ଛେନାଝିଲ୍ଲି ପାଇଁ ଜିଆଇ ଟ୍ୟାଗ୍‌: ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମିଳିବା ପରେ ଏବେ ନିମାପଡ଼ା ପ୍ରସିଦ୍ଧ ଛେନାଝିଲ୍ଲିକୁ ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗତଥର ରସଗୋଲାର ଜିଆଇ ଟ୍ୟାଗ୍‌ ଓଡ଼ିଶା ହାତରୁ ପଶ୍ଚିମବଙ୍ଗ ହାତକୁ ଚାଲିଯାଇଥିବାରୁ ଏଥର ଆଉ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାର ହେଳା ନ କରିବାକୁ ସ୍ଥିର ହୋଇଛି। ରାଜ୍ୟ ଏବଂ ରାଜ୍ୟ ବାହାରେ ନିମାପଡ଼ା ଛେନାଝିଲ୍ଲିର ବିଶେଷ ଲୋକପ୍ରିୟତା ରହିଥିବାରୁ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରାରମ୍ଭିକ ସର୍ଭେ ଆରମ୍ଭ କରିଛି। ପୁରୀ ଜିଲାର ନିମାପଡ଼ାରୁ ଛେନାଝିଲ୍ଲି ସୃଷ୍ଟି ହୋଇଥିବାବେଳେ ସର୍ଭେ ପାଇଁ ଏଠାକୁ ଏକ ୩ଜଣିଆ ଟିମ୍‌ ପଠାଯାଇଛି। ମଙ୍ଗଳବାର ଏହି ଟିମ୍‌ ନିମାପଡ଼ାର ବିଭିନ୍ନ ଅଞ୍ଚଳ ବୁଲି ଛେନାଝିଲ୍ଲିର ଉତ୍ପତ୍ତିସ୍ଥଳ ଏବଂ ଇତିହାସ ସମ୍ପର୍କରେ ପଚାରି ବୁଝିଥିଲେ। ନିମାପଡ଼ା ବଜାରରେ ଥିବା ମିଠା ଦୋକାନୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କଠାରୁ ଛେନାଝିଲ୍ଲିର ମୂଳ ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଟିମ୍‌ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଜିଆଇ ଟ୍ୟାଗ୍‌ ଆବେଦନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ…

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣୁଥିଲେ ସାବଧାନ ! କେବଳ ଲୁକ୍‌ ନୁହେଁ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ ଜରୁରୀ ଡକ୍ୟୁମେଣ୍ଟ

ନୂଆ କାର୍‌ ତୁଳନାରେ କମ ଦାମ୍‌ରେ ଗାଡ଼ି ବା ସେକେଣ୍ଡ ହ୍ୟାଣ୍ଡ କାର୍‌ (Used Car) କିଣିବାକୁ ପସନ୍ଦ କରୁଛନ୍ତି। ତେବେ ବ୍ୟବହୃତ କାର୍‌ କିଣିବା ସମୟରେ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା…

ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ…

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri