ଓପିଜିସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା: ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

 

ଲଖନପୁର,୧୪ା୯(ଡି.ଏନ୍‌.ଏ.):
ଓପିଜିସିର ଇବ୍‌ଥର୍ମାଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ବନହରପାଲି ଗ୍ରାମବାସୀ ବିଭିନ୍ନ ସମସ୍ୟାକୁ ନେଇ ବାରମ୍ବାର କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ କମ୍ପାନୀ କର୍ର୍ତ୍ତୃୃପକ୍ଷ ସମସ୍ୟାର ସମାଧାନ ପାଇଁ ଖାଲି ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଫଳରେ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କ ଉପରେ ଗ୍ରାମବାସୀଙ୍କ ଏକପ୍ରକାର ଭରସା ତୁଟି ଯାଉଛି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସୂଚନାନୁସାରେ ଶୁକ୍ରବାର ବହୁବିଧ ସମସ୍ୟାର ସମାଧାନ ଦାବିରେ ଗ୍ରାମର ଶତାଧିକ ମହିଳା ୬ କି.ମି. ରାସ୍ତା ଚାଲିଚାଲି ଇବ୍‌ଥର୍ମାଲ ରିସର୍ଚ୍ଚ ସେଣ୍ଟରରେ ପହଞ୍ଚତ୍ ଥିଲେ। ଏ ସମ୍ପର୍କରେ କାର୍ଯ୍ୟରତ ସୁରକ୍ଷାକର୍ମୀ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କୁ ଅବଗତ କରାଇଥିଲେ। ଘଟଣା ସ୍ଥଳରେ କମ୍ପାନୀର ଜଣେ ଅଧିକାରୀ ପହଞ୍ଚତ୍ ମହିଳାମାନଙ୍କୁ ମୁଖ୍ୟ ଫାଟକରେ ଥିବା ସିଏସ୍‌ଆର୍‌ ଅଭିଯୋଗ ଶୁଣାଣି କାର୍ଯ୍ୟାଳୟକୁ ଯିବାପାଇଁ କହିଥିଲେ। ହେଲେ ମହିଳାମାନେ ଅଧିକାରୀଙ୍କ କଥାରେ ରାଜି ନ ହୋଇ ସିଏସ୍‌ଆର୍‌ ଅଧିକାରୀଙ୍କୁ ଡାକିବାପାଇଁ କହିଥିଲେ। ହେଲେ ସିଏସ୍‌ଆର୍‌ ଅଧିକାରୀ ଘଟଣା ସ୍ଥଳରେ ନ ପହଞ୍ଚତ୍ବାରୁ ମହିଳାମାନେ ବାଧ୍ୟ ହୋଇ ରିସର୍ଚ୍ଚ ସେଣ୍ଟର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଫଳରେ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଯାନବାହନ ଚଳାଚଳରେ ବାଧାସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ପାତ୍ର ଧାରଣା ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଅଧିକାରୀ ଜଣକ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କମ୍ପାନୀ ତରଫରୁ ଏକ ୪ଜଣିଆ ପ୍ରତିନିଧି ଦଳ ଅପରାହ୍ନରେ ଗ୍ରାମରେ ପହଞ୍ଚତ୍ କଟାବନ୍ଧ, ଷ୍ଟ୍ରିଟ୍‌ଲାଇଟ, ପାଉଁଶ ପଡୁଥିବା ଅଞ୍ଚଳ ଆଦି ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳ ସମସ୍ୟା ସମ୍ପର୍କରେ ଅବଗତ ହେଲାପରେ କମ୍ପାନୀ କର୍ର୍ତ୍ତୃୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। ତା’ପରେ ଗ୍ରାମବାସୀଙ୍କ ବହୁବିଧ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ପାତ୍ର କହିଛନ୍ତି। ସୂଚନା ଥାଉକି ଏଠାରେ ପ୍ରକଳ୍ପ ନିର୍ମାଣ ହେବାଫଳରେ ବନହରପାଲି ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ଏହି ଗ୍ରାମବାସୀଙ୍କୁ କମ୍ପାନୀ କର୍ର୍ତ୍ତୃୃପକ୍ଷ ଗତ ୩୦ ବର୍ଷ ତଳେ ଏକ ଅସ୍ଥାୟୀ କଲୋନୀରେ ଥଇଥାନ କରିଥିଲେ। ହେଲେ ଏହି ଅସ୍ଥାୟୀ ଥଇଥାନ କଲୋନୀ ଘର ଧୀରେ ଧୀରେ ଭାଙ୍ଗିବାରେ ଲାଗିଛି। କଲୋନୀରେ ଥିବା ଷ୍ଟ୍ରିଟ୍‌ଲାଇଟ୍‌ ଦୀର୍ଘଦିନ ହେଲା ଅଚଳ ହୋଇ ପଡ଼ିରହିଛି। ପ୍ରକଳ୍ପରୁ ବହୁମାତ୍ରାରେ କୋଇଲା ପାଉଁଶ ଉଡି ଗ୍ରାମ ଉପରେ ପଡୁଛି। ଫଳରେ କଟାବନ୍ଧ ପାଣି ଦୂଷିତ ହେଉଛି। ଗ୍ରାମବାସୀ ଏହି ପାଣି ବ୍ୟବହାର କରି ବିଭିନ୍ନ ଚର୍ମରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।