Categories: ଗଞ୍ଜାମ

ଓଭର ଲୋଡିଙ୍ଗରୁ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୮ା୮: ଟାଉନ ଥାନା ଅନ୍ତର୍ଗତ କଂଗ୍ରେସ ଅଫିସ ନିକଟରେ ଥିବା ଏକ ଟ୍ରାନ୍ସଫର୍ମରରେ ବୁଧୁବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ବନୋଦ ପଣ୍ଡାଙ୍କ କହିବା ଅନୁସାରେ, ଟ୍ରାନ୍ସଫର୍ମର ଉପରେ କ୍ଷମତାଠାରୁ ଅଧିକ ଲୋଡିଂ ପଡିଥିଲା। ଫଳରେ ସେଥିରୁ ତେଲ ବାହାରି ଅଗ୍ନିକାଣ୍ଡ ଘଟିଥିଲା। ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବିଦ୍ୟୁତ୍‌ ବିଭାଗକୁ ଖବର କରିଥିଲେ। ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଥିଲା। ପରେ ନିଅଁାକୁ ଆୟତ୍ତ କରିଥିଲେ।