Categories: ଖେଳ

ଓସିଏ ପଦାଧିକାରୀଙ୍କୁ ଭେଟିଲା ଓସ୍‌ଜା ପ୍ରତିନିଧି ଦଳ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ”ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଏକାଡେମୀ ସ୍ଥାପନ କରିବା ଏବଂ କ୍ରିକେଟ ଭିତ୍ତିଭୂମିର ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ କ୍ରିକେଟର ବିକାଶ ପାଇଁ ନୂଆ ଟିମ୍‌ ନିଷ୍ଠାର ସହ କାର୍ଯ୍ୟ କରିବ। ଏଥିପାଇଁ ସମସ୍ତଙ୍କ ଗଠନମୂଳକ ସହଯୋଗ ଆବଶ୍ୟକ“। ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ(ଓସ୍‌ଜା)ର ଏକ ପ୍ରତିନିଧି ଦଳ ଗୁରୁବାର କଟକରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଏହା ପ୍ରକାଶ କରିଛନ୍ତି ନୂଆ ସମ୍ପାଦକ ସଞ୍ଜୟ ବେହେରା। ରାଜ୍ୟରେ କ୍ରିକେଟର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେଥିପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ସେ କ୍ରୀଡ଼ା ଖବରଦାତାଙ୍କୁ ଅନୁରୋଧ କରିଥିଲେ। କ୍ରୀଡ଼ା ଖବରଦାତାଙ୍କର ସମସ୍ତ ଅସୁବିଧା ଦୂର ପାଇଁ ଓସିଏ ଯଥାସାଧ୍ୟ ଚେଷ୍ଟା କରିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। ଉଭୟ କଟକ ଓ ଭୁବନେଶ୍ୱରକୁ ନେଇ ମିଡିଆ କପ୍‌ କ୍ରିକେଟ ଆୟୋଜନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସମ୍ପାଦକ ସଞ୍ଜୟଙ୍କ ବ୍ୟତୀତ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାଁ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଓସ୍‌ଜା ପ୍ରତିନିଧି ଦଳରେ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ଉପସଭାପତି ଦେବୀପ୍ରସନ୍ନ ମହାନ୍ତି, ସମ୍ପାଦକ ସମ୍ବିତ ମହାପାତ୍ର, ଯୁଗ୍ମ ସମ୍ପାଦକ ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ସୂର୍ଯ୍ୟପ୍ରସାଦ ରଥ, ତନ୍ମୟ ଦାସ, ଦୀପ୍ତି ରଞ୍ଜନ ସାମଲ, ବେଣୁଧର ଦାସ, ସୌଭାଗ୍ୟ କୁମାର ରଥ, ସୁଜିତ ଦାସ, ସନ୍ତୋଷ ମହାନ୍ତି, କୁମାରଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share