ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା ମାତ୍ର ୦.୦୩ ପ୍ରତିଶତ ରହିଛି। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ। ଦେଶରେ ଆରୋଗ୍ୟ ହାର ୫୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୬୭ ପ୍ରତିଶତ ରହିଛି। ଏବେ ଓଡ଼ିଶା ସାରା ଦେଶରେ ମଡେଲ ସାଜିଥିବା ସୋମବାର ଆୟୋଜିତ ଖବରଦାତା ସମ୍ମିିଳନିରେ ଜାତୀୟ ସ୍ବାସ୍ଥ୍ୟ ମିଶାନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।