ଓଏସ୍‌ସିଏଚ୍‌ସି ନିର୍ଦ୍ଦେଶକ ପଦରୁ କାନନ, ଦିଲୀପଙ୍କ ଇସ୍ତଫା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ(ଓଏସ୍‌ସିଏଚ୍‌ସି) ଲିମିଟେଡ ଭୁବନେଶ୍ୱର ପରିଚାଳନା କମିଟି ନିର୍ଦ୍ଦେଶକ ପଦରୁ କାନନ ବିହାରୀ ପତି ଏବଂ ଦିଲୀପ କୁମାର ବିଶ୍ୱାଳ ରବିବାର ଇସ୍ତଫା ଦେଇଛନ୍ତି। ନିଗମରେ ଦୀର୍ଘ ଦିନ ଧରି ଚାଲିଆସିଥିବା ଅନିୟମିତତାକୁ ବିରୋଧ କରି ଉଭୟେ ଇସ୍ତଫା ଦେଇଥିବା ରାଜ୍ୟ ସମବାୟ ଅଧ୍ୟକ୍ଷଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବାକୁ ସେମାନେ ଉଲ୍ଲେଖ କରିଛନ୍ତି।