ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ଏବଂ ନବଚରଣ ମାଝି ମୁଲତବୀ ପ୍ରସ୍ତାବ ଆଣିଥିଲେ। ଶୂନ୍ୟକାଳ ପରେ ଗୃହ ନିର୍ମାଣ, ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହାର ଉତ୍ତର ରଖି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଭାଜପା ବିଧାୟକମାନେ ତୃଣମୂଳର ବିଭିନ୍ନ ଅନିୟମିତତାର ଉଦାହରଣ ଦର୍ଶାଇ ସରକାରଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ହେଲେ ଶାସକ ଦଳ ବିଧାୟକମାନେ କେନ୍ଦ୍ର ସହଯୋଗ ନ କରିବା, ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଭଳି ଅଭିଯୋଗ ଆଣିଥିଲେ। ଆଲୋଚନା ପରେ ମନ୍ତ୍ରୀ ପୁନର୍ବାର ଉତ୍ତର ରଖୁଥିବାବେଳେ ଅସନ୍ତୋଷ ପ୍ରକାଶ କରି ଭାଜପା ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।
ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ପ୍ରତାପ କହିଥିଲେ ଯେ, ୨୦୧୬-୧୭ ଆର୍ଥିକ ବର୍ଷରୁ ପ୍ରଧାନମନ୍ତ୍ରୀ ଯୋଜନା(ଗ୍ରାମୀଣ) ଆରମ୍ଭ ହୋଇଛି। ୪ ବର୍ଷ ମଧ୍ୟରେ ମଞ୍ଜୁରୀ ହୋଇଥିବା ୧୫.୫୭ ଲକ୍ଷ ଗୃହ ମଧ୍ୟରୁ ୯.୦୩ ଲକ୍ଷ ଗୃହ ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ରର ଅଂଶଧନ ଯଥାକ୍ରମେ ୪୦:୬୦ ରହିଛି। ୯୦୩୦ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ହୋଇଥିବାବେଳେ ରାଜ୍ୟ ଅନୁଦାନ ୫୬୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ମୋଟ ଅର୍ଥରାଶି ୧୪,୭୯୮ କୋଟି ମଧ୍ୟରୁ ୧୪,୦୫୯ କୋଟି ବ୍ୟୟ ହୋଇଛି। ଏହା ମୋଟ ଅଂଶଧନର ୯୫ ପ୍ରତିଶତ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ଯୋଜନାରେ ଯେପରି ଅନିୟମିତତା ନ ହେବ, ସେଥିପ୍ରତି ବ୍ୟାପକ ଦୃଷ୍ଟି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। କେବଳ ସ୍ବଚ୍ଛତା ଆଣିବା ପାଇଁ ଏସ୍‌ଇସିସି ୨୦୧୧ ସର୍ବେକ୍ଷଣ ଆଧାରରେ ୪୧.୧୪ ଲକ୍ଷ ପରିବାର ଦୁଇ ବା ତା’ଠାରୁ କମ୍‌ କୋଠରି ବିଶିଷ୍ଟ ଘରେ ବାସ କରୁଥିବା ଜଣାପଡିଥିଲା। ଏହି ତାଲିକାର ତଦନ୍ତ କରାଯାଇ ୨୭.୪୯ ଲକ୍ଷ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମ ସଭାରେ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇଥିଲା। ତାଲିକାରେ ଅଯୋଗ୍ୟ ଥିଲେ, ସେମାନଙ୍କୁ ବାଦ୍‌ ଦେବା ପାଇଁ ଦରଖାସ୍ତ ଦାଖଲ କରିବାକୁ ଆହ୍ବାନ କରାଯାଇଥିବା ମନ୍ତ୍ରୀ ଉତ୍ତର ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ଫନୀ କ୍ଷତିଗ୍ରସ୍ତ ୧୪ ଜିଲାର ୧୨.୭୫ ଲକ୍ଷ ଏବଂ ଅନ୍ୟ ୧୬ ଜିଲାରେ ୯.୩୧ ଲକ୍ଷ ପରିବାର(ମୋଟ ୨୨.୦୬ ଲକ୍ଷ) ଯୋଗ୍ୟ ଥିବା ଜଣାପଡିଛି। ଏହା ତାଲିକାର ସଂଶୋଧନ ଜାରି ରହିଛି, ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।
ଅପରପକ୍ଷରେ ମୋହନ ମାଝି ଆଲୋଚନାରେ ଭାଗ ନେଇ ସରକାର ନିଜ ପ୍ରତିଶ୍ରୁତି ରଖି ନ ଥିବା ଅଭିଯୋଗ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଜଣେ ହିତାଧିକାରୀ ଫଟୋ ଉଠାଇ ‘ଆମ ଘର’ ଆପ୍ଲିକେଶନରେ ଘରର ଫଟୋ ଅପ୍‌ଲୋଡ କରିପାରିବେ। ଏହି ଫଟୋ ଅପ୍‌ଲୋଡ ହେବାର ୩ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। କୌଣସି ଲୋକଙ୍କୁ ବ୍ଲକ ଅଫିସ ଦୌଡିବାକୁ ପଡିବ ନାହିଁ। ସଚେତନତା ପାଇଁ ପୋଷ୍ଟର, ବ୍ୟାନର, ପଥପ୍ରାନ୍ତ ସଭା, ହୋର୍ଡିଂ ବ୍ୟବହାର କରାଯାଉଛି। ଆପତ୍ତି ଗ୍ରହଣ କରିବା ପାଇଁ ୧୮୦୦-୩୪୫-୬୭୬୮ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି। ଆପତ୍ତି ଆଧାରରେ ତଦନ୍ତ କରାଯାଇ ୨୨ ଜଣଙ୍କୁ କାର୍ଯ୍ୟରୁ ବହିଷ୍କାର, ୪୪ଙ୍କୁ ନିଲମ୍ବନ ଏବଂ ୩୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନିୟମିତତା ରୋକିବାକୁ କଲ୍‌ ସେଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଜ୍ୟର ସମସ୍ତ ଜିଲାରେ ଡିସେମ୍ବର ୩୧ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ । ଯଦି ବିରୋଧୀଙ୍କ ଦମ୍‌ ରହିଛି, ତେବେ ଉତ୍ତର ସମ୍ପୂର୍ଣ୍ଣ ଶୁଣନ୍ତୁ ବୋଲି ମନ୍ତ୍ରୀ କହିଥିଲେ। ହେଲେ ସେତେବେଳକୁ ଭାଜପା ବିଧାୟକମାନେ କକ୍ଷ ତ୍ୟାଗ କରିସାରିଥିଲେ। ଏହି ମୁଲତବୀ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ଭାଜପା ବିଧାୟକ ନବଚରଣ ମାଝି, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ ଏବଂ ଲତିକା ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri