Posted inଖେଳ

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଏବଂ ଓଡ଼ିଶା ଏଫ୍‌ସି ମଧ୍ୟରେ ଆଗାମୀ ୫ ବର୍ଷ ପାଇଁ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶରେ ବିଦ୍ୟାଳୟସ୍ତରରେ ଓଡ଼ିଶା ଏଫ୍‌ସି ପ୍ରଥମ କରି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ସହଭାଗିତା କରିବା ସହିତ ରାଜିନାମା ସ୍ବାକ୍ଷରିତ କରିଛି। ଛାତ୍ରୀଛାତ୍ରଙ୍କ ଖେଳିବାର କ୍ଷମତା ଏବଂ ସେମାନଙ୍କୁ ଠିକ୍‌ ମାର୍ଗରେ ପରିଚାଳନା ଦ୍ୱାରା ସମୂର୍ଣ୍ଣ ବିକାଶ କରାଇ ଜଣେ ପେସାଦାର ଖେଳାଳି ଭାବେ ଗଢ଼ିତୋଳିବା ଏହାର ମୂଳ ଲକ୍ଷ୍ୟ। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଓ ସାଇ ଇଣ୍ଟରନ୍ୟାଶନାଲ ରେସିଡେନ୍ସିଆଲ ସ୍କୁଲ୍‌ରେ ୭, ୯ ଓ ୧୧ ବର୍ଷରୁ କମ୍‌ ୩ଟି ବର୍ଗ କରି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ତାଲିମ୍‌ ଦିଆଯିବା ସହ ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ସଚିବ ବିଶାଲ ଦେବ୍‌ କହିଥିଲେ ଯେ, ଏହି ସହଭାଗିତା ଫଳରେ ରାଜ୍ୟରେ ଫୁଟ୍‌ବଲ ଖେଳର ସମ୍ପୂର୍ଣ୍ଣ ବିକାଶର ଏକ ଇକୋ-ସିଷ୍ଟମ୍‌ ତିଆରି ହେବ, ଯାହା ଫଳରେ ଯୁବ ଫୁଟବଲ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସେମାନଙ୍କର କ୍ଷମତା ଓ ଦକ୍ଷତାକୁ ମାପି ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ଗଢ଼ିହେବ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଫ୍‌ଏସ୍‌ଡିଏଲ(ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପ୍‌ମେଣ୍ଟ ଲିମିଟେଡ୍‌) ସିଇଓ ମାର୍ଟିନ୍‌ ବେନ୍‌, ସାଇ ଇଣ୍ଟରନ୍ୟାଶନାଲ୍‌ର ପ୍ରତିଷ୍ଠାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁ, ଓଡ଼ିଶା ଏଫ୍‌ସିର ମୁଖ୍ୟ ରୋହନ୍‌ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ, ମୁଖ୍ୟ ପ୍ରଶିକ୍ଷକ ଜୋସେଫ୍‌ ଗାମ୍ବାଉ, ସହକାରୀ କୋଚ୍‌ ଥାଙ୍ଗବୋଇ ସିଙ୍ଗ୍‌ଟୋ, ଫୁଟ୍‌ବଲ ଡେଭଲପମେଣ୍ଟ ମୁଖ୍ୟ ଆକାଶ ନରୁଲା ପ୍ରମୁଖ ଯୋଗଦେଇଥିଲେ। ‘ଯୁବ ଫୁଟ୍‌ବଲ ଖେଳାଳିମାନଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ମାଧ୍ୟମରେ ପେସାଦାର ଖେଳାଳି ଭାବେ ଗଢ଼ିବା ଆମର ମୁଖ୍ୟ ଉଦ୍ଦେଶ୍ୟ’ ବୋଲି ରୋହନ କହିଥିଲେ। ଅନ୍ୟପକ୍ଷରେ ଏହି ସହଭାଗିତା ସ୍କୁଲ୍‌ ପାଇଁ ଏକ ମହତ୍ୱପୂର୍ଣ୍ଣ ଅବସର। ଏହା ଛାତ୍ରୀଛାତ୍ରମାନଙ୍କୁ ଖେଳ ପ୍ରତି ସମର୍ପଣ ମନୋଭାବ ସହିତ ଆଗକୁ ଯିବା ପାଇଁ ପ୍ରେରିତ କରିବ ବୋଲି ବିଜୟ କୁମାର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦୦ ସ୍କୁଲର ପ୍ରିନ୍ସିପାଲ ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri