ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ ଅବା ୨୦୧୮ରେ ତିତ୍‌ଲି  ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ ହାନୀ ହୋଇଛି। ଥରେ ବାତ୍ୟା ଏବଂ ବନ୍ୟା ହେଲା ପରେ ପ୍ରଭାବିତଙ୍କୁ ଯେଉଁ ସରକାରୀ ସହାୟତା ମିଳେ, ତାହା ଖୁବ୍‌ କମ୍‌ । ତେବେ ଗଂଜାମ ଜିଲାର ବାସିନ୍ଦାଙ୍କୁ ବାତ୍ୟା ଏବଂ ବନ୍ୟାର କ୍ଷୟକ୍ଷତିରୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେଇଛି ଜିଲା ପ୍ରଶାସନ ।

ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ୍‌ ଦେବା ପାଇଁ ଜିଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ଜିଲାର ୨୨ହଜାରରୁ ଉର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଏଥିରେ ସାମିଲ୍‌ କରାଯିବ ।

ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ଏବଂ ବନ୍ୟାର ମୁକାବିଲା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି।  ଗର୍ଭବତୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି ଆଦି ପଦକ୍ଷେପ ନିଆଯାଏ । ତେବେ ଦେଖିବାକୁ ମିଳିଛି ଯେ, ମୁକାବିଲା ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ବେଳେ ପ୍ରଶାସନ ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ରହୁଛି ମାନବ ସମ୍ବଳର ଅଭାବ । କେବଳ ସରକାରୀ କର୍ମଚାରୀମାନେ ଯଥେଷ୍ଟ ହେଉନାହାନ୍ତି। ଅଧିକ ମାନବ ସମ୍ବଳର ଆବଶ୍ୟକତା ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସାମିଲ୍‌ କରାଯିବ । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ହେଉ ଅବା ଖାଦ୍ୟ ପ୍ରଦାନ, ଏସବୁ କାର୍ଯ୍ୟକ୍ରମରେ ସେମାନଙ୍କୁ ବ୍ୟବହାର କରାଯିବ । ସରକାରଙ୍କ ବିଭିନ୍ନ ବିଭାଗରେ ସ୍ବତନ୍ତ୍ର ତାଲିମଦାତା ରହିଛନ୍ତି । ପ୍ରଥମେ ଏହି ତାଲିମଦାତାଙ୍କୁ ତାଲିମ୍‌ ପ୍ରଦାନ କରାଯିବ ।

ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ବନ ବିଭାଗ ଆଦି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ଏହି ତାଲିମଦାତାଙ୍କୁ ତାଲିମ୍‌ ଦେବେ । ପରେ ଏହି ତାଲିମଦାତାମାନେ ବ୍ଲକ ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତାଲିମ୍‌ ପ୍ରଦାନ କରିବେ । ପ୍ରଥମେ ଗୋଷ୍ଠୀଗୁଡ଼ିକର ସଭାନେତ୍ରୀମାନଙ୍କୁ ଏବଂ ପରେ ସଦସ୍ୟାମାନଙ୍କୁ ତାଲିମ୍‌ ପ୍ରଦାନ କରାଯିବ । ମୁଖ୍ୟତଃ ବାତ୍ୟା, ବନ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ଦୁର୍ଘଟଣା, ସାପ କାମୁଡ଼ା ଏବଂ ଭାସିଯାଉଥିବା ବେଳେ କେମିତି ଉଦ୍ଧାର କରାଯିବ ସେନେଇ ତାଲିମ୍‌ ଦିଆଯିବ । ବର୍ତ୍ତମାନ ତାଲିମ୍‌ ସଂପର୍କରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଖୁବ୍‌ ଶୀଘ୍ର ତାଲିମ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ଯୋଜନାର ସଫଳତାକୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବେଳେ ମାନବ ସମ୍ବଳ ସମସ୍ୟା ଦୂର ହେବ ବୋଲି କୁହାଯାଉଛି । ମିଶନ୍‌ ଶକ୍ତି ଏବଂ ଅନ୍ୟାନ୍ୟ ଯୋଜନାଗୁଡ଼ିକ ଦ୍ୱାରା ସରକାରଙ୍କ ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆମତ୍ନିର୍ଭରଶୀଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

ବିପର୍ଯ୍ୟୟ ମୁକାବିଲ୍‌ ତାଲିମ୍‌ ଏହି ଦିଗରେ ଆଉ ଏକ ଉଦ୍ୟମ । ଅନ୍ୟପଟେ ଗୋଷ୍ଠୀଗୁଡ଼ିକ ତରଫରୁ ମଧ୍ୟ ପ୍ରଶାସନକୁ ଏହି ପଦକ୍ଷେପକୁ ପ୍ରସଂସା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri