ଓଲଟିଲା ମାଲବାହୀ ଟ୍ରେନ ବଗି

କୋରାପୁଟ/ଜୟପୁର,୧୭ା୧୨(ନି.ପ୍ର.): କେ-କେ ଲାଇନରେ ଶୁକ୍ରବାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ଫଳରେ କିରଣ୍ଡୁଲ-କୋରାପୁଟ ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରିକି ଏହି ଲାଇନରେ ଯାଉଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ରେଳ ବିଭାଗ ବାତିଲ କରିଛି।

କିରଣ୍ଡୁଲରୁ ଲୁହାପଥର ଧରି ବିଶାଖାପାଟଣା ଯାଉଥିବା ଏହି ମାଲବାହୀ ଟ୍ରେନ ଛତିଶଗଡ ରାଜ୍ୟ ଦାନ୍ତଓ୍ବୋଡା ଜିଲାର ଭନସିଠାରେ ଲାଇନଚ୍ୟୁତ ହୋଇଥିଲା । ଖବରପାଇ ଘଟଣା ସ୍ଥଳରେ ୨ଟି ଟିମ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମାଲବାହୀ ଟ୍ରେନ ଲାଇନଚ୍ୟୁଚ ଯୋଗୁ କିରଣ୍ଡୁଲରୁ କୋରାପୁଟ ଯାଏ ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ତେବେ କୋରାପୁଟରୁ ବିଶାଖାପାଟଣା ଟ୍ରେନ ଚଳାଚଳ ସ୍ବାଭାବିକ ରହିବ ବୋଲି ରେଳ ବିଭାଗ ସୂଚନା ଦେଇଛି ।