ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

ଦାରିଙ୍ଗବାଡ଼ି/ ରାଇକିଆ,୧୨୩(ଡି.ଏନ.ଏ) ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଘୋଷଣା ସହ ମହାନଦୀର ଜଳ ଆବଣ୍ଟନ ସମସ୍ୟା ସମାଧାନ ଏବଂ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ କରିବା ଦାବିରେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଅଞ୍ଚଳର ସତ୍ୟବ୍ରତ ଦାସ (୨୯) ପଦଯାତ୍ରା ଆରମ୍ଭ କରିଛନ୍ତି। ବିଭିନ୍ନ ବ୍ଲକରେ ପହଞ୍ଚତ୍ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରୁଛନ୍ତି। ସୋମବାର ଦାରିଙ୍ଗବାଡ଼ି ବ୍ଲକରେ ପହଞ୍ଚତ୍ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ସତ୍ୟବ୍ରତ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ରାଜ୍ୟର ୩୧୪ ବ୍ଲକକୁ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜିଲାରେ ୪ ହଜାର ୮ଶହ କି.ମି. ପଦଯାତ୍ରା ଶେଷ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକକୁ ମିଶାଇ ମୋଟ ୧୬୦ ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିସାରିଛନ୍ତି। ମହାନଦୀ ଜଳ ରାଜ୍ୟର ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବାରୁ ଏହାକୁ ସମାଧାନ କରିବା ଏବଂ ପୋଲାଭରମ୍‌ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଯିବ, ଯାହାଦ୍ୱାରା ବହୁ ଜନଜାତି ବାସହରା ହେବେ ତେଣୁ ଏହାକୁ ବନ୍ଦ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହାପରେ ସିମନବାଡିରେ ସଚେତନତା କରିଥିଲେ। ପ୍ରକାଶ ଯେ, ସତ୍ୟବ୍ରତ ରବିବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ପହଞ୍ଚତ୍ଥିଲେ। ସେଠାରେ ରାତିରେ ରହିବା ପରେ ସୋମବାର ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅନୁପସ୍ଥିତିରେ କନିଷ୍ଠଯନ୍ତ୍ରୀ ତୁଷାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମଙ୍ଗଳବାର ରାଇକିଆରେ ପହଞ୍ଚତ୍ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଜି.ଉଦୟଗିରି ଅଭିମୁଖେ ବାହାରିଛନ୍ତି।