ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

ଚମ୍ପୁଆ, ୧୯।୧୦ (ଡି.ଏନ.ଏ.)-ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଆନ୍ଦୋଳନ କରୁଥିବା ଜନସଚେତନା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ୩୧୪ ବ୍ଲକକୁ ପଦଯାତ୍ରା ଆରମ୍ଭ କରିବା ପରିପ୍ରେକ୍ଷୀରେ ଶୁକ୍ରବାର ଚମ୍ପୁଆ ବ୍ଲକରେ ପହଞ୍ଚି ବିଡିଓ ନୂପୁର ଚାନ୍ଦଗୋଟିଆଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ବିପୁଳ କ୍ଷତି ସହୁଛି। ଏହାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଗଲେ ରାଜ୍ୟବାସୀ ଉପକୃତ ହୋଇ ପାରିବେ। ସେହିପରି ମହାନଦୀ ଜଳ ସମସ୍ୟାର ତୁରନ୍ତ ସମାଧାନ କରିବା ଏବଂ ପୋଲାଭରମ ପ୍ରକଳ୍ପ ହେଲେ କୋରାପୁଟ ଜିଲାରେ ବହୁ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଥିବାରୁ ଏହି ପ୍ରକଳ୍ପକୁ ତୁରନ୍ତ ବନ୍ଦ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆବାହକ ସତ୍ୟବ୍ରତ ଦାସ ଗତ ଜୁଲାଇ ୧୦ରୁ ବଡଚଣାରୁ ପଦଯାତ୍ରାରେ ବାହାରି ଏହାମଧ୍ୟରେ ୧୧ ବ୍ଲକ ପରିକ୍ରମା କରି ଶୁକ୍ରବାର ସନ୍ଧ୍ୟାରେ ଆସି ଚମ୍ପୁଆ ବ୍ଲକରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଥିଲେ।