ଓଡ଼ିଶାରେ ଇ-ଯାନ ମାନୁଫାକ୍‌ଚରିଂ କରିବ ଓମ୍‌ ଜୟ ଇଭି

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଓମ୍‌ ଜୟ ଇଭି ଲିମିଟେଡ ରାଜ୍ୟରେ ବ୍ୟାଟେରି ଚାଳିବ ସ୍କୁଟର ନିର୍ମାଣ କରିବ। ଯାଜପୁର ଜିଲାର ବଡଚଣାଠାରେ ୧୦ ଏକର ପରିମିତ ସ୍ଥାନରେ କମ୍ପାନୀ ଏଥି ଲାଗି ଏକ ଷ୍ଟେଟ୍‌ ଅଫ୍‌ ଆର୍ଟ ମାନୁଫାକଚରିଂ ଫାସିଲିଟି ନିର୍ମାଣ କରୁଛି। ଏଥିରେ ବ୍ୟାଟେରି ଏବଂ ଚେସିିସ୍‌ ମଧ୍ୟ ପ୍ରସ୍ତୁତ କରାଯିବ। ବର୍ତ୍ତମାନ ସୁଦ୍ଧା ୟୁନିଟ୍‌ରେ ୮୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଆଗାମୀ ଦିନରେ ଏଥିରେ ୧୨୦ କୋଟି ଟଙ୍କା ନିବେଶ ହେବ ବୋଲି କମ୍ପାନୀର ନିର୍ଦ୍ଦେଶକ ହର୍ଷବର୍ଦ୍ଧନ ଦିଦ୍‌ଓ୍ବାନିଆ ସୂଚନା ଦେଇଛନ୍ତି।
ଶନିବାର କମ୍ପାନୀ ପକ୍ଷରୁ ପ୍ରସ୍ତୁତ ୪ ମଡେଲକୁ ବଜାର ପ୍ରବେଶ କରାଇ ସେ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ୨୦,୦୦୦ ଯାନ ବିକ୍ରି କରିବାକୁ ଯୋଜନା ରହିଛି। ସେହିଭଳି ଶୀଘ୍ର ଆଉ ୧୦ ନୂଆ ମଡେଲ୍‌ ଆସିବ। ୟୁନିଟ୍‌ରୁ ଶୀଘ୍ର କମର୍ସିଆଲ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଗଣେଷ ପୂଜା ବେଳକୁ ଯାନଗୁଡିକ ବଜାରକୁ ଆସିବ। ୟୁନିଟର ବାର୍ଷିକ ଉତ୍ପାଦନ କ୍ଷମତା ୨.୫ ଲକ୍ଷ ୟୁନିଟ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୮୦ ଲୋକଙ୍କୁ ନିଯୁକ୍ତ କରାଯାଇଛି। ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତା ବ୍ୟବହାର ସ୍ଥିତିକୁ ଆସିଲେ ୪୫୦ ପ୍ରତ୍ୟକ୍ଷ ଏବଂ ୩ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଡିଲର ନେଟଓ୍ବର୍କ ସମ୍ପ୍ରସାରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି,ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଡିଲର ନିଯୁକ୍ତି କରାଯିବାକୁ ଯୋଜନା ରହିଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡ଼ିଶା, ଆସାମ ଏବଂ ମେଘାଳୟ ଭଳି ଅନ୍ୟ ରାଜ୍ୟରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶାରେ ୮ ଡିଲର ନିଯୁକ୍ତ କରାଯାଇଛି। ଏବେ ମଡେଲଗୁଡିକର ଘଣ୍ଟାପ୍ରତି ବେଗ ୨୫ କିମି ରହିଛି। ଏହା ଲିଡ୍‌ ଏସିଡ ଏବଂ ଲିଥିୟମ ଆୟନ ବ୍ୟାଟେରି ସହ ଆସୁଛି। ଲିଥିୟମ ଆୟନ ବ୍ୟାଟେରି ମଡେଲର ବଜାର ଦର ୫୫-୬୫ ହଜାର ଏବଂ ଲିଡ୍‌ ଏସିଡ ମଡେଲର ବଜାର ଦର ୪୫-୫୦ ହଜାର ରହିବ ବୋଲି ଅନୁମାନ କରାଯାଉଛି। ନୂଆ ମଡେଲଗୁଡିକ ଦ୍ୱାରା ଗ୍ରାହକ ବାର୍ଷିକ ୩୦ ହଜାର ଟଙ୍କା ସଞ୍ଚୟ କରିପାରିବେ। ଏହାର ମେଣ୍ଟେନାନ୍ସ ଖର୍ଚ୍ଚ ମଧ୍ୟ କମ୍‌ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କମ୍ପାନୀର ନିର୍ଦ୍ଦେଶକ ଜୟପ୍ରକାଶ ଦିଦଓ୍ବାନିଆ ଉପସ୍ଥିତ ଥିଲେ।
କମ୍ପାନୀର ବିଭିନ୍ନ ମଡେଲ…
୪ୟୁ
ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଥିୟମ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୬୦-୭୦ କିମି; ଚାର୍ଜିଂ ସମୟ ୪ରୁ ୬ ଘଣ୍ଟା, ବୋସ୍‌ ମୋଟର, କିଲେସ୍‌ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିଟାଚେବଲ ବ୍ୟାଟେରି, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ, ଡୁଆଲ ଡିକ୍ସ ବ୍ରେକ।

ଜେନିଆ
ବୋସ ମୋଟର, କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିଟାଚେବଲ ବ୍ୟାଟେରି, ଏଚ୍‌ଏଲ୍‌ ଏଲଇଡି ଲାଇଟିଂ, ଡୁଆଲ ଡିକ୍ସ ବ୍ରେକ,ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଥିୟମ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୬୦-୭୦ କିମି; ଚାର୍ଜିଂ ସମୟ ୪ରୁ ୬ ଘଣ୍ଟା।

ଓ୍ବିଣ୍ଡ୍‌
ମୋଟର ୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଡ ଏସିଡ, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୫୦-୬୦ କିମି; ଚାର୍ଜିଂ ସମୟ ୭ରୁ ୮ ଘଣ୍ଟା, କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିସ୍କ ବ୍ରେକ, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ।

ୟୋର୍‌
କିଲେସ ଏଣ୍ଟ୍ରି, ଆଣ୍ଟି ଥେପ୍ଟ ଲକ୍‌, ୟୁଏସ୍‌ବି ପୋର୍ଟ, ଡିସ୍କ ବ୍ରେକ, ଏଚ୍‌ଏଲ୍‌ ଏଲ୍‌ଇଡି ଲାଇଟିଂ, ମୋଟର-୨୫୦ ଓ୍ବାଟ, ୬୦ ଭୋଲଟ ୨୦ ଏଏଚ୍‌ ଲିଡ ଏସିଡ ବ୍ୟାଟେରି, ଟପ୍‌ ସ୍ପିଡ ୨୫ କିମି, ରେଞ୍ଜ ୫୦-୬୦ କିମି; ଚାର୍ଜିଂ ସମୟ ୭ରୁ ୮ ଘଣ୍ଟା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri