ଏହିସବୁ ରୋଗ ପାଇଁ ମହୌଷଧି ଟମାଟୋ

ଟମାଟୋ ଏକ ଏପରି ପରିବା ଯାହା ସହଜରେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ବ୍ୟଞ୍ଜନର ସ୍ବାଦ ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ଓ ମିନେରାଲ ରହିଛି। ପାଚିଲା ଟମାଟୋଠାରୁ କଞ୍ଚା ଟମାଟୋ ସ୍ବାସ୍ଥ୍ୟଗତ କାରଣକୁ ନେଇ ଅଧିକ ଲାଭଦାୟୀ। ଅନେକ ରୋଗ ଲାଗି ଏହା ମହୌଷଧି ପରି କାମ କରେ। ଜାଣନ୍ତୁ ସେ ସବୁ ବିଷୟରେ..

କ୍ୟାନ୍‌ସର: ଟମାଟୋରେ ଲାଇକୋପିନ ନାମକ ଏକ ପୋଷକ ତତ୍ତ୍ୱ ରହିଥାଏ। ଏହା କ୍ୟାନ୍‌ସରର କୋଷକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ସପ୍ତାହରେ ୧୦ରୁ ଅଧିକ ଟମାଟୋ ଖାଇଲେ କ୍ୟାନ୍‌ସର ଆଶଙ୍କା ହୋଇ ନ ଥାଏ। ଏଣୁ ଏହାକୁ ସାଲାଡ ଭାବେ ଗ୍ରହଣ କରାଯାଇପାରେ।

ହୃଦ୍‌ଘାତ : ଟମାଟୋରେ ଫାଇବର, ପୋଟାସିୟମ ମାତ୍ରାଧିକ ଥାଏ। ଏହା ହୃଦ୍‌ଘାତ ସମସ୍ୟାରୁୁ ଦୂରେଇ ରଖିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ: ଏଥିରେ ଥିବା ପୋଷକ ତତ୍ତ୍ୱ ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏକ ସୁସ୍ଥ ଶିଶୁ ଜନ୍ମ କରିବା ପାଇଁ ଯେଉଁ ଭିଟାମିନ ଓ ପୋଷକ ତତ୍ତ୍ୱର ଆବଶ୍ୟକ ତାହା ଟମାଟୋରୁ ମିଳିଥାଏ।

ସୁନ୍ଦର ତ୍ୱଚା ପାଇଁ: ବଜାରରେ ମିଳୁଥିବା ରାସାୟନିକ ପଦାର୍ଥ ତ୍ୱଚା ସୁନ୍ଦରତା ପାଇଁ ବ୍ୟବହାର କରିବା ଅପେକ୍ଷା ଟମାଟୋକୁ ମୁହଁରେ ଘଷିଲେ ଏହା ତ୍ୱଚାକୁ ନରମ ଚିକ୍କଣ କରିବା ସହ ଚମକ ଆଣିଥାଏ। ଏଥିରେ ଥିବା ଲାଇକୋପିନ୍‌ ସୂର୍ଯ୍ୟକିରଣ ପ୍ରଭାବରୁ ମୁହଁକୁ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri