ଏସ୍‌ସିବି ମେଡିକାଲରେ ଦ୍ୱିତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ: ୨ ରୋଗୀ ପାଇଲେ ନୂଆ ଜୀବନ

କଟକ ଅଫିସ,୫ା୩- ବିଶ୍ୱ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା ନିଜ ନଁାରେ ଯୋଡିଛି ଏସ୍‌ସିବି ମେଡିକାଲ। ଜଣେ ମୃତ ମହିଳାଙ୍କ ଶରୀରରୁ କିଡ୍‌ନୀ ବାହାର କରି ଅନ୍ୟ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରିବାରେ ଗୁରୁବାର ସଫଳ ହୋଇଛି ଏସ୍‌ସିବି ମେଡିକାଲ। ଡାକ୍ତରୀ ଭାଷାରେ ଏହାକୁ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବୋଲି କୁହାଯାଏ। ବୁଧବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ(୪୬) ଦୁର୍ଘଟଣାରେ ଗୁରୁତର ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ଡାକ୍ତରମାନେ ତାଙ୍କୁ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ଘୋଷଣା କରିଥିଲେ। ଗତ ଦିନର ଦୁଇଟି ଅଙ୍ଗଦାନ ଘଟଣାରେ ପ୍ରଭାବିତ ହୋଇ ରାଜଲକ୍ଷ୍ମୀଙ୍କ ପରିବାରବର୍ଗ ମଧ୍ୟ ତାଙ୍କର କିଡ୍‌ନୀ ଦାନ ପାଇଁ ସମ୍ମତି ପ୍ରକାଶ କରିଥିଲେ। ପରେ ଉକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ୍‌ର ନେଫ୍ରୋଲୋଜି(କିଡ୍‌ନୀରୋଗ) ବିଭାଗର ମୁଖ୍ୟ ତଥା ସାଟୋର ନୋଡାଲ୍‌ ଅଧିକାରୀ ପ୍ରଫେସର ଡା. ଚିତ୍ତରଞ୍ଜନ କରଙ୍କୁ ଯୋଗାଯୋଗ କରାଯାଇଥିଲା। ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗୁରୁବାର ଭୋର୍‌ରେ ଉକ୍ତ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲା। ରାଜଲକ୍ଷ୍ମୀଙ୍କ ଶରୀରରୁ ଦୁଇଟି କିଡ୍‌ନୀ ବାହାର କରିବା ପାଇଁ ସକାଳ ସାଢେ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ରାଜଲକ୍ଷ୍ମୀଙ୍କ ଦୁଇଟି କିଡ୍‌ନୀକୁ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ଏହା ପୂର୍ବରୁ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। କିଡ୍‌ନୀ ଗ୍ରହଣ କରିବାକୁ ଥିବା ଦୁଇଜଣ ରୋଗୀ କାମାକ୍ଷାନଗରର ରତ୍ନାକର ମହାନ୍ତି(୫୭) ଏବଂ ମୟୂରଭଞ୍ଜର ରୀତାରାଣୀ ମହନ୍ତ(୪୬)ଙ୍କୁ ଅପରେଶନ ଥିଏଟରକୁ ନିଆଯାଇଥିଲା। ଦୁଇଟି କିଡ୍‌ନୀ ପ୍ରତିରୋପଣ ପାଇଁ ୧୧ଜଣ ଡାକ୍ତରଙ୍କୁ ନେଇ ଦୁଇଟି ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଥିଲା। ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡା. କର ଗୋଟିଏ ଦଳର ନେତୃତ୍ୱ ଓ ଡା. ହୋତା ଅନ୍ୟ ଦଳର ନେତୃତ୍ୱ ନେଇଥିଲେ। ସକାଳ ସାଢେ ୯ଟାରେ ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ଆରମ୍ଭ ହୋଇ ଅପରାହ୍ନ ୧ଟା ୨୦ମିନିଟ୍‌ରେ ଶେଷ ହୋଇଥିଲା।
ଅଙ୍ଗଦାନ ପାଇଁ ଆଗ୍ରହ ଦେଖାଇଲେ ଗ୍ରହଣକାରୀଙ୍କ ପରିବାରବର୍ଗ:
ରତ୍ନାକର ଏବଂ ରୀତାରାଣୀ ଦୁଇବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ବଞ୍ଚିବା ପାଇଁ ସାହାରା ଥିଲା ଡାଏଲିସିସ୍‌। ସପ୍ତାହକୁ ଦୁଇଦିନ ଡାଏଲିସିସ୍‌ ହେଉଥିଲା। ତଥାପି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ ଥିଲା। ଉଭୟଙ୍କ ପରିବାର ଲୋକେ ଏଥିରେ ଚିନ୍ତିତ ହୋଇ ଦିନ କାଟୁଥିଲେ। ଏଭଳି ଏକ ସମୟରେ ସେମାନଙ୍କୁ ନୂଆ ଜୀବନ ଦେଇଛନ୍ତି ରାଜଲକ୍ଷ୍ମୀ। ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହେବା ନେଇ ଡାକ୍ତରମାନେ ଘୋଷଣା କରିବା ପରେ ନିଜ ଖୁସିକୁ ଉଭୟ ପରିବାରର ସଦସ୍ୟମାନେ ରୋକିପାରି ନ ଥିଲେ। ଲୁହଭିଜା ଆଖିରେ ରାଜଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆତ୍ମାର ସଦ୍‌ଗତି କାମନା କରିଥିଲେ। ରାଜଲକ୍ଷ୍ମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ ରତ୍ନାକର ଓ ରୀତାରଣୀଙ୍କ ପୁର୍ନଜନ୍ମ ହୋଇଛି। ଭବିଷ୍ୟତରେ ଯଦି ଆମ ସହ କୌଣସି ପ୍ରକାର ଅଘଟଣ ଘଟେ, ତେବେ ଆମେ ମଧ୍ୟ ଅଙ୍ଗଦାନ କରିବୁ ବୋଲି ରତ୍ନାକର ଏବଂ ରୀତାରାଣୀଙ୍କ ପରିବାର ଲୋକେ କହିଛନ୍ତି।

ପ୍ରଥମେ ପ୍ରିୟଙ୍କା, ପରେ ସୁଚିତ୍ରା ଓ ଏବେ ରାଜଲକ୍ଷ୍ମୀ:
ଓଡ଼ିଶାରେ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଗତ ଫେବୃୟାରୀ ୪ ତାରିଖରେ ହୋଇଥିଲା। ଦାତା ଥିଲେ ଗଞ୍ଜାମ ଜିଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ର। ତାଙ୍କର ଦୁଇଟି କିଡ୍‌ନୀ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇଥିଲା। ସେହିଭଳି ଗତ ୨୬ତାରିଖରେ ଭୁବନେଶ୍ୱରର ସୁଚିତ୍ରା ଦାସଙ୍କୁ ଡାକ୍ତର ବ୍ରେନ୍‌ଡେଡ୍‌ ଘୋଷଣା କରିବା ପରେ ତାଙ୍କର କିଡ୍‌ନୀକୁ ଅନ୍ୟ ଦୁଇଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଗୁରୁବାର ରାଜଲକ୍ଷ୍ମୀଙ୍କ ଦୁଇଟି କିଡ୍‌ନୀକୁ ମଧ୍ୟ ୨ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri