Posted inଖେଳ

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ନୂଆ ଦଳ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ଏଥିସହିତ ଆନୁଷ୍ଠାନିକଭାବେ ଓଡ଼ିଶାର ଏକ ଜାତୀୟ ଫୁଟବଲ କ୍ଲବର କାର୍ଯ୍ୟାରମ୍ଭ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଓଡ଼ିଶା ଏଫସି ନିର୍ଦ୍ଦେଶକ ରୋହନ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅନିଶ୍‌ ଶାହ, କୋଚ୍‌ ଜୋସେପ ଗାମ୍ବାଉ ଏବଂ ଖେଳାଳିମାନେ ଯୋଗଦେଇ ଜର୍ସି ଉନ୍ମୋଚନ କରିଥିଲେ। ଦଳର ଓଡ଼ିଆ ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ ଆକର୍ଷଣର କେନ୍ଦ୍ରବିନ୍ଦୁରେ ରହିଥିଲେ। ଏହି ଅବସରେ ନିର୍ଦ୍ଦେଶକ ରୋହନ କହିଲେ ଯେ, ଆମେ ନୂଆ କିଟ୍‌ ଉନ୍ମୋଚନକୁ ଅପେକ୍ଷା କରିଥିଲୁ, କାରଣ ଏହା ନୂଆ ଆରମ୍ଭର ସଙ୍କେତ ବହନ କରୁଛି। ଓଡ଼ିଶା ଫୁଟବଲ ପାଇଁ ଏହା ଆମର ନୂଆ ଆରମ୍ଭ। ଏହାର ଏକ ଅଂଶବିଶେଷ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ପ୍ରଶଂସକମାନେ ଯେଉଁଠାକୁ ଗଲେ ମଧ୍ୟ ଆମର କିଟ୍‌ ପରିଧାନ କରି ନିଜକୁ ଗର୍ବିତ ମନେ କରିବେ ବୋଲି ଆଶା। ଅନ୍ୟପକ୍ଷରେ ”କିଟ୍‌ ଉନ୍ମୋଚନ କ୍ଲବ ପାଇଁ ସ୍ବତନ୍ତ୍ର ମାନ୍ୟତା ରଖିଥାଏ। ନୂଆ ଲୋଗୋ ଦଳକୁ ନୂଆ ପରିଚୟ ଦେଇଛି। କୋଚ୍‌ ଏବଂ ଖେଳାଳିମାନେ ଭୁବନେଶ୍ୱର ପରିବେଶ ସହିତ ଅଭ୍ୟସ୍ତ ହୋଇ ଯାଇଛନ୍ତି। ଏଠାରେ ଉପଲବ୍ଧ ଟ୍ରେନିଂ ସୁବିଧାରେ ସେମାନେ ବହୁତ ଖୁସି। ପଡ଼ିଆରେ ମଧ୍ୟ ଦଳ ପ୍ରଦର୍ଶନ କରି ଗୌରବ ଆଣିବ ବୋଲି ଆମର ଆଶା। ଓଡ଼ିଶାକୁ ଫୁଟବଲ ରାଜଧାନୀଭାବେ ଗଢ଼ିତୋଳିବାରେ ଏହି କ୍ଲବ ନିଶ୍ଚିତ ସହାୟକ ହେବ ବୋଲି ସିଇଓ ଆଶିଷ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ସହଯୋଗରେ ଅତ୍ୟନ୍ତ ଉତ୍ସାହିତ ହୋଇଛନ୍ତି କୋଚ୍‌ ଜୋସେପ୍‌ ଗାମ୍ବାଉ। ଏଠାରେ ପହଞ୍ଚତ୍ବା ପରଠାରୁ ଆମେ ପାଇଥିବା ଭିତ୍ତିଭୂମି, ସୁବିଧା ସୁଯୋଗ, ଆତିଥେୟତା ଏବଂ ପ୍ରଶଂସକଙ୍କ ସମର୍ଥନରେ ବହୁତ ଖୁସି। ଜର୍ସି ଉନ୍ମେଚନ ସହ ଏକ ନୂଆ ଆରମ୍ଭ ହେଲା। ଏବେ ଟିମ୍‌ ଆଗକୁ ବଢ଼ିବାକୁ ବ୍ୟଗ୍ର ବୋଲି ଗାମ୍ବାଉ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ପୂର୍ବରୁ ଦିଲ୍ଲୀ ଡାଇନାମସ ନାମରେ ଖେଳୁଥିବା ଫ୍ରାଞ୍ଚାଇଜ୍‌ ଗତ ଅଗଷ୍ଟ ୩୧ରେ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ରରେ ସ୍ବାକ୍ଷର କରିବାପରେ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri