ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌ ପୋଲିସଠାରୁ ଆରମ୍ଭ କରି ଜିଲା ସାଇଣ୍ଟିଫିକ୍‌ ଟିମ ସହ ଚାନ୍ଦିଲି ଥାନା ପୋଲିସ ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ ଟେର ପାଉନି ପୋଲିସ। ଅପରପକ୍ଷେ ବ୍ୟାଙ୍କ କର୍ତ୍ତୃପକ୍ଷ ତଦନ୍ତରେ ସହଯୋଗ କରୁ ନ ଥିବା ପୋଲିସ କହିଛି। ଏହି ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ହାତ ଥାଇପାରେ ବୋଲି ଚାନ୍ଦିଲି ପୋଲିସ ଅନୁମାନ କରୁଛି। ତେବେ ଲୁଟ୍‌ ଦିନରୁ ଏଟିଏମ୍‌ଟି ବନ୍ଦ ରହିଥିବା ଯୋଗୁ ଲୋକେ ହଇରାଣ ହେଉଛନ୍ତି। ଜେକେପୁର ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଏଠି ବାହାରୁ ମଧ୍ୟ ଅନେକ ଲୋକ ଆସନ୍ତି। ଆବଶ୍ୟକ ମୁତାବକ ଟଙ୍କା ନ ଥିବାରୁ ହଇରାଣ ହେଉଥିବା ସେମାନେ କହିଛନ୍ତି। ତେବେ ଏଟିଏମ୍‌କୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ୨୦ ଦିନ ତଳେ ଚାବି ଦିଆ ଯାଇଥିଲେ ମଧ୍ୟ ସେମାନେ ତାହା କାର୍ଯ୍ୟକ୍ଷମ କରାଇ ନାହାନ୍ତି। ଏ ନେଇ ଚ୍ୟାନେଲ ମ୍ୟାନେଜର ରାଜାରାମ ସାମଲଙ୍କୁ ପଚାରିବାରୁ, ସେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ କିଛି କହିପାରିବେ ନାହିଁ ା ଏହି ଘଟଣା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପୋଲିସକୁ ପ୍ରଦାନ କରାଯାଇଛି, ସେଠାରୁ ସଂଗ୍ରହ କରନ୍ତୁ ବୋଲି ବେପାରୁଆ ଭାବେ ଉତ୍ତର ରଖିଛନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଜେକେପୁର-କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାର ଏଲପିଏସ୍‌ ସ୍କୁଲ ସମ୍ମୁଖସ୍ଥ ଏସ୍‌ବିଆଇ ଏଟିଏମକୁ ମାର୍ଚ୍ଚ ୨୩ରେ ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ। ଖବର ପାଇ ଏସ୍‌ପି ଶ୍ରବଣ ବିବେକ ଏମ୍‌, ରାୟଗଡା ଏସ୍‌ଡିପିଓ ତପନ ନାରାୟଣ ରଥ, ଡିଏସପି ସତ୍ୟପ୍ରକାଶ ଭୂୟାଁ ଓ ଚାନ୍ଦିଲି ପୋଲିସକୁ ଘଟଣାର ତଦନ୍ତ ଭାର ଦେଇଥିଲେ। ଡଗ୍‌ସ୍କ୍ବାଡ଼୍‌, ସାଇଣ୍ଟିଫିକ୍‌ ଟିମ୍‌ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ୪ଜଣ ସାମିଲ ଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଇଥିଲେ ସୁଦ୍ଧା ସେମାନଙ୍କ ଚେହେରା ସ୍ପଷ୍ଟ ହୋଇ ପାରି ନ ଥିଲା। ଦୁର୍ବୃତ୍ତମାନେ ଏଟିଏମ୍‌କୁ ମେଶିନ୍‌କୁ ଏକ ବୋଲେରୋ (ଓଆର-୧୯ଏ-୪୮୬୦)ରେ ନେଇ ଯାଇଥିଲେ। ଉକ୍ତ ଗାଡିକୁ ପୋଲିସ ଘଟଣାର ପରଦିନ ୩୨୬ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ଘାଟି ପୂର୍ବରୁ ଥିବା ଲିଙ୍ଗାଗୁଡା ଗ୍ରାମ ନିକଟରୁ ଉଦ୍ଧାର କରିଥିଲା। ତେଲ ସରି ଯାଇଥିବାରୁ ଲୁଟେରାମାନେ ଏହି ଗାଡିକୁ ଛାଡି ଚାଲି ଯାଇଥିଲେ। ତେବେ ଘଟଣା ଦିନ ସକାଳେ ଗାଡି ଚୋରି ହୋଇଥିବା ନେଇ ମାଲିକ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲେ ମଧ୍ୟ ପୋଲିସ କୌଣସି ସୁରାକ୍‌ ପାଇ ନ ଥିଲା। ଏହି ଏଟିଏମ୍‌ରେ ୧୩ଲକ୍ଷ ୨୫ହଜାର ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଗଲା ଜୀବନ 

ରାୟଗଡା,୨୦।୧୨(ଆଶିଷ ରଞ୍ଜନ ପଣ୍ଡା): ଭୟଙ୍କର ଦୁର୍ଘଟଣା। ଟ୍ରକ୍‌-ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

ବସ୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri