Categories: ରାଜ୍ୟ

ଓଡ଼ଗାଁ ତହସିଲ ହରିଡ଼ାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ: ୮ ବଖରା ପୋଡିଗଲା, ୨ ବଳଦ ଜୀବନ୍ତ ଦଗ୍ଧ

ଓଡ଼ଗାଁ,୨ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ହରିଡ଼ାବନ୍ଧ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ପରିବାରଙ୍କ ୮ ବଖରା ଜଳିଯାଇଛି ା ରାତିସାରା ବର୍ଷା ହେଉଥିବା ବେଳେ ବିଦ୍ୟୁତ୍‌ ଶର୍ଟସର୍କିଟରୁ ଗୁହାଳ ଘରେ ନିଆଁ ଲାଗି ଚାରିଆଡ଼କୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡରେ ଗୋପୀନାଥ ପଲେଇଙ୍କ ୨ ବଖରା ଜଳିଯିବା ସହ ୨ ବଳଦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି ଲୋକନାଥ ପଲେଇଙ୍କ ୨ ବଖରା ଜଳିଯାଇଥିବା ବେଳେ ତାଙ୍କ ବୋହୂ ନିଆଁରେ ପୋଡି ଆହତ ହୋଇଛନ୍ତି। ତାଙ୍କର ଦୁଇ ବଳଦ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି। ଜଗନ୍ନାଥ ପଲେଇ ଓ ମଞ୍ଜୁଲତା ପଲେଇଙ୍କର ମଧ୍ୟ ଦୁଇ ବଖରା ଲେଖାଏ ପୋଡିଯାଇଛି। ଜଗନ୍ନାଥ ନିଜେ ନିଆଁରେ ପୋଡି ଆହତ ହୋଇଥିବା ବେଳେ ତାଙ୍କର ଗୋଟିଏ ବଳଦ ପୋଡି ଆଂଶିକ ଆହତ ହୋଇଛି। ଘରର ସମସ୍ତଙ୍କ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ନିଆଁ ଲିଭାଇବାକୁ ଯାଇଥିବା ଓଡ଼ଗାଁ ଦମକଳ ବାହିନୀ ପ୍ରକାଶ କରିଛନ୍ତି ା କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ପାଇଁ ଦାବି ହୋଇଛି ା ଶରଣକୁଳ ପ୍ରାଣୀ ଚିକିତ୍ସକ ମୃତ ୨ ବଳଦଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଆହତ ବଳଦଙ୍କ ଚିକିତ୍ସା କରିଛନ୍ତି ା