Posted inଫୁରସତ

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା ବେଳେ ଓଡ଼ିଶାର କିଛି ଲୋକପ୍ରିୟ ସମର ଡେଷ୍ଟିନେଶନକୁ ନେଇ ଏଥର ଆମ ରିପୋର୍ଟ।

ଚନ୍ଦ୍ରଭାଗାର ଓ୍ବାଟର୍‌ସ୍ପୋର୍ଟସ ଓ ନିରୋଳା ବିଚ୍‌
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଯେତିକି ଆକର୍ଷଣୀୟ ସେତିକି ମନଲୋଭା। ଓଡ଼ିଶାର ଏହି ଲୋକପ୍ରିୟ ବିଚ୍‌ ସ୍ବଚ୍ଛ ଓ ପରିଷ୍କାର ସହ ବେଶ୍‌ ନିରୋଳା ମଧ୍ୟ। ଜନଗହଳିରୁ ଦୂରକୁ ଯାଇ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିବା ପର୍ଯ୍ୟଟକ ଏଠାରେ କିଛି ସମୟ ଅତିବାହିତ କରିବା ସହ ନିକଟରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଦେଖିପାରିବେ। ଏହାବ୍ୟତୀତ ଆଡ୍‌ଭେଞ୍ଚର୍‌ ତଥା ଦୁଃସାହସକୁ ଭଲପାଉଥିବା ଲୋକେ ଏଠାରେ ବୋଟିଂ, ଜେଟ୍‌ ସ୍କାଇଂ, ବାନାନା ରାଇଡିଂ ଭଳି ଓ୍ବାଟର୍‌ ସ୍ପୋର୍ଟସର ମଜା ନେଇପାରିବେ। ସେହିଭଳି କିଛି ନୂଆ ଅନୁଭୂତି ଲାଗି ଏଠାରେ ଥିବା ନେଚର କ୍ୟାମ୍ପ୍‌ ଏବଂ ରିସର୍ଟରେ କ୍ୟାମ୍ପିଂ ଏବଂ ଗ୍ଲାମ୍ପିଂର ମଜା ମଧ୍ୟ ନେଇହେବ।

ସି ଫୁଡ୍‌, କ୍ୟାମେଲ ରାଇଡିଂ ଓ ଲୋକାଲ ମାର୍କେଟ
ଦେଶର ଅନ୍ୟତମ ସୁରକ୍ଷିତ ବିଚ୍‌ଭାବେ ପରିଗଣିତ ପୁରୀ ଭାରତର ଏକ ପ୍ରମୁଖ ସମର୍‌ ଡେଷ୍ଟିନେଶନ ମଧ୍ୟରୁ ଅନ୍ୟତମ। ପ୍ରକୃତି ସହ ଆଧ୍ୟାତ୍ମିକତାକୁ ବାନ୍ଧି ରଖିଥିବା ଏହି ସହର ବର୍ଷତମାମ ଗହଳି ରହିଥାଏ। ଏଠାକାର ସମୁଦ୍ରକୂଳରେ ପର୍ଯ୍ୟଟକ ଗାଧୋଇବା ସହ ସନ୍‌ବାଥ୍‌ର ମଜା ନେଇପାରିବେ। ଏଠାରେ ଥିବା ବିଭିନ୍ନ ବର୍ଗର ହୋଟେଲ ସବୁପ୍ରକାର ପର୍ଯ୍ୟଟକଙ୍କ ପକେଟକୁ ସୁହାଇଲା ଭଳି ହୋଇଥିବାରୁ ଜଣେ କମ୍‌ ବଜେଟରେ ମଧ୍ୟ ଏଠାରେ ଭଲ ସମୟ କାଟିପାରିବ। କେବଳ ଏତିକି ନୁହେଁ, ସକାଳର ବିଚ୍‌ ମର୍ନିଂ ଓ୍ବାକ୍‌ ହେଉ କି କ୍ୟାମେଲ୍‌ ରାଇଡିଂ, ଲୋକାଲ ମାର୍କେଟ ଓ ଲୋକପ୍ରିୟ ସି ଫୁଡ୍‌, ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଭିନ୍ନ ଅନୁଭୂତି ଦେଇଥାଏ।

ବିଚ୍‌ଟାଉନ୍‌
ଗଞ୍ଜାମ ଜିଲାର ଗୋପାଳପୁରରେ ରହିଛି ଓଡ଼ିଶାର ପ୍ରଥମ ମଡର୍ନ ହୋଟେଲ। ଦେଶର ପ୍ରଥମ ବିଚ୍‌ ରିସର୍ଟ ‘ଦି ପାମ୍‌ ବିଚ୍‌ ରସର୍ଟ’ ଏଠାରେ ପ୍ରତିଷ୍ଠା ହୋଇଥିବା ବେଳେ ଏହି ସହର ପର୍ଯ୍ୟଟକଙ୍କୁ ଗୋଆ ଏବଂ ପଣ୍ଡିଚେରୀର ମିଶ୍ରିତ ଅନୁଭୂତି ଦେଇଥାଏ। ଗୋପାଳପୁରର ସମୁଦ୍ର କୂଳେ କୂଳେ ଥିବା ବିସ୍ତୃତ କାଜୁ ଜଙ୍ଗଲ ଏହି ବିଚ୍‌କୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ବିଚ୍‌ ଟାଉନ୍‌ରେ ଥିବା ରଙ୍ଗବେରଙ୍ଗର ବିଲ୍ଡିଂ, ପୁରାତନ ଆର୍କିଟେକ୍‌ଚର୍‌ ଏବଂ ପରିଚ୍ଛନ୍ନ ସମୁଦ୍ରକୂଳ ଫଟୋଗ୍ରାଫରଙ୍କ ପାଇଁ ଭୂସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ। ପୂର୍ବ ଦିଗରେ ରହିଥିବାରୁ ଏଠାର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ।

ଓସେନ୍‌ ଓ୍ବାର୍ଲଡ
ଭୁବନେଶ୍ୱରରୁ ୨୨କିମି ଦୂରରେ ଗଙ୍ଗେଶ୍ୱରଠାରେ ଅବସ୍ଥିତ ଏହି ଓ୍ବାଟର ପାର୍କରେ ସବୁ ବର୍ଷ ଖରାଦିନ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏହା ଓଡ଼ିଶାର ପ୍ରଥମ ଓ୍ବାଟର ପାର୍କ। ଏଥିରେ ୪ଟି ଓ୍ବାଟର ସ୍ଲାଇଡ୍‌, କିଡ୍‌ ପୁଲ୍‌, ଓ୍ବେଭ୍‌ ପୁଲ୍‌, ରେନ୍‌ ଡ୍ୟାନ୍ସ ଓ ଲ୍ୟାଣ୍ଡିଂ ପୁଲ୍‌ ରହିଛି। ଏଠାରେ ସୁଇମ୍‌ ସୁଟ୍‌ ମଧ୍ୟ ଉପଲବ୍ଧ ରହିଛି। ଏହା ଭିତରେ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହା ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଥାଏ। ଛୋଟ ପିଲାଙ୍କ ପାଇଁ ଏଣ୍ଟ୍ରି ଫି’ ୩୦୦ଟଙ୍କା ଥିବା ବେଳେ ବଡ଼ମାନଙ୍କ ପାଇଁ ୩୫୦ଟଙ୍କା ରହିଛି।
ବ୍ଲୁ ସ୍ପ୍ଲାସ୍‌
ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ନକ୍ଷୀସାହିଠାରେ ୮ଏକର ଜମିରେ ହୋଇଥିବା ଓ୍ବାର୍ଟର ପାର୍କ କେବଳ ପିଲାମାନଙ୍କୁ ନୁହଁ ସବୁବର୍ଗର ଲୋକଙ୍କୁ ଆକୃଷ୍ଟ କରିପାରିଛି। ଏଠାରେ ଥିବା ୭ଟି ଓ୍ବାଟର ରାଇଡ୍‌ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏହାଛଡ଼ା ସ୍ଲାଇଡ୍‌ସ, ପୁଲ୍‌ରେ ଲୋକେ ମଜା ନେଇଥାନ୍ତି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରୁହେ।

ଚାନ୍ଦିପୁର ଓ ତାଳସାରୀ

ନିଜର ସ୍ବତନ୍ତ୍ରତା ଲାଗି ସମଗ୍ର ବିଶ୍ୱରେ ପରିଚିତ ବାଲେଶ୍ୱର ଜିଲାର ଚାନ୍ଦିପୁର ବିଚ୍‌ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଲୋ’ ଟାଇଡ୍‌ ସମୟରେ ଏହି ବିଚ୍‌ ୫ କିଲୋମିଟର ପର୍ଯ୍ୟନ୍ତ କମିଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ସମୁଦ୍ର ମଧ୍ୟରେ ଚାଲିବାର ଅବସର ଦେଇଥାଏ। ଏହି ସ୍ବତନ୍ତ୍ରତା ଲାଗି ଏଠାରେ ହର୍ସ ଶୁ କ୍ରାବ୍‌, ଷ୍ଟାର୍‌ ଫଶ୍‌, ସି ଅର୍ଚ୍ଚିନ୍‌ ଭଳି ବହୁ ବିରଳ ସାମୁଦ୍ରିକ ଜୀବ ଦେଖାଦିଅନ୍ତି। ଏହାବ୍ୟତୀତ ଏହି ଜିଲାର ତାଳସାରୀ ରାଜ୍ୟର ଏକ ଅନାଲୋଚିତ ବିଚ୍‌। ଏଠାରେ ବଙ୍ଗୋପସାଗର ଅଧିକ ଶାନ୍ତ ରହୁଥିବାରୁ ଖରାଦିନେ ଏଠାରେ ଗାଧୋଇବାର ମଜା ନିଆରା। ନାଲି କଙ୍କଡା, ବାଲି ପାହାଡ଼ ଓ ନିକଟସ୍ଥ ହେନ୍ତାଳ ବନ ଏହି ବିଚ୍‌ର ଅନ୍ୟତମ ଆକର୍ଷଣ।

ଓ୍ବଣ୍ଡର ଓ୍ବାର୍ଲଡ
ପୁରୀ ମାଳତୀପାଟପୁର ରୋଡ୍‌ରରେ ଅବସ୍ଥିତ ଏହି ଓ୍ବାଟର ପାର୍କଟି ଓଡ଼ିଶାର ବଡ଼ ଓ୍ବାର୍ଟର ପାର୍କ ବୋଲି କୁହାଯାଏ। ଏଠାରେ ଆକ୍ସା ଡିସ୍କ, ଗ୍ରୁପ୍‌ ସଫାରି, ଲିଟଲ ସ୍ପ୍ଲାସ୍‌, ହାଇ ମାଇ ସ୍କ୍ରିମର, ମ୍ୟାଟ୍‌ ରେସର, ଓ୍ବେଭ୍‌ ପୁଲ୍‌ ଭଳି ଖେଳ ରହିଛି। ତେବେ ଏଠାରେ ଥିବା କ୍ରେଜି ରିଭର ପର୍ଯ୍ୟଟକଙ୍କ ଅଧିକ ପସନ୍ଦ ଥାଏ। ଖରାଦିନ ଆସିଗଲେ ପିଲାଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏଠାରେ ଗହଳି ଲାଗିଯାଏ। ଦୀର୍ଘ ସମୟ ପାଣିରେ ଖେଳିବାର ମଜା ନେଇଥାନ୍ତି। ଏଠାରେ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟ ଥିବା ବେଳେ ହସ୍ତଶିଳ୍ପର ଏକ ସପ୍‌ ମଧ୍ୟ ରହିଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?