ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ: ବ୍ଲକ ନୂତନ କର୍ମକର୍ତ୍ତା ମନୋନୀତ

ନୂଆପଡା ଅଫିସ,୬ା୯-ସ୍ଥାନୀୟ ଗୋଡଫୁଲା ହାଇସ୍କୁଲ ପରିସରରେ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ନୂଆପଡା ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓସିଂ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ଜିଲା ସମ୍ପାଦକ ବିନୋଦ ବିହାରୀ ପାଢୀ ମୁଖ୍ୟଅତିଥି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ଯୋଷୀ, ଜିଲା ଉପସଭାପତି ପରମାନନ୍ଦ ସାହୁ, ପାଣ୍ଡୁରାମ ପାଣ୍ଡେ, ସୁବାସ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହା ଉପରେ ବିଭିନ୍ନ ସମୟରେ ସରକାର ନିଦାବିଷ୍ଣୁ ହୋଇ ଦାବିଗୁଡିକୁ ଗୁରୁତ୍ୱ ଦେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଅବସରରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ସଭାପତି ଭାବେ ହେମସାଗର ରାଉତ, ଦେଓସିଂ ବିଶ୍ୱାଳ ଉପସଭାପତି, ପ୍ରଦୀପ କୁମାର ଭୋଇ ସମ୍ପାଦକ, ପ୍ରଫୁଲ୍ଲ କୁମାର ମହାରଣା, କୌସ୍ତୁଭ ସାହୁ ଯୁଗ୍ମ ସମ୍ପାଦକ, ପାଣ୍ଡୁରାମ ପାଣ୍ଡେ, ଆଦମ କୁମାର ପାଣ୍ଡେ ଜିଲା କମିଟି ସଦସ୍ୟ ଏବଂ ଭୋଜରାମ ହଂସ ରାଜ୍ୟ କାଉନସିଲ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।