ଏସ୍‌ସିବିରେ କରୋନା ଭୁତାଣୁ ପରୀକ୍ଷା ସୁବିଧା କରିବାକୁ ଦାବି

ଭୁବନେଶ୍ୱର,୫।୩(ବ୍ୟୁରୋ)- ରାଜ୍ୟରେ ସମ୍ଭାବ୍ୟ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଓ ପ୍ରସ୍ତୁତିକୁ ତ୍ୱରାନ୍ବିତ କରାଯାଉଥିବାବେଳେ ଏବେ ସନ୍ଦିଗ୍ଧ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ା କରୋନା ଭୁତାଣୁ ପରୀକ୍ଷା ପାଇଁ ରାଜ୍ୟରେ କୌଣସି ସୁବିଧା ନଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସି ଠାରେ ଏଭଳି ସୁବିଧା ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମିଳିଛି ା
ପୂର୍ବରୁ ରକ୍ତ ପରୀକ୍ଷା କରିବା ପାଇଁ ପୁନାସ୍ଥିତ ଜାତୀୟ ଭାଇରୋଲୋଜି ପ୍ରତିଷ୍ଠାନକୁ ପଠାଯାଉଥିଲା ା ଅନ୍ୟପକ୍ଷରେ ଆଗାମୀ ଦିନରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା ରହିଥିବାରୁ ରକ୍ତ ନମୁନା ପରୀକ୍ଷା ପାଇଁ ଭିଡ଼ ବଢ଼ିପାରେ ା ଏହି ସମସ୍ୟା ଏଡାଇବା ପାଇଁ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଏକ ଚିଠି ଲେଖି ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ଠାରେ କରୋନା ଭୁତାଣୁ ପରୀକ୍ଷଣ ପାଇଁ ଆବଶ୍ୟକ ଟେଷ୍ଟିଂ ଲ୍ୟାବ୍‌ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଛନ୍ତି ା ଫଳରେ ଆଗାମୀ ଦିନରେ କରୋନା ସଂକ୍ରମଣ ମୁକାବିଲା ଦିଗରେ ଏହା ସହାୟକ ହୋଇପାରିବ ା