Posted inଫୁରସତ

ଓଡ଼ିଶାର ସମର ଡେଷ୍ଟିନେଶନ

ଖରା ହେଉ କି ବର୍ଷା, ବୁଲିବାର କୌଣସି ସମୟ ନଥାଏ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ରହିଛି ଏକାଧିକ ଆକର୍ଷଣୀୟ ସ୍ଥାନ। ଆଗକୁ ଖରାଦିନ ଆସୁଥିବା ବେଳେ ଓଡ଼ିଶାର କିଛି ଲୋକପ୍ରିୟ ସମର ଡେଷ୍ଟିନେଶନକୁ ନେଇ ଏଥର ଆମ ରିପୋର୍ଟ।

ଚନ୍ଦ୍ରଭାଗାର ଓ୍ବାଟର୍‌ସ୍ପୋର୍ଟସ ଓ ନିରୋଳା ବିଚ୍‌
ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଯେତିକି ଆକର୍ଷଣୀୟ ସେତିକି ମନଲୋଭା। ଓଡ଼ିଶାର ଏହି ଲୋକପ୍ରିୟ ବିଚ୍‌ ସ୍ବଚ୍ଛ ଓ ପରିଷ୍କାର ସହ ବେଶ୍‌ ନିରୋଳା ମଧ୍ୟ। ଜନଗହଳିରୁ ଦୂରକୁ ଯାଇ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିବା ପର୍ଯ୍ୟଟକ ଏଠାରେ କିଛି ସମୟ ଅତିବାହିତ କରିବା ସହ ନିକଟରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ଦେଖିପାରିବେ। ଏହାବ୍ୟତୀତ ଆଡ୍‌ଭେଞ୍ଚର୍‌ ତଥା ଦୁଃସାହସକୁ ଭଲପାଉଥିବା ଲୋକେ ଏଠାରେ ବୋଟିଂ, ଜେଟ୍‌ ସ୍କାଇଂ, ବାନାନା ରାଇଡିଂ ଭଳି ଓ୍ବାଟର୍‌ ସ୍ପୋର୍ଟସର ମଜା ନେଇପାରିବେ। ସେହିଭଳି କିଛି ନୂଆ ଅନୁଭୂତି ଲାଗି ଏଠାରେ ଥିବା ନେଚର କ୍ୟାମ୍ପ୍‌ ଏବଂ ରିସର୍ଟରେ କ୍ୟାମ୍ପିଂ ଏବଂ ଗ୍ଲାମ୍ପିଂର ମଜା ମଧ୍ୟ ନେଇହେବ।

ସି ଫୁଡ୍‌, କ୍ୟାମେଲ ରାଇଡିଂ ଓ ଲୋକାଲ ମାର୍କେଟ
ଦେଶର ଅନ୍ୟତମ ସୁରକ୍ଷିତ ବିଚ୍‌ଭାବେ ପରିଗଣିତ ପୁରୀ ଭାରତର ଏକ ପ୍ରମୁଖ ସମର୍‌ ଡେଷ୍ଟିନେଶନ ମଧ୍ୟରୁ ଅନ୍ୟତମ। ପ୍ରକୃତି ସହ ଆଧ୍ୟାତ୍ମିକତାକୁ ବାନ୍ଧି ରଖିଥିବା ଏହି ସହର ବର୍ଷତମାମ ଗହଳି ରହିଥାଏ। ଏଠାକାର ସମୁଦ୍ରକୂଳରେ ପର୍ଯ୍ୟଟକ ଗାଧୋଇବା ସହ ସନ୍‌ବାଥ୍‌ର ମଜା ନେଇପାରିବେ। ଏଠାରେ ଥିବା ବିଭିନ୍ନ ବର୍ଗର ହୋଟେଲ ସବୁପ୍ରକାର ପର୍ଯ୍ୟଟକଙ୍କ ପକେଟକୁ ସୁହାଇଲା ଭଳି ହୋଇଥିବାରୁ ଜଣେ କମ୍‌ ବଜେଟରେ ମଧ୍ୟ ଏଠାରେ ଭଲ ସମୟ କାଟିପାରିବ। କେବଳ ଏତିକି ନୁହେଁ, ସକାଳର ବିଚ୍‌ ମର୍ନିଂ ଓ୍ବାକ୍‌ ହେଉ କି କ୍ୟାମେଲ୍‌ ରାଇଡିଂ, ଲୋକାଲ ମାର୍କେଟ ଓ ଲୋକପ୍ରିୟ ସି ଫୁଡ୍‌, ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଭିନ୍ନ ଅନୁଭୂତି ଦେଇଥାଏ।

ବିଚ୍‌ଟାଉନ୍‌
ଗଞ୍ଜାମ ଜିଲାର ଗୋପାଳପୁରରେ ରହିଛି ଓଡ଼ିଶାର ପ୍ରଥମ ମଡର୍ନ ହୋଟେଲ। ଦେଶର ପ୍ରଥମ ବିଚ୍‌ ରିସର୍ଟ ‘ଦି ପାମ୍‌ ବିଚ୍‌ ରସର୍ଟ’ ଏଠାରେ ପ୍ରତିଷ୍ଠା ହୋଇଥିବା ବେଳେ ଏହି ସହର ପର୍ଯ୍ୟଟକଙ୍କୁ ଗୋଆ ଏବଂ ପଣ୍ଡିଚେରୀର ମିଶ୍ରିତ ଅନୁଭୂତି ଦେଇଥାଏ। ଗୋପାଳପୁରର ସମୁଦ୍ର କୂଳେ କୂଳେ ଥିବା ବିସ୍ତୃତ କାଜୁ ଜଙ୍ଗଲ ଏହି ବିଚ୍‌କୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ବିଚ୍‌ ଟାଉନ୍‌ରେ ଥିବା ରଙ୍ଗବେରଙ୍ଗର ବିଲ୍ଡିଂ, ପୁରାତନ ଆର୍କିଟେକ୍‌ଚର୍‌ ଏବଂ ପରିଚ୍ଛନ୍ନ ସମୁଦ୍ରକୂଳ ଫଟୋଗ୍ରାଫରଙ୍କ ପାଇଁ ଭୂସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ। ପୂର୍ବ ଦିଗରେ ରହିଥିବାରୁ ଏଠାର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥାଏ।

ଓସେନ୍‌ ଓ୍ବାର୍ଲଡ
ଭୁବନେଶ୍ୱରରୁ ୨୨କିମି ଦୂରରେ ଗଙ୍ଗେଶ୍ୱରଠାରେ ଅବସ୍ଥିତ ଏହି ଓ୍ବାଟର ପାର୍କରେ ସବୁ ବର୍ଷ ଖରାଦିନ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଏହା ଓଡ଼ିଶାର ପ୍ରଥମ ଓ୍ବାଟର ପାର୍କ। ଏଥିରେ ୪ଟି ଓ୍ବାଟର ସ୍ଲାଇଡ୍‌, କିଡ୍‌ ପୁଲ୍‌, ଓ୍ବେଭ୍‌ ପୁଲ୍‌, ରେନ୍‌ ଡ୍ୟାନ୍ସ ଓ ଲ୍ୟାଣ୍ଡିଂ ପୁଲ୍‌ ରହିଛି। ଏଠାରେ ସୁଇମ୍‌ ସୁଟ୍‌ ମଧ୍ୟ ଉପଲବ୍ଧ ରହିଛି। ଏହା ଭିତରେ ଖାଇବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏହା ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଥାଏ। ଛୋଟ ପିଲାଙ୍କ ପାଇଁ ଏଣ୍ଟ୍ରି ଫି’ ୩୦୦ଟଙ୍କା ଥିବା ବେଳେ ବଡ଼ମାନଙ୍କ ପାଇଁ ୩୫୦ଟଙ୍କା ରହିଛି।
ବ୍ଲୁ ସ୍ପ୍ଲାସ୍‌
ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ନକ୍ଷୀସାହିଠାରେ ୮ଏକର ଜମିରେ ହୋଇଥିବା ଓ୍ବାର୍ଟର ପାର୍କ କେବଳ ପିଲାମାନଙ୍କୁ ନୁହଁ ସବୁବର୍ଗର ଲୋକଙ୍କୁ ଆକୃଷ୍ଟ କରିପାରିଛି। ଏଠାରେ ଥିବା ୭ଟି ଓ୍ବାଟର ରାଇଡ୍‌ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏହାଛଡ଼ା ସ୍ଲାଇଡ୍‌ସ, ପୁଲ୍‌ରେ ଲୋକେ ମଜା ନେଇଥାନ୍ତି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରୁହେ।

ଚାନ୍ଦିପୁର ଓ ତାଳସାରୀ

ନିଜର ସ୍ବତନ୍ତ୍ରତା ଲାଗି ସମଗ୍ର ବିଶ୍ୱରେ ପରିଚିତ ବାଲେଶ୍ୱର ଜିଲାର ଚାନ୍ଦିପୁର ବିଚ୍‌ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଲୋ’ ଟାଇଡ୍‌ ସମୟରେ ଏହି ବିଚ୍‌ ୫ କିଲୋମିଟର ପର୍ଯ୍ୟନ୍ତ କମିଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ସମୁଦ୍ର ମଧ୍ୟରେ ଚାଲିବାର ଅବସର ଦେଇଥାଏ। ଏହି ସ୍ବତନ୍ତ୍ରତା ଲାଗି ଏଠାରେ ହର୍ସ ଶୁ କ୍ରାବ୍‌, ଷ୍ଟାର୍‌ ଫଶ୍‌, ସି ଅର୍ଚ୍ଚିନ୍‌ ଭଳି ବହୁ ବିରଳ ସାମୁଦ୍ରିକ ଜୀବ ଦେଖାଦିଅନ୍ତି। ଏହାବ୍ୟତୀତ ଏହି ଜିଲାର ତାଳସାରୀ ରାଜ୍ୟର ଏକ ଅନାଲୋଚିତ ବିଚ୍‌। ଏଠାରେ ବଙ୍ଗୋପସାଗର ଅଧିକ ଶାନ୍ତ ରହୁଥିବାରୁ ଖରାଦିନେ ଏଠାରେ ଗାଧୋଇବାର ମଜା ନିଆରା। ନାଲି କଙ୍କଡା, ବାଲି ପାହାଡ଼ ଓ ନିକଟସ୍ଥ ହେନ୍ତାଳ ବନ ଏହି ବିଚ୍‌ର ଅନ୍ୟତମ ଆକର୍ଷଣ।

ଓ୍ବଣ୍ଡର ଓ୍ବାର୍ଲଡ
ପୁରୀ ମାଳତୀପାଟପୁର ରୋଡ୍‌ରରେ ଅବସ୍ଥିତ ଏହି ଓ୍ବାଟର ପାର୍କଟି ଓଡ଼ିଶାର ବଡ଼ ଓ୍ବାର୍ଟର ପାର୍କ ବୋଲି କୁହାଯାଏ। ଏଠାରେ ଆକ୍ସା ଡିସ୍କ, ଗ୍ରୁପ୍‌ ସଫାରି, ଲିଟଲ ସ୍ପ୍ଲାସ୍‌, ହାଇ ମାଇ ସ୍କ୍ରିମର, ମ୍ୟାଟ୍‌ ରେସର, ଓ୍ବେଭ୍‌ ପୁଲ୍‌ ଭଳି ଖେଳ ରହିଛି। ତେବେ ଏଠାରେ ଥିବା କ୍ରେଜି ରିଭର ପର୍ଯ୍ୟଟକଙ୍କ ଅଧିକ ପସନ୍ଦ ଥାଏ। ଖରାଦିନ ଆସିଗଲେ ପିଲାଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏଠାରେ ଗହଳି ଲାଗିଯାଏ। ଦୀର୍ଘ ସମୟ ପାଣିରେ ଖେଳିବାର ମଜା ନେଇଥାନ୍ତି। ଏଠାରେ ଖାଇବା ପାଇଁ ଏକ ରେଷ୍ଟୁରାଣ୍ଟ ଥିବା ବେଳେ ହସ୍ତଶିଳ୍ପର ଏକ ସପ୍‌ ମଧ୍ୟ ରହିଛି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ଭାରତ-ପାକିସ୍ତାନ ପରସ୍ପରକୁ ଦେଲେ ପରମାଣୁ ଘାଟିର ଠିକଣା, କାହିଁକି ନୂଆବର୍ଷରେ ଏମିତି କଲେ ଦୁଇ ଦେଶ? ଜାଣନ୍ତୁ…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନ ଗୁରୁବାର (ଡିସେମ୍ବର ୧, ୨୦୨୫) କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପରମାଣୁ ପ୍ରତିଷ୍ଠାନ ଏବଂ ସୁବିଧାଗୁଡ଼ିକର ତାଲିକା ଆଦାନପ୍ରଦାନ କରିଥିଲେ। ଭାରତୀୟ...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri