ଏସ୍‌ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…

କଟକ ଅଫିସ ୨୪।୧୧: ଏସ୍‌ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍‌ ନିକଟରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତେବେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।

କହିରଖୁଛୁ, ଦିନକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଏସ୍‌ସିବି ଆସୁଛନ୍ତି। ସେମାନଙ୍କ ସହ ଗାଡ଼ି ମଧ୍ୟ ହସ୍ପିଟାଲ ପରିସରକୁ ଆସୁଛି। ଏହାକୁ ନେଇ ଗହଳି ହେଉଛି। ଏପରିକି ହର୍ନ ବାଜିବା ଦ୍ୱାରା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି କଟକଣା ଲାଗିବା ପରେ ଏସ୍‌ସିବି ପରିସରରେ ଶାନ୍ତି ବଜାୟ ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏପରି କରିବା ଦ୍ୱାରା ପାର୍କିଂ ସମସ୍ୟାକୁ ଦେଖି ଡାକ୍ତରଖାନା ବାହାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଠାରେ ଗାଡ଼ି ରଖି ମେଡିକାଲକୁ ପ୍ରବେଶ କରିହେବ। କେବଳ ଜରୁରିକାଳୀନ ଅବସ୍ଥାରେ ଗାଡ଼ି ଓ ଆମ୍ବୁଲାନ୍ସକୁ ହସ୍ପିଟାଲକୁ ପ୍ରବେଶ ଅନୁମତି ଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।