ଏହି ୫ ଅଭିନେତାଙ୍କ ବୟସ ସ୍ତ୍ରୀଙ୍କଠୁ କମ୍‌

ଏକ ସୁନ୍ଦର ସମ୍ପର୍କ ପାଇଁ ଭଲପାଇବା ଆବଶ୍ୟକ। ସମ୍ପର୍କ ଉପରେ ବୟସ କେବେ ଫରକ ପକାଇ ନ ଥାଏ। ଏହି କଥାକୁ ଠିକ୍‌ ପ୍ରମାଣ କରିଛନ୍ତି କେତେକ ଅଭିନେତ୍ରୀ ଅଭିନେତା। ପ୍ରାୟତଃ କୁହାଯାଏ ପ୍ରେମ ଅନ୍ଧ। ଏହା ରଙ୍ଗ,ରୂପ, ଗୁଣ ଦେଖି ନ ଥାଏ। ତେବେ ଏପରି କେତେକ ଅଭିନେତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ଯେଉଁମାନଙ୍କ ବୟସ ସେମାନଙ୍କ ସ୍ବାମୀଙ୍କଠାରୁ ଅଧିକ…

ହର୍ଷ ଲିମ୍ବାଚିଆ ଏବଂ ଭାରତୀ ସିଂ
ହର୍ଷ ଲିମ୍ବାଚିଆଙ୍କଠାରୁ ଭାରତୀ ସିଂ ୮ ବର୍ଷ ବଡ଼ ହୋଇଥିଲେ ମଧ୍ୟ ଦୁହେଁ ବିବାହ କରିଥିଲେ। ଭାରତୀ ସିଂ ଟିଭିର ହସ କ୍ୱିନ୍‌ ଭାବରେ ମଧ୍ୟ ଜଣାଶୁଣା । ଦୀର୍ଘଦିନ ଧରି ଭାରତୀଙ୍କୁ ଡେଟ୍‌ କରିବା ପରେ ହର୍ଷ ୨୦୧୭ ରେ ବିବାହ କରିଥିଲେ।

ପରମିତ ସେଠୀ ଏବଂ ଅର୍ଚ୍ଚନା ପୁରନ ସିଂ
ଗୋଟିଏ ସମୟରେ ପରମିତ ଏବଂ ଅର୍ଚ୍ଚନାଙ୍କ ସମ୍ପର୍କକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ଦୁହେଁ ପରସ୍ପରକୁ ଛାଡି ନ ଥିଲେ। ପରମିତ ୧୯୯୨ରେ ତାଙ୍କଠାରୁ ୭ବର୍ଷ ବଡ଼ ଅର୍ଚ୍ଚନାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ୪ ବର୍ଷ ପର୍ଯ୍ୟନ୍ତ ଲିଭ୍‌-ଇନ୍‌ରେ ରହୁଥିଲେ ।

ଜୟ ଭାନୁଶାଲି ଏବଂ ମାହି ବିଜ
ଜୟ ଭାନୁଶାଲି ତାଙ୍କଠାରୁ ୨ ବର୍ଷ ବଡ଼ ମାହି ବିଜଙ୍କୁ ୨୦୧୧ରେ ବିବାହ କରିଥିଲେ। ଦୁହେଁ ବିବାହର କିଛି ଦିନ ପୂର୍ବରୁ ସମ୍ପର୍କ ରଖିଥିଲେ। ମାହି ବିଜ ଟେଲିଭିଜନ୍‌ ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।

ସୁୟାଶ ରାୟ ଏବଂ କିଶୋର ମର୍ଚାଣ୍ଟ
ଟେଲିଭିଜନ ଜଗତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ସୁୟାଶ ଏବଂ କିଶୋର ଅନ୍ୟତମ। ଦୁହେଁ ୨୦୧୬ରେ ବିବାହ କରିଥିଲେ। କିଶ୍ୱର ସୁୟାଶଙ୍କଠାରୁ ୮ ବର୍ଷ ବଡ଼।

ମୋହିତ ସେହଗଲ ଏବଂ ସନୟା ଇରାନୀ
ମୋହିତ ସେହଗଲ ୨୦୧୬ରେ ତାଙ୍କଠାରୁ ୨ ବର୍ଷ ବଡ ସନୟା ଇରାନୀଙ୍କୁ ବିବାହ କରିଥିଲେ। ଦର୍ଶକ ସନୟାଙ୍କ ସୁନ୍ଦର ହସ ଅଭିନୟ ପାଇଁ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri