ଓଡ଼ିଶାରେ ହ୍ରାସ ପାଉଛି ଦୁର୍ନୀତି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଏକଦା ଦେଶର ଭୋକର ଭୂଗୋଳ ଥିବା ଓଡ଼ିଶା ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଉଭା ହୋଇଛି। ସାରା ଭାରତବର୍ଷରେ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଏତେଟା ଇଚ୍ଛା ପ୍ରକାଶ କରୁନାହାନ୍ତି। ଅପରପକ୍ଷରେ ସମାନ ସମୟରେ ସଂଖ୍ୟାଧିକ ନୂଆ ପୁଞ୍ଜି ଓଡ଼ିଶାରେ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଶିଳ୍ପସମୃଦ୍ଧ ଗୁଜରାଟ ଏବଂ ମହାରାଷ୍ଟ୍ର ସହ ଓଡ଼ିଶା ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ ମହାରାଷ୍ଟ୍ରକୁ ପଛକୁ ପକାଇ ଦେଇଛି। ପ୍ରଶାସନିକ ସରଳୀକରଣ, ଦୁର୍ନୀତି ବିରୋଧୀ କଡା ଆଭିମୁଖ୍ୟ ଯୋଗୁ ଏହା ସମ୍ଭବ ହୋଇଥିବା କୁହାଯାଇଛି। ସେହିକ୍ରମରେ ଆଉ ଏକ ସଫଳତା ଓଡିଶାକୁ ମିଳିଛି।
ଟ୍ରାନ୍ସପରେନ୍ସିଂ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ରାଜ୍ୟରେ ଅପେକ୍ଷାକୃତ କମ୍‌ ଦୁର୍ନୀତି ହୋଇଥିବା ଉଲ୍ଲେଖ କରାଯାଇଛି। ଏହି ସର୍ବେକ୍ଷଣରେ ୩ ଗୋଟି ବର୍ଗୀକରଣ କରାଯାଇଥିଲା। କେଉଁ ରାଜ୍ୟରେ କେତେ ଜନତା ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ଦେଇ ଥାଆନ୍ତି, ସେ ନେଇ ସର୍ଭେ କରାଯାଇଥିଲା। ଶୂନ(୦)ରୁ ୪୯ ସର୍ବନିମ୍ନ ଦୁର୍ନୀତି ବର୍ଗ, ୫୦-୫୯କୁ ମଧ୍ୟମ ଦୁର୍ନୀତି ବର୍ଗ ଏବଂ ୬୦ କିମ୍ବା ତା’ଠାରୁ ଅଧିକକୁ ସର୍ବାଧିକ ଦୁର୍ନୀତି ବର୍ଗରେ ରଖାଯାଇଥିଲା। ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା,ଗୁଜରାଟ,କେରଳ ଓ ଗୋଆରେ ଦୁର୍ନୀତି ସ୍ତର ସାମାନ୍ୟ ରହିଛି। ଅପରପକ୍ଷରେ ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ତେଲେଙ୍ଗାନା, କର୍ନାଟକ ଏବଂ ତାମିଲନାଡୁରେ ଦୁର୍ନୀତି ସର୍ବାଧିକ ସ୍ତରରେ ରହୁଥିବା ଜଣାପଡିଛି। ସେହିପରି ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଆନ୍ଧ୍ର ପ୍ରଦେଶରେ ମଧ୍ୟମ ଧରଣର ଦୁର୍ନୀତି ହେଉଥିବା ଉଲ୍ଲେଖ କରାଯାଇଛି। ସେହିପରି ସଦ୍ୟ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ, ରାଜ୍ୟ ମଧ୍ୟରେ ହିମାଚଳ ପ୍ରଦେଶ , ସିକିମ୍‌, ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଏହି ସର୍ଭେ ହୋଇନାହିଁ। ଓଡ଼ିଶାରେ ଆରମ୍ଭ କରାଯାଇଥିବା ‘ମୋ ସରକାର’ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ର ଆଗାମୀ ଦିନରେ ରାଜ୍ୟରେ ଦୁର୍ନୀତିକୁ ବହୁ ପରିମାଣରେ ହ୍ରାସ କରିବାରେ ସହାୟକ ହେବ ବୋଲି ସମୀକ୍ଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri