ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ଅବସ୍ଥା

”ଓଡ଼ିଆ ଚଳଚ୍ଚିତ୍ରର ଅଣଓଡ଼ିିଆ ନାମକରଣ ସଂକ୍ରାମକ ରୋଗ ପରି ମାଡ଼ି ଚାଲିଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ। ହୋମ ବ୍ୟାନରରେ ଓଡ଼ିଆ ସିନେମାଟିଏ ନିର୍ମାଣ କରି ନିଜ ପୁଅ ହେଉ କି ସମ୍ପର୍କୀୟଙ୍କୁ ଲିଡ୍‌ ରୋଲ୍‌ରେ ନେବା ମଧ୍ୟ ଏକ ଧାରାରେ ପରିଣତ ହେଲାଣି। ହେଲେ ଯେଉଁ ସିନେମାଟିଏ ନିର୍ମିତ ହେଉଛି ତାହା ଦେଖିବାଯୋଗ୍ୟ ନୁହେଁ। କେବଳ ଫୂର୍ତ୍ତି କରିବା ପାଇଁ କେତେକ ଓଡ଼ିଆ ସିନେମା ତିଆରି କରୁଛନ୍ତି, ଯାହା ଧୀରେ ଧୀରେ ଅସହ୍ୟ ବୋଧ ହେଲାଣି।“

ଓଡ଼ିଆ ଚଳଚ୍ଚିତ୍ର ୮୨ ବର୍ଷରେ ପଦାର୍ପଣ କଲାଣି, ପରିପକ୍ୱତା ଅନୁସାର ଆମେ ଅପରିପକ୍ୱ କାମ କରୁଛେ। ଓଡ଼ିଆ ସିନେମାର ଅବସ୍ଥା ବର୍ତ୍ତମାନ କିପରି ଅଛି ତାହା କହିବା ବାହୁଲ୍ୟ। ଆମର ଅନ୍ୟତମ ପ୍ରମୁଖ ମନୋରଞ୍ଜନର ମାଧ୍ୟମ ଭାବରେ ପରିଚିତ ଏହି ଜଗତର ଅବସ୍ଥା ଏବେ ସଙ୍କଟାପନ୍ନ। ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ କେବଳ ଇଂଲିଶ ନୁହେଁ, ହିନ୍ଦୀ ଭାଷାରେ କରାଯିବାର କେତେ ଯଥାର୍ଥତା ରହିଛି ତାହା ବିଚାରଯୋଗ୍ୟ। ତଥାପି ସବୁ କ୍ଷେତ୍ରରେ ନୀରବତା ଯାହାକିଛି ଚାଲିଛି। ଓଡ଼ିଆ ଭାଷା ସାହିତ୍ୟର ଆଦର ଯଦି ଓଡ଼ିଆ ଚଳଚ୍ଚିତ୍ରରେ କରାଯିବ ନାହିଁ ତେବେ ଆମ ଭାଷାର ସମୃଦ୍ଧି ପାଇଁ କଡ଼ାକଡ଼ି ନିୟମ କେବେ ପାଳନ କରିବା। ନୂତନ ପିଢ଼ିମାନେ ଅଣ ଓଡ଼ିଆ ନାମକରଣ ଶୁଣି ଏପରି ବିଚିତ୍ର ଓଡ଼ିଆ ଚଳଚ୍ଚିତ୍ରକୁ କେତେ ଦୂର ଗ୍ରହଣ କରିବେ ତାହା ବିଚାର କରିବାର ସମୟ ଆସିଛି। ଦିନେ ଅଧେ ଚଳଚ୍ଚିତ୍ର ପ୍ରଯୋଜନା କରୁଥିବା ପ୍ରଯୋଜକଙ୍କର କିଛି ଯାଏ ଆସେ ନାହିଁ। ଆମେ କେବଳ ବର୍ଷକୁ ବର୍ଷ ସଂଖ୍ୟା ଗଣି ଓଡ଼ିଆ ଚଳଚ୍ଚିତ୍ରର ହିସାବ କରୁଛୁ। କିନ୍ତୁ ପାସ୍‌ ହାତ ଦେଖିଲେ ଫେଲ ସଂଖ୍ୟା ଅଧିକ।
ଚଳଚ୍ଚିତ୍ରର ଅଣଓଡ଼ିଆ ନାମକରଣ ସଂକ୍ରାମକ ରୋଗ ପରି ମାଡ଼ି ଚାଲିଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଯିବା ଉଚିତ। ହୋମ ବ୍ୟାନରରେ ଓଡ଼ିଆ ସିନେମାଟିଏ ନିର୍ମାଣ କରି ନିଜ ପୁଅ ହେଉ କି ସମ୍ପର୍କୀୟଙ୍କୁ ଲିଡ୍‌ ରୋଲ୍‌ରେ ନେବା ମଧ୍ୟ ଏକ ଧାରାରେ ପରିଣତ ହେଲାଣି। ହେଲେ ଯେଉଁ ସିନେମାଟିଏ ନିର୍ମିତ ହେଉଛି ତାହା ଦେଖିବାଯୋଗ୍ୟ ନୁହେଁ। କେବଳ ଫୂର୍ତ୍ତି କରିବା ପାଇଁ କେତେକ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି, ଯାହା ଧୀରେ ଧୀରେ ଅସହ୍ୟ ବୋଧ ହେଲାଣି। ଓଡ଼ିଆ ଚଳଚ୍ଚିତ୍ର ଭାଷାକୁ ବିକୃତ କରିବା ଦିଗରେ ଏବେଠାରୁ ସଚେତନ ହେବା ଜରୁରୀ। ନ ହେଲେ ଅଣଓଡିଆ ନାମକରଣ ସିଧା କପି ଚଳଚ୍ଚିତ୍ରକୁ ଦେଖି ଆତ୍ମତୃପ୍ତି ଲାଭ କରିବାକୁ ହେବ। କପି ଚଳଚ୍ଚିତ୍ର ହେଉ କିଛି ମନା ନାହିଁ, କିନ୍ତୁ ତାହା ଆମ ସାମାଜିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ହେବା ଉଚିତ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚଳଚ୍ଚିତ୍ର ହେଉଛି ମାତ୍ର ପ୍ରେକ୍ଷାଳୟରେ ତାହା କେତେ ଦିନ ପ୍ରଦର୍ଶିତ ହେଉଛି ତାହା ଆଉ ଅଛପା ହୋଇ ରହିନାହିଁ। ସିନେମାର ନିର୍ମାଣଶୈଳୀରେ ତ୍ରୁଟିକୁ ଲୁଚାଇବାକୁ ଯାଇ ଅଯଥା ବାହୁସ୍ପୋଟ ମାରିବା ଆଦୌ ସମୀଚୀନ ନୁହେଁ। ଦିନ ଥିଲା ଭଲ ମୌଳିକ କାହାଣୀ, ଯେଉଁଥିରେ ଆମ ଓଡ଼ିଆ ମାଟିର ବାସ୍ନା ଭରି ରହିଥିଲା ସେପରି ସିନେମା ପ୍ରସ୍ତୁତ ହେଉଥିଲା, ଯାହାକୁ ଜଣେ ଦର୍ଶକ ବାରମ୍ବାର ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ହେଲେ ଏବେ ଅଧିକାଂଶ ଦର୍ଶକ ଓଡ଼ିଆ ସିନେମା ଦେଖିବା କଥା ପଡ଼ିଲା ବେଳକୁ ନାକ ଟେକୁଛନ୍ତି। ପରିପକ୍ୱତା ଥିବା ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ମିଳିଛି ହେଲେ ଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌। ଶିଳ୍ପ ପାଇଁ କିଛି ଭିତ୍ତିଭୂମି ନାହିଁ କି ପ୍ରଯୋଜକମାନଙ୍କ ପାଇଁ ସ୍ବତନ୍ତ୍ର ଧ୍ୟାନ ନାହିଁ। ଆମେ କେବଳ ବର୍ଷକୁ ବର୍ଷ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ବଢ଼ାଇ ଚାଲିଛୁ। ଭିଟାମିନ୍‌ ଅଭାବଗ୍ରସ୍ତ ଚଳଚ୍ଚିତ୍ର ଆଉ ବାର୍ଦ୍ଧକ୍ୟବସ୍ଥାରେ କେତେଦିନ ବଞ୍ଚତ୍ବ ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri