Posted inଜାତୀୟ

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ,୪ା୬: ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ୫ ମାସ ତଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍‌ପି-ମାୟାବତୀଙ୍କ ବିଏସ୍‌ପିକୁ ନେଇ ଗଠନ ହୋଇଥିବା ମେଣ୍ଟ ଆପାତତଃ ଭାଙ୍ଗିଯାଇଛି। ଆଗାମୀ ଉପନିର୍ବାଚନ ବିଏସ୍‌ପି ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନରେ ମେଣ୍ଟକୁ ସେଭଳି ସଫଳତା ନ ମିଳିବା ପରେ ଏସ୍‌ପିଠାରୁ ବିଏସ୍‌ପି ଦୂରେଇ ଯିବାକୁ ମନସ୍ଥ କରିଛି। ସୋମବାର ବିଏସ୍‌ପି ସୁପ୍ରିମୋ ମାୟାବତୀ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ କହିଛନ୍ତି ଯେ, ଆଗାମୀ ଉପନିର୍ବାଚନରେ ଦଳ ୧୧ ଆସନରେ ଏକାକୀ ଲଢ଼ିବ । ଖାଲି ସେତିକି ନୁହେଁ’ ୨୦୨୨ ବିଧାନସଭା ନିର୍ବାଚନ ମଧ୍ୟ ବିଏସ୍‌ପି ଏକା ଲଢ଼ିବ ଓ କାହା ସହ ମେଣ୍ଟ କରିବ ନାହିଁ ବୋଲି ସେ କହିଛନ୍ତି॥ ନୂଆଦିଲ୍ଲୀରେ ନବନିର୍ବାଚିତ ଏମ୍‌ପି, ସଙ୍ଗଠନ କର୍ମକର୍ତ୍ତା, ସହଯୋଗୀ, ଜିଲା ସଭାପତିମାନଙ୍କ ବୈଠକରେ ମାୟାବତୀ ଏଭଳି ମତ ଦେଇଥିବା ଜଣାପଡ଼ିଛି।
ପୂର୍ବରୁ ଯାଦବ ଭୋଟକୁ ହାତେଇବା ଲାଗି ପ୍ରୟାସ କରି ଏସ୍‌ପି-ବିଏସ୍‌ପି ମେଣ୍ଟ ଗଠନ କରିବା ସହ ଏହା ଚିରସ୍ଥାୟୀ ରହିବ ବୋଲି କହିଥିଲେ। କିନ୍ତୁ ଏସ୍‌ପି ଯାଦବ ଭୋଟ ହାତେଇବାରେ ବିଫଳ ହେଲା। ଏମିତିକି ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଓ ତାଙ୍କ ପରିବାରର ଅନ୍ୟ ୨ଜଣ ସଦସ୍ୟ ପରାଜୟବରଣ କଲେ। ସାଧାରଣ ନିର୍ବାଚନରେ ଭାଜପାକୁ ୬୨ ଆସନ ମିଳିଥିବାବେଳେ ଏସ୍‌ପିକୁ ୫ ଓ ବିଏସ୍‌ପିକୁ ୧୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଯାଦବ ଭୋଟ ନ ମିଳିବା ପରେ ଏବେ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ମାୟାବତୀ ଏସ୍‌ପି ହାତ ଛାଡ଼ି ଏକା ଲଢ଼ିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏସ୍‌ପି-ବିଏସ୍‌ପି ମେଣ୍ଟ ଦ୍ୱାରା ଦଳକୁ ବହୁ କ୍ଷତି ସହିବାକୁ ପଡ଼ିଛି ବୋଲି ମାୟାବତୀ କହିଛନ୍ତି। ଏଥିସହ ୨୦୨୨ ବିଧାନସଭା ନିର୍ବାଚନ ବିଏସ୍‌ପି ସହ ମେଣ୍ଟକରି ଲଢ଼ିବା ଲାଗି ଯୋଜନା କରିଥିବା ଏସ୍‌ପିକୁ ଶକ୍ତ ଧକ୍କା ଲାଗିଛି। ମେଣ୍ଟରେ ଫାଟନେଇ ଦଳକୁ କୌଣସି ସୂଚନା ନାହିଁ କି ଉପନିର୍ବାଚନରେ ବିଏସ୍‌ପି ଏକା ନିର୍ବାଚନ ଲଢ଼ିବା ସମ୍ପର୍କରେ କିଛି ଅବଗତ କରାଯାଇ ନାହିଁ ବୋଲି ଏସ୍‌ପି ପକ୍ଷରୁ କୁହାଯାଇଛି। ବରିଷ୍ଠ ଏସ୍‌ପି ନେତା ରାଜେନ୍ଦ୍ର ଚୌଧୁରୀ ଏଭଳି ଅଭିଯୋଗକୁ ଖଣ୍ଡନ କରି ଦୁଇ ଦଳ ଏକାଠି ମେଣ୍ଟକରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri