ଓଡ଼ିଆ ପାଇଲଟ୍‌ ମୃତ

କବିସୂର୍ଯ୍ୟନଗର/ଭୁବନେଶ୍ୱର,୧୩।୬(ବ୍ୟୁରୋ): ନିଖୋଜ ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ଏଏନ୍‌-୩୨ର ସମସ୍ତ ଯାତ୍ରୀ ମୃତ। ଗୁରୁବାର ବିଧିବଦ୍ଧ ଭାବେ ଆଇଏଏଫ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିମାନର ଚାଳକ ଦଳରେ ଓଡ଼ିଆ ପାଇଲଟ୍‌ ସୁନୀତ୍‌ ମହାନ୍ତି ଥିଲେ। ଆଇଏଏଫ୍‌ର ଏହି ଘୋଷଣା ପରେ ସୁନୀତ୍‌ଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ସୁନୀତ୍‌ଙ୍କ ପୈତୃକ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତ ବଳିଆପଲ୍ଲୀ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସୂଚନାଯୋଗ୍ୟ, ଜୁନ୍‌ ୩ ତାରିଖରେ ଏଏନ୍‌-୩୨ ବିମାନଟି ନିଖୋଜ ହୋଇ ଯାଇଥିଲା। ମଙ୍ଗଳବାର ଏହାର ଧ୍ୱଂସାବଶେଷ ଠାବ କରାଯାଇଥିଲା। ସେବେଠାରୁ ବିମାନରେ ଥିବା ଯାତ୍ରୀମାନଙ୍କର ସୂଚନା ଲାଗି ବାୟୁସେନା ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେଶନ କରାଯାଉଥିଲା। ଶେଷରେ ପାରିପାଶ୍ୱିର୍ର୍କ ସ୍ଥିତି ଓ ଅନ୍ୟାନ୍ୟ ଦିଗ ଉପରେ ତର୍ଜମା କରିବା ପରେ ବିମାନରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା ଘୋଷଣା କରିଛି।