ଓଡ଼ଗାଁରୁ ଚୋରି ଗାଡ଼ି ରଣପୁରରୁ ଜବତ

ରଣପୁର,୨।୮ (ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଥାନା ଅଞ୍ଚଳରୁ ଗତ ଜୁଲାଇ ୩୦ ତାରିଖରେ ଚୋରି ହୋଇଥିବା ଏକ ବୋଲେରୋକୁ ରଣପୁର ପୋଲିସ ଗୁରୁବାର ରଣପୁର ଅନ୍ତର୍ଗତ ଅସୁରକୁମାରୀ ପୀଠରୁ ଜବତ କରିଛି। ପରେ ଓଡଗାଁ ପୋଲିସକୁ ହସ୍ତାନ୍ତର କରିଛି।
ଯେ, ଓଡ଼ଗାଁ ଥାନା ଅନ୍ତର୍ଗତ ଘସାଦେଈପୁର ଗ୍ରାମର ବୈକୁଣ୍ଠ ନାଥ ବାଘଙ୍କ ଘର ଆଗରେ ରଖାଯାଇଥିବା ଏକ ବୋଲେରୋ (ନଂ ଓଆର୍‌ ୦୨ ଏସି ୭୯୩୧)କୁ ଗତ ୩୦ତାରିଖ ରାତିରେ କେହି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ୩୧ ତାରିଖରେ ଓଡଗଁା ଥାନାରେ ବୈକୁଣ୍ଠ ଲିଖିତ ଅଭିଯୋଗ କରିଥିଲେ ା ଏନେଇ ପୋଲିସ ନଂ୧୨୧/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଚୋରି ଯାଇଥିବା ଗାଡିର କୌଣସି ପତ୍ତା ମିଳି ନ ଥିଲା। ରଣପୁର ଥାନା ସବ୍‌ଇନ୍ସପେକ୍ଟର ପ୍ରୀତିରଞ୍ଜନ ମହାନ୍ତି ଗୁରୁବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ବଜ୍ରକୋଟ ଗ୍ରାମସ୍ଥିତ ଅସୁର କୁମାରୀ ପୀଠ ଠାରେ ଥିବା ବନ୍ଧ ଉପରେ ପରିତ୍ୟକ୍ତ ଅବସ୍ଥାରେ ଏକ ଗାଡି ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସନ୍ଦେହ ହେବାରୁ ବିଭିନ୍ନ ଥାନାକୁ ଏ ସଂକ୍ରାନ୍ତରେ ଜଣାଇଥିଲେ ା ଓଡଗଁା ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା, ସବ୍‌ଇନ୍ସପେକ୍ଟର ସଞ୍ଜୟ ପରିଡା ଓ ଗାଡିର ମାଲିକ ବୈକୁଣ୍ଠ ଘଟଣା ସ୍ଥଳରେ ପହଞ୍ଚି ଥିଲେ ା ସେଠାରୁ ଗାଡିଟିକୁ ଜବତ କରି ଓଡ଼ଗଁା ଥାନାକୁ ନେଇଯାଇଥିଲେ ା ଦୁବୃର୍ତ୍ତମାନେ ଗାଡିର ବିଭିନ୍ନ ଯନ୍ତ୍ରାଂଶ କାଢି ନେଇଥିବା ପୋଲିସ ପ୍ରକାଶ କରିଛି ା ଏଠାରେ ପ୍ରକାଶ ଯେ, ରଣପୁର ଅଞ୍ଚଳର କିଛି ଦୁର୍ବୃତ୍ତ ଗାଡି ଚୋରି ର଼୍ୟାକେଟ୍‌ରେ ସାମିଲ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।