Posted inଜାତୀୟ

ଏସ୍‌ପିଜି ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ସଂଶୋଧନ ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ପ୍ରସ୍ତାବିତ ବିଲ୍‌ ଅନୁଯାୟୀ କେବଳ ପ୍ରଧାନମନ୍ତୀ ଓ ତାଙ୍କ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟମାନଙ୍କୁ ଏସ୍‌ପିଜି ସୁରକ୍ଷା ମିଳିବ। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପର୍ଯ୍ୟନ୍ତ ସେ ଓ ତାଙ୍କ ସହ ସରକାରୀ ବାସଭବନରେ ରହୁଥିବା ପରିବାର ସଦସ୍ୟଙ୍କୁ ଏହି ସୁରକ୍ଷା ମିଳିବ। ଅଧିକାଂଶ ବିରୋଧୀ ସଦସ୍ୟ ବିଲ୍‌ ଉପରେ ସଂଶୋଧନ ପ୍ରସ୍ତାବ ଆଣିଥିଲେ ହେଁ ତାହା ବାଚନିକ ଭୋଟରେ କାଟ ଖାଇଯାଇଥିଲା।
ଏସ୍‌ପିଜିକୁ ଅଧିକ ଦକ୍ଷ କରିବା ବିଲ୍‌ର ଉଦ୍ଦେଶ୍ୟ ବୋଲି ଆଲୋଚନାରେ ଭାଗନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ କହିଥିଲେ। ପୂର୍ବ ସରକାର ଏହି ଆଇନକୁ କୋହଳ କରିଦେଇଥିବା ସେ ଅଭିଯୋଗ କରିଥିଲେ। ନରେନ୍ଦ୍ର ମୋଦିଙ୍କ ସରକାର ଆଣିଥିବା ସଂଶୋଧନ ଆଇନର ମୂଳ ଉଦ୍ଦେଶ୍ୟ ପୂରଣ କରିବ ବୋଲି ସେ କହିଥିଲେ। ଅଧିକାଂଶ ଦେଶରେ ଏଭଳି ସୁରକ୍ଷା ବ୍ୟବସ୍ଥା କେବଳ ରାଷ୍ଟ୍ରମୁଖ୍ୟଙ୍କ ପାଇଁ ରହିଛି। ଏହା କେବଳ ଶାରୀରିକ ସୁରକ୍ଷା ନୁହେଁ, ଏସ୍‌ପିଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁରକ୍ଷା ଦେବା ସହ ତାଙ୍କ ସ୍ବାସ୍ଥ୍ୟ ଓ ଯୋଗାଯୋଗର ମଧ୍ୟ ସୁରକ୍ଷା କରିଥାନ୍ତି ବୋଲି ଶାହ କହିଥିଲେ।
ବୀରବଲ୍‌ ନାଥ କମିଟିଙ୍କ ସୁପାରିସ କ୍ରମେ ୧୯୮୫ରେ ଏସ୍‌ପିଜି ଗଠନ ହୋଇଥିଲା। ଏଥିପାଇଁ ୧୯୮୮ରେ ଏକ ଆଇନ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଉକ୍ତ ଆଇନକୁ କୋହଳ କରିବା ଲାଗି ପୂର୍ବବର୍ତ୍ତୀ ସରକାରମାନେ ବିଭିନ୍ନ ସମୟରେ ଏଥିରେ ସଂଶୋଧନ କରିଛନ୍ତି। ଏକ ସଂଶୋଧନ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରିବାର ସଦସ୍ୟ ସୋନିଆ ଗାନ୍ଧୀ, ରାହୁଲ ଓ ପ୍ରିୟଙ୍କାଙ୍କୁ ଏସ୍‌ପିଜି ସୁରକ୍ଷା ଯୋଗାଇଦିଆଗଲା। ବର୍ତ୍ତମାନର ସରକାର ଏସ୍‌ପିଜି ପରିବର୍ତ୍ତେ ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri