ଓଜନରେ କମିଲା ପିଡ଼ିଏସ୍‌ ଚାଉଳ: ତଦନ୍ତ କଲେ ଯୋଗାଣ ଅଧିକାରୀ

ଚିତ୍ରଡା,୧୩ା୪(ଡ଼ି.ଏନ୍‌.ଏ.): କରୋନା ଯୋଗୁ ଲକ ଡାଉନ ଚାଲି ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡଧାରୀ ପରିବାରର ସଦସ୍ୟଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଆଗୁଆ ୩ ମାସର ଦେବାର ବ୍ୟବସ୍ଥା କରିଛନ୍ତି। ତେବେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡ଼ିହା ପଞ୍ଚାୟତରେ ଏହି ପିଡ଼ିଏସ ଚାଉଳ ଓଜନରେ କମ୍‌ ଦିଆଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ରବିବାର ପୂର୍ବାହ୍ନ ୧୦ଟା ସମୟରେ ଭାଲିିଆଡିହା ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ବେଳେ ଓଜନରେ କମୁ ଥିବା ଜଣା ପଡ଼ିଥିଲା। ହିତାଧିକାରୀମାନଙ୍କ ସନ୍ଦେହ ହେବାରୁ ସେମାନେ ଅନ୍ୟ ଏକ ଓଜନ ଯନ୍ତ୍ରରେ ଦ୍ୱିତୀୟ ଥର ଓଜନ କରିବାରୁ ୫୦ କିଲୋ ଚାଉଳରେ ୨ କିଲୋ କମିଥିବା ଜଣା ପଡ଼ିଥିଲା। ଏନେଇ ରାଜେନ୍ଦ୍ର ବିନ୍ଧାଣି, ରାମଚନ୍ଦ୍ର ସୋରେନ, ମାଳତୀ ସୋରେନ ପ୍ରମୁଖ ହିତାଧିକାରୀମାନେ ଫୋନ ଯୋଗେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଜଣାଇଥିଲେ। ଅଭିଯୋଗ ପାଇ ଯୋଗାଣ ଅଧିକାରୀ ବେଣୁଧର ମହାପାତ୍ର ଉକ୍ତ ପଞ୍ଚାୟତରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏନେଇ ଯୋଗାଣ ଅଧିକାରୀ ମହାପାତ୍ରଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି। ସେ ନିଜେ ଦୁଇରୁ ତିନି ଜଣଙ୍କ ଘରକୁ ଯାଇ ଚାଉଳ ବୁରାକୁ ଓଜନ କରିବାରୁ ଗୋଟିଏ ବୁରାରେ ପାଞ୍ଚ ଗ୍ରାମ କମ୍‌ ଏବଂ ଅନ୍ୟ ଜଣଙ୍କ ବୁରାରେ ୧୫୦ ଗ୍ରାମ ଚାଉଳ ଅଧିକ ଥିଲା ବୋଲି କହିଛନ୍ତି। ତେବେ ଚାଉଳ ଓଜନ ହେଉଥିବା ଯନ୍ତ୍ରକୁ ପରୀକ୍ଷା କରିବାକୁ ସେ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri