ଓଏମ୍‌ସି ଗନ୍ଧମାର୍ଦ୍ଦନ ଲୌହଖଣି, ପାରିପାର୍ଶ୍ୱିକ ଗ୍ରାମରେ ବିଶୋଧନ

କେନ୍ଦୁଝର,୧୭ା୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟୀସ୍ଥିତ ଓଡ଼ିିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହଖଣି ଏବଂ ଏହାର ଚତୁଃପାର୍ଶ୍ୱରେ ଅବସ୍ଥିତ ଗ୍ରାମଗୁଡିକୁ ଓଏମ୍‌ସି ଖଣିରେ ଉତ୍ତୋଳନ କରୁଥିବା କଳିଙ୍ଗ କମର୍ସିଆଲ କର୍ପୋରେସନ ଲିଃ. ସଂସ୍ଥା ବିଶୋଧନ କରିଛି। ଲକ୍‌ଡାଉନ ସମୟରେ ଗ୍ରାମବାସୀ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି। ଓଏମ୍‌ସିର ପାରିପାର୍ଶ୍ୱିକ ଗ୍ରାମ ଇଚିଣ୍ଡା,ତଳକଇଁସାରୀ,ଉପର କଇଁସାରୀ,ଶୁଆକାଟୀ ବଜାର,ଭୂୟାଁ ସାହି ସମେତ ଓଏମସି କାର୍ଯ୍ୟାଳୟ,ଓଏମସି କଲୋନୀ,ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କାର୍ଯ୍ୟାଳୟ,ମାଇନିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର,ଗନ୍ଧମାର୍ଦ୍ଦନ ଖଣିର ଖନନ ଓ ଉତ୍ତୋଳନ ସ୍ଥାନ,ଖଣି ରାସ୍ତା,କେସିସି ଷ୍ଟାଫ୍‌ କଲୋନୀ,ଅଫିସ୍‌ ଗୁଡିକରେ ବିଶୋଧକ ଯୁକ୍ତ ଜଳ ସିଞ୍ଚନ କରାଯାଇଥିଲା। କରୋନା ସତର୍କତା ଅବଲମ୍ବନ ପୂର୍ବକ ଖଣିରେ ସାମାଜିକ ଦୂରତ୍ୱ ରକ୍ଷା କରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ହ୍ୟାଣ୍ଡସାନିଟାଇଜର, ସାବୁନ, ମାସ୍କ, ହ୍ୟାଣ୍ଡ ୱାସ ଇତ୍ୟାଦି ବଣ୍ଟନ କରାଯାଇଥିଲା। କେସିସିର ମାନବ ସମ୍ବଳ ଅଧିକାରୀ ଅକ୍ଷୟ ପାଲ,ମୁଖ୍ୟ ପ୍ରକଳ୍ପ ସଂଯୋଜକ ଜି.ଶ୍ରୀକୁମାର,ମେକାନିକାଲ ବିଭାଗ ମୁଖ୍ୟ ଭକ୍ତପ୍ରସାଦ ସେଠୀ ଏବଂ ଏଚ୍‌୍‌ଆର ଏକଜିକ୍ୟୁଟିଭ ବିଭୁପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶୋଧନ କାର୍ଯ୍ୟ ହେବା ସହ କରୋନା ସତର୍କତା ସାମଗ୍ରୀ ବଣ୍ଟନ କରାଯାଇଥିଲା।