ଏସ୍‌ଏଚ୍‌ଜି ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତି ପ୍ରତ୍ୟାହାର: ଅଙ୍ଗନୱାଡି କେନ୍ଦ୍ରକୁ ମିଳିଲା ଦାୟିତ୍ୱ

ବ୍ରହ୍ମପୁର ଅଫିସ,୨ା୬-ଗଞ୍ଜାମ ଜିଲା ଅଙ୍ଗନୱାଡି କେନ୍ଦ୍ରକୁ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଦ୍ୱାରା ଅଣ୍ଡା ବଣ୍ଟନ ନିଷ୍ପତ୍ତିକୁ ସୋମବାର ଜିଲାପାଳ ପ୍ରତ୍ୟାହାର କରିଛନ୍ତି ା ଏସ୍‌ଏଚ୍‌ଜିଠାରୁ ଅଣ୍ଡା ବଣ୍ଟନ ଦାୟିତ୍ୱ ପ୍ରତ୍ୟହାର କରାଯାଇ ଅଙ୍ଗନୱାଡିକୁ ଦିଆଯିବାକୁ ଜିଲାପାଳ ନିର୍ଦ୍ଦେଶନାମାରେ ଉଲ୍ଳେଖ କରିଥିବା ଜଣାପଡିଛି ା ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୫ରୁ ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମହାନଗର ସମେତ ଜିଲାର ୨୨ ବ୍ଲ୍ଳକରେ ଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଅଣ୍ଡା ବଣ୍ଟନ କରିବାକୁ ୩ ଏସ୍‌ଏଚଜିକୁ ଦିଆଯାଇଥିଲା ା ଏହାକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ା