‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ, ‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କେରୋନା ସଂକ୍ରମଣ ଆଶଙ୍କା ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ତୁଳନାରେ ଅଧିକ ରହିଛି। ସେହିପରି ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କ ଶରୀର ସହଜରେ କରୋନା ସଂକ୍ରମଣର ମୁକାବିଲା କରିପାରିଥାଏ। ଚାଇନାରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୩୮ ପ୍ରତିଶତ ‘ଏ’ ବ୍ଲଡ୍‌ ଗ୍ରୁପ ଲୋକେ ଥିବାବେଳେ ୨୬ ପ୍ରତିଶତ ‘ଓ’ ବ୍ଲଡ୍‌ ଗ୍ରୁପ ରହିଛନ୍ତି। ଉହାନ ନିକଟରେ ଥିବା ସେଣ୍ଟର ଫର ଏଭିଡେନ୍ସ୍‌ ବେସଡ୍‌ ଆଣ୍ଡ ଟ୍ରାନ୍ସଲେଶନାଲ ମେଡିସିନ୍‌ଠାରେ ଏନେଇ ଅଧିକ ଗବେଷଣା ଜାରି ରହିଛି। କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ୨୦୬ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୮୫ ଜଣ ଅର୍ଥାତ୍‌ ୪୧.୨୬ ପ୍ରତିଶତଙ୍କର ‘ଏ’ ବ୍ଲଡ୍‌ ଗ୍ରୁପ ରହିଛି। ଅପରପକ୍ଷରେ ୫୨ ଲୋକଙ୍କର ବ୍ଲଡ୍‌ ଗ୍ରୁପ ‘ଓ’ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share