Categories: ବାଣିଜ୍ୟ

ଏସ୍‌ବିଆଇ ଜମା ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୩୦-୭: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଜମା ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ସୋମବାର ବ୍ୟାଙ୍କ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ସ୍ବଳ୍ପ ମିଆଦିର ୧୭୯ ଦିନ ପାଇଁ ସାବଧି ଜମା ଉପରେ ୫୦ରୁ ୭୫ ବେସିସ୍‌ ପଏଣ୍ଟ ବା ୦.୫ରୁ ୦.୭୫% ସୁଧ ହାର ହ୍ରାସ କରାଯାଇଛି। ବ୍ୟାଙ୍କ ଦୀର୍ଘମିଆଦି ରିଟେଲ ଟର୍ମ ଏବଂ ବଲ୍କ ଡିପୋଜିଟ୍‌ ସ୍କିମ୍‌ରେ ଦେଉଥିବା ସୁଧ ହାର ହ୍ରାସ କରିଛି। ଏସ୍‌ବିଆଇ ରିଟେଲ ଜମା ଉପରେ ସୁଧ ହାର ୦.୨୦% ଏବଂ ରିଟେଲ ବଲ୍କ ଜମା ଉପରେ ୦.୩୫% ସୁଧ ହାର ହ୍ରାସ କରିଛି। ଏସ୍‌୍‌ବିିଆଇ ଓ୍ବେବ୍‌ସାଇଟ ଅନୁଯାୟୀ ୨କୋଟି ଟଙ୍କାରୁ କମ୍‌ ରିଟେଲ ଡୋମେଷ୍ଟିକ୍‌ ଟର୍ମ ଡିପୋଜିଟ୍‌ ଉପରେ ୨-୩ ବର୍ଷର ଜମା ଯୋଜନାରେ ସୁଧ ହାରକୁ ୬.୭୫ପ୍ରତିଶତରୁ ୬.୭୦ ପ୍ରତିଶତକୁ ହ୍ରାସ କରାଯାଇଛି। ବରିଷ୍ଠ ନାଗରିକଙ୍କ ଲାଗି ସୁଧ ହାରକୁ ୭.୨୫ପ୍ରତିଶତରୁ ୭.୨୦ ପ୍ରତିଶତକୁ କମାଯାଇଛି। ଏଭଳି ଭାବେ ୩-୫ବର୍ଷର ଜମା ଯୋଜନା ଉପରେ ସୁଧ ହାର ୬.୭ରୁ ୬.୬୦କୁ ହ୍ରାସ କରାଯାଇଛି।

Share