ଉଲ୍ଲେଖ କରିଛନ୍ତି, ଜିଡିସିଏର ଅଧିକାଂଶ ସଦସ୍ୟ ଏବଂ ପ୍ରତିଷ୍ଠାତା ଓ ଆଜୀବନ ସଦସ୍ୟମାନେ ତାଙ୍କ ନାମକୁ ଭୋଟର୍ ତାଲିକାରେ ଯୋଡ଼ିବାକୁ ଓସିଏକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ସଂଘ ପଦାଧିକାରୀଙ୍କ ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କିତ ଏକ ମାମଲା ଆଡିସିନାଲ୍ ସିନିୟର୍ ସିଭିଲ ଜଜ୍ଙ୍କ କୋର୍ଟରେ ରୁଜୁ ହୋଇଥିଲା। ଶୁଣାଣି ପରେ ସଂଘ ସଭାପତି ଭାବେ ରମେଶଙ୍କ ନାମକୁ ସ୍ବୀକୃତି ମିଳିଥିଲା।
ଅନ୍ୟପଟେ ଗତ ବର୍ଷ ଜୁଲାଇରେ ସଂଘ ପଦାଧିକାରୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ନିର୍ବାଚନକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଥିଲା ।
ମତଦାନ ହୋଇଥିଲେ ମଧ୍ୟ ଫଳାଫଳ ଶୁଣାଣି ଉପରେ ରୋକ୍ ଲଗାଇଥିଲେ ଜିଲା ଜଜ୍ କୋର୍ଟ। ଏଯାଏ ନିର୍ବାଚନ ଫଳ ଘୋଷଣା ହୋଇନାହିଁ। ଏଭଳି ସ୍ଥଳେ ଅଶୋକଙ୍କ ନାମ ଓସିଏ ଭୋଟର୍ ତାଲିକାରେ କେମିତି ରହିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜିଡିସିଏ ପକ୍ଷରୁ କେବଳ ସେ ହିଁ ଭୋଟର୍ ତାଲିକାରେ ରହିପାରିବେ ବୋଲି ରମେଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଏପରିକି ଜିଡିସିଏ ପଦାଧିକାରୀଙ୍କୁ ନେଇ ବିଭିନ୍ନ କୋର୍ଟରେ ରୁଜୁ ହୋଇଥିବା ମାମଲା ଏବଂ ତାର ଶୁଣାଣିଗୁଡ଼ିକର ନକଲ ସେ ନିଜ ଦାବିପତ୍ର ସହ ଯୋଡ଼ିଛନ୍ତି। ଏଥି ସହ ଓସିଏର ପୂର୍ବ ପଦାଧିକାରୀଙ୍କୁ ମଧ୍ୟ ସେ ଏହି ମାମଲାରେ ସମାଲୋଚନା କରିଛନ୍ତି।
ଉପରେ ଅଧିକାରକୁ ନେଇ ଅନେକ ବର୍ଷ ହେଲା ବିବାଦ ଲାଗି ରହିଛି। ପୂର୍ବରୁ ଏ ସମ୍ପର୍କରେ ଏକ ମାମଲା ବ୍ରହ୍ମପୁର ଆଡିସିନାଲ୍ ସିନିୟର୍ ସିଭିଲ ଜଜ୍ଙ୍କ କୋର୍ଟରେ ଚାଲିଥିଲା।
୨୦୧୮ ଫେବୃୟାରୀ ୨୮ରେ କୋର୍ଟ ଏହାର ରାୟ ଶୁଣାଇଥିଲେ। ୨୦୦୫ ମାର୍ଚ୍ଚ ୬ରେ ସଂଘର ଯେଉଁ ପଦାଧିକାରୀମାନେ ରହିଥିଲେ, ସେମାନେ ପୁନଃ ସେହି ପଦବୀଗୁଡ଼ିକରେ ରହିବେ ବୋଲି କୋର୍ଟ ରାୟ ଦେଇଥିଲେ। ଏଥି ସହ ପୁଣି ଥରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଡିସିଏ ନିର୍ବାଚନ ପାଇଁ ୨୦୧୮ ଜୁଲାଇରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ୨୦୧୮ ଜୁଲାଇରେ ସଭାପତି ରମେଶ ପାତ୍ର ଏବଂ ପୂର୍ବତନ ସମ୍ପାଦକ ଡବ୍ଲୁ.ଭି. ରାଜା ଜିଲା ଜଜ୍ କୋର୍ଟରେ ଏକ ମାମଲା ଦାଏର କରିଥିଲେ। ନିର୍ବାଚନ ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ଉପରେ ଅଙ୍କୁୁଶ ଲଗାଇଥିଲେ । ଜୁଲାଇ ୨୨ରେ ନିର୍ବାଚନ ହୋଇଥିଲା। ୧୧ ପଦବୀ ଥିଲେ ମଧ୍ୟ ୧୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଏଯାଏ ଏହି ନିର୍ବାଚନର ଫଳ ଘୋଷଣା ହୋଇନାହିଁ ।
ସମ୍ପର୍କରେ ସମ୍ପାଦକ ଅଶୋକ ସାହୁଙ୍କୁ ପଚାରିବାରୁ ଗତ ୧୧ତାରିଖରେ ଜିଡିସିଏର ଏକ୍ଜିକ୍ୟୁଟିଭ୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଡିସିଏ ପକ୍ଷରୁ ମୋ ନାମକୁ ଭୋଟର୍ ତାଲିକାରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ଓସିଏକୁ ଅବଗତ କରାଯାଇଥିଲା। ତଦନୁଯାୟୀ ଓସିଏ ଭୋଟର୍ ତାଲିକାରେ ମୋ ନାମ ରହିଛି। ଅନେକ ବର୍ଷ ହେଲା ଗଞ୍ଜାମ ଜିଲାରେ କ୍ରିକେଟ ଶିବିର ଆୟୋଜନଠାରୁ ଖେଳାଳି ଚୟନ ଦିଗରେ କାର୍ଯ୍ୟ କରିଛି। ଜିଲାରେ କ୍ରିକେଟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଏ କଥାକୁ ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି ।
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...
ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ
ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...
ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…
ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...
ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା ସଦର ମହକୁମାକୁ ନୂଆବର୍ଷର ଭେଟି
ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ
ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...
Archives


