Categories: ଖେଳ

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍‌ ଜିତିି ବ୍ୟାଟିଂ ନିଷ୍ପତି ନେଇଛି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନ ଥିବାବେଳେ ବାଂଲାଦେଶ ଦୁଇଟି ପରିବର୍ତ୍ତନ କରିଛି। ଉଭୟ ଦେଶ ପାଇଁ ଏହା ଏକ ଐତିହାସିକ ମ୍ୟାଚ୍‌। ଉଭୟ ଦେଶ ପ୍ରଥମଥର ପାଇଁ ଫ୍ଲଡଲାଇଟରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତ ଏବଂ ବାଂଲାଦେଶ ଖେଳାଳିଙ୍କୁ ଭେଟିଥିଲେ। ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଦ୍ୱିତୀୟ ମ୍ୟାଚ। ଏହା ପୂର୍ବରୁ ଭାରତ ଇନ୍ଦୋର ଟେଷ୍ଟକୁ ଇନିଂସ ଓ ୧୩୦ ରନରେ ଜିତି ୧-୦ରେ ଆଗୁଆ ରହିଛି। ପିଙ୍କ ବଲ ଟେଷ୍ଟକୁ ଜିତି ଭାରତ ଆଉ ଏକ ସିରିଜ ଉପରେ କବଜା କରିବାକୁ ଲକ୍ଷ୍ୟ ରଖିଛି। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ସାତବର୍ଷ ପୂର୍ବେ ଏହି ଟେଷ୍ଟକୁ ମଞ୍ଜୁରୀ ଦେଇଥିଲା।

Share