ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିସାରିଛି। ତେବେ କିଭଳି ଓଡ଼ିଆରେ ପଢ଼ାହେବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିକଟରେ ଏଆଇସିଟିଇ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ଅଧ୍ୟକ୍ଷତା କରିଥିଲେ। ସେଥିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପଢ଼ାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା(ଆଇଓଏସ୍‌ଆର୍‌)ର ତତ୍ତ୍ୱାବଧାନରେ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବ। ଏ ନେଇ ଖୁବ୍‌ଶୀଘ୍ର ସଂସ୍ଥା ଏକ କମିଟି ଗଠନ କରି ଅନୁବାଦ କାମ ଆରମ୍ଭ କରିବ।

ତେବେ ଇଞ୍ଜିନିୟରିଂ ଟର୍ମଗୁଡ଼ିକରେ ବିଶେଷ ପରିବର୍ତ୍ତନ ନ ହୋଇ କେବଳ ସରଳ ଭାଷାରେ ଅନୁବାଦ ହେବ। ପଛୁଆ ଅଞ୍ଚଳର ପିଲାଙ୍କ ଇଞ୍ଜିନିୟର ହେବା ସ୍ବପ୍ନରେ ଯେପରି ଇଂଲିଶ୍‌ ବାଧକ ନ ହେବ, ସେଥିପାଇଁ ଏଭଳି ଏକ ଯୋଜନା କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଇଓଏସ୍‌ଆର୍‌ ଚେୟାରମ୍ୟାନ ଅବସର ବେଉରିଆ, ଉପାଧ୍ୟକ୍ଷ ପ୍ରଫେସର ନଟବର ଶତପଥୀ, ଡ. ସିପ୍ରା ମଲ୍ଲିକ, ସମ୍ପାଦକ ଡ. ସୁବ୍ରତ କୁମାର ପୃଷ୍ଟି, ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମ୍‌କାର ନାଥ ମହାନ୍ତି, ଭିସୁଟ୍‌ କୁଳପତି ପ୍ରଫେସର ବଂଶୀଧର ମାଝୀ, ବିପିୟୁଟିର କରିକୁଲମ୍‌ ଡାଇରେକ୍ଟର ପ୍ରଫେସର ଡ. ଶିବ କୁମାର ମିଶ୍ର, ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅଜିତ କୁମାର ନାୟକ, ରାଜ୍ୟ ସରକାରଙ୍କ ସିଡିସି ଆଣ୍ଡ୍‌ ଏଫ୍‌ଡି ଡେପୁଟି ଡାଇରେକ୍ଟର ଡ. ମନୋରଞ୍ଜନ ସାମଲ ଏବଂ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ଅବୈତନିକ ସମ୍ପାଦକ ବିନୋଦ ଦାସ ଯୋଗଦେଇଥିଲେ। ତେବେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନର ରୂପରେଖ ପ୍ରସ୍ତୁତ ଲାଗି ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ ବୋଲି ସୂଚନା ମିଳିଛି। ଉକ୍ତ ବୈଠକରେ ମଧ୍ୟ ଏଆଇସିଟିଇର ଚେୟାରମ୍ୟାନ ଉପସ୍ଥିତ ରହିବେ। ଆସନ୍ତା ଶିକ୍ଷାବର୍ଷରୁ ଉର୍ଦ୍ଦୁ, ପଞ୍ଜାବୀ, ଅହମିୟା ଭାଷାରେ ମଧ୍ୟ ଇଞ୍ଜିନିୟରିଂ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏହି ନିଷ୍ପତ୍ତିକୁ ଓପେକା ସ୍ବାଗତ କରିଛି। ଏ ନେଇ ସଂଘର ଅବୈତନିକ ସମ୍ପାଦକ ବିନୋଦ ଦାସଙ୍କ କହିଛନ୍ତି, ଓଡ଼ିଆ ଭାଷାରେ ପାଠ ପଢ଼ାଗଲେ ଫାଙ୍କା ପଡୁଥିବା ଇଞ୍ଜିନିୟରିଂ ସିଟ୍‌ଗୁଡ଼ିକ ପୂରଣ ହୋଇପାରିବ। ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନକୁ ନୂଆ ଜାତୀୟ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆରେ ପଢ଼ାଇବା ବ୍ୟବସ୍ଥା ହେଲେ ପଛୁଆ ଅଞ୍ଚଳର ଛାତ୍ରୀଛାତ୍ର ବିଶେଷ ଲାଭପ୍ରଦ ହୋଇପାରିବେ। ପୂର୍ବରୁ ତାମିଲ, ତେଲୁଗୁ, ମାଲାୟଲମ୍‌, କନ୍ନଡ, ମରାଠୀ, ଗୁଜରାଟୀ, ବେଙ୍ଗଲୀ ଓ ହିନ୍ଦୀ ଭଳି ୮ ଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ାଯାଉଛି। ଏବେ ନବମ ଭାଷା ଭାବେ ଓଡ଼ିଆରେ ଇଞ୍ଜିନିୟରିଂ ପଢ଼ାଯିବ। ତେବେ ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ୮୮ ଘରୋଇ ଓ ୮ ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି। ପ୍ରତିବର୍ଷ ପ୍ରାୟ ୩୦ରୁ ୩୫ ହଜାର ଛାତ୍ରୀଛାତ୍ର ନାମ ଲେଖାଉଥିବାବେଳେ ପାଖାପାଖି ୧୦ ହଜାର ସିଟ୍‌ ଖାଲି ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri