ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର, ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଏଣିକି ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର। ପିଲାଙ୍କୁ ଛାତ୍ରଜୀବନରୁ ସ୍ବଚ୍ଛତା ପାଇଁ ସଚେତନ କରାଇବା ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପରିବେଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ଏନେଇ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଦେବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଏକ ଆପ୍‌ ଲୋକାର୍ପିତ କରିଛନ୍ତି।
ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଏଥିରେ ସାମିଲ ହେବେ। ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ। ଆପ୍‌ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ତାରକା ମାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି। ଅକ୍ଟୋବର ୧୪ ମଧ୍ୟରେ ସମସ୍ତ ବିଦ୍ୟାଳୟଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିିପାରିବେ। ଅକ୍ଟୋବର ୧୫ରୁ ୩୧ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ର ଯାଞ୍ଚ ହେବ। ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ। ବ୍ଲକସ୍ତରରେ ୧୨୫୬, ଜିଲାସ୍ତରରେ ୨୪୦, ରାଜ୍ୟସ୍ତରରେ ୪୦ ସ୍କୁଲକୁ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ମିଳିବ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ୨ହଜାର, ଜିଲାସ୍ତରରେ ୫ହଜାର ଏବଂ ରାଜ୍ୟସ୍ତରରେ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଅନ୍ୟପଟେ ୯୦ରୁ ୧୦୦% ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ୫ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ ମିଳିବ। ଅର୍ଥାତ୍‌ ଏହି ବିଦ୍ୟାଳୟଗୁଡ଼ିକ ଉତ୍କୃଷ୍ଟ ବୋଲି ବିବେଚନା କରାଯିବ। ୭୦ ରୁ ୮୯% ସ୍ବଚ୍ଛ ଥିଲେ ବିଦ୍ୟାଳୟଗୁଡ଼ିକୁ ୪ଷ୍ଟାର୍‌ ମିଳିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଭଲ ଏବଂ ଆହୁରି ସ୍ବଚ୍ଛ କରାଯାଇପାରେ ବୋଲି କୁହାଯିବ। ଅନ୍ୟପଟେ ୫୧ରୁ ୬୯%କୁ ୩ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟ ଭଲ ଅଛି, ଆଉ ଅଧିକ ଭଲ କରାଯାଇପାରିବ। ୩୫ରୁ ୫୦% ସ୍ବଚ୍ଛ ବିଦ୍ୟାଳୟକୁ ୨ଷ୍ଟାର୍‌ ଦିଆଯିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଅଧିକ ଉନ୍ନତି ଦରକାର। ୩୫%ରୁ କମ୍‌ ସ୍ବଚ୍ଛତା ପାଇଁ ୧ଷ୍ଟାର୍‌ ବା ଖରାପ ବୋଲି ବିଚାର କରାଯିବ।
ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର-୨୦୧୯ ଅଭିଯାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଦାଶ କହିଲେ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନରେ ଯେଉଁ ବିଦ୍ୟାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବେ ସେମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଲକ୍ଷ୍ୟ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ ନିଲେସନ୍‌, ସ୍ବଚ୍ଛ ବିଶେଷଜ୍ଞ ଆଇସିଓ ପ୍ରତିଭା ସିଂ ପ୍ରମୁଖ ଉକ୍ତ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ଶୁଭାରମ୍ଭ ଅବସରରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?