ଓଡ଼ିଶାକୁ ବାତ୍ୟା ଖବର ଗୁଜବ: ପ୍ରଦୀପ ଜେନା

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବାତ୍ୟା ହେବ ବୋଲି ସୋସିଆଲ ମିଡିଆରେ ଗୁଜବ ଘୂରିବୁଲୁଥିଲା। ତେବେ ସେମିତି କୌଣସି ବାତ୍ୟା ହେବାର ନାହିଁ। ଏହା ଏକ ଗୁଜବ। ବାତ୍ୟା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଛନ୍ତି। କେବଳ ପାଣିପାଗ ବିଭାଗ ଖବରକୁ ବିଶ୍ୱାସ କରିବାକୁ ସେ କହିଛନ୍ତି।
ଦୁଇ ଦିନ ହେବ ଲଗାଣ ବର୍ଷା ପରେ ଶୁକ୍ରବାର ପାଗରେ ପରିବର୍ତ୍ତନ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ ହେବା ସହ ବର୍ଷାର ପରିମାଣ ଧୀରେ ଧୀରେ କମିଛି। ସେହିପରି କୌଣସି ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ନାହିଁ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ ବୋଲି ସେ କହିଛନ୍ତି।