ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ୨ କରୋନା ରୋଗୀ ଚିହ୍ନଟ

କଟକ ଅଫିସ,୬ା୬-ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜଠାରେ କରୋନାର ଲକ୍ଷଣ ସନ୍ଦେହ କରି ତିନି ଦିନ ତଳେ ଏସ୍‌ସିବିର କରୋନା ଓପିଡିକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ଡାକ୍ତର ସେମାନଙ୍କୁ ସେଠାରେ ଆଇସୋଲେଶନ୍‌ରେ ରଖିଥିଲେ। ଉଭୟଙ୍କ ସ୍ବାବ୍‌ ନମୁନା ଶୁକ୍ରବାର ପରୀକ୍ଷା ପାଇଁ ପଠାଯାଇଥିଲା। ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ଉଭୟଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ପଠାଇ ଦିଆଯାଇଛି ା ଏହି ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ହୋଇ ପାରି ନ ଥିବା ଜଣାପଡ଼ିଛି।