ଏସ୍‌ସିବି ଅଧୀକ୍ଷକଙ୍କ ଷ୍ଟେନୋ କୋଟିପତି: ଠାବହେଲା ୧ କୋଟି ୩ ଲକ୍ଷ ୬୪ ହଜାର ୮୮୦ ଟଙ୍କାର ସମ୍ପତ୍ତି

କଟକ ଅଫିସ, ୫ା୧୨: ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ କୁମାର ବସନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି ତଲାସି ୱାରେଣ୍ଟ ବଳରେ ଭିଜିଲାନ୍ସ କଟକ ଡିଭିଜନ ଅଧିକାରୀମାନେ ବୁଧବାର ବସନ୍ତରାଙ୍କ ଘର, ଅଫିସ ସମେତ ମୋଟ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି। ଚଢାଉ ହୋଇଥିବା ସ୍ଥାନଗୁଡ଼ିକ ହେଉଛି କଟକସ୍ଥିତ ତାଙ୍କ ସରକାରୀ କ୍ବାର୍ଟର୍ସ, ଜଗତପୁରର ଚମ୍ପତି ଗ୍ରାମରେ ଥିବା ୨ଟି କୋଠା, ଜଗତପୁର ନିମପୁରସ୍ଥିତ ଦୁଇ ମହଲା କୋଠା, କଟକରେ ଥିବା ଜଣେ ସମ୍ପର୍କୀୟଙ୍କ ଘର ଓ ଏସ୍‌ସିବି ପରିସରସ୍ଥ କାର୍ଯ୍ୟାଳୟ। ଏହି ସବୁ ସ୍ଥାନରେ ମୋଟ ୧ କୋଟି ୩ ଲକ୍ଷ ୬୪ହଜାର ୮୮୦ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ସମସ୍ତ ସମ୍ପତ୍ତି ବସନ୍ତରା ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ଜଗତପୁର ନିମପୁରଠାରେ ଥିବା ଦୁଇ ମହଲା କୋଠାର ମୂଲ୍ୟ ୫୧ ଲକ୍ଷ ୩୩ହଜାର ୩୮୭ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଚମ୍ପତ୍ତି ଗ୍ରାମରେ ଥିବା ଦୁଇଟି ଏକ ମହଲା କୋଠାରେ ବସନ୍ତରାଙ୍କ ୮ଲକ୍ଷ ଟଙ୍କାର ଭାଗ ରହିଛି । କଟକରେ ତାଙ୍କର ୪ଟି ପ୍ଲଟ ରହିଛି । ଉକ୍ତ ପ୍ଲଟ୍‌ ସମୂହର ମୂଲ୍ୟ ୪ଲକ୍ଷ ୯୯ହଜାର ୫୩୪ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବସନ୍ତରାଙ୍କର ୪ଲକ୍ଷ ୬୫ହଜାର ଟଙ୍କା ମୂଲ୍ୟର ଏକ କାର୍‌ ଥିବାବେଳେ ୧ ଲକ୍ଷ ୮୧ହଜାର ଟଙ୍କା ମୂଲ୍ୟର ଗୋଟିଏ ବୁଲେଟ ମୋଟରସାଇକେଲ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର ଥିବା ଭିଜିଲାନ୍ସ ତଲାସିରୁ ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କ, ପୋଷ୍ଟ ଅଫିସ ଓ ବୀମା ପଲିସିରେ ବସନ୍ତରା ୨୦ ଲକ୍ଷ ୬୫ହଜାର ୫୨୯ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ୫ ଲକ୍ଷ ୫୧ହଜାର ଟଙ୍କା ମୂଲ୍ୟର ସୁନା, ରୁପା ଗହଣା ଠାବ ହୋଇଛି। ଘରୁ ନଗଦ ୧ ଲକ୍ଷ ୩୪ ହଜାର ୪୧୦ ଟଙ୍କା ସମେତ ୫ଲକ୍ଷ ୩୫ ହଜାର ଟଙ୍କା ମୂଲ୍ୟର ଆସବାବପତ୍ର ଠାବ କରାଯାଇଛି। ଏହାବାଦ ବସନ୍ତରା ନିଜ ପୁଅ, ଝିଅଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri