Posted inଖେଳ

ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ସେମିଫାଇନାଲରେ ହାରିଲା ଭାରତ

ମାନିଲା (ଫିଲିପାଇନ୍ସ), ୧୬ା୨ (ପି.ଟି.)- ଭାରତୀୟ ପୁରୁଷ ଦଳ ଏଠାରେ ଚାଲିଥିବା ଏସିଆ ଟିମ୍‌ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମିଫାଇନାଲରୁ ବିଦାୟ ନେଇଛି। ଦଳ ୨-୩ରେ ଦୁଇଥର ଚାମ୍ପିୟନ ଇଣ୍ଡୋନେସିଆଠାରୁ ପରାସ୍ତ ହୋଇଛି। ତେବେ ଏସିଆନ ଗେମ୍ସ ଚାମ୍ପିୟନ ଜୋନାଟାନ କ୍ରିଷ୍ଟିଙ୍କ ବିପକ୍ଷରେ ଲକ୍ଷ୍ୟ ସେନ୍‌ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଙ୍ଗଲ୍ସରେ ବିଶ୍ୱର ୩୧ନମ୍ବର ମାନ୍ୟତାପ୍ରାପ୍ତ ଲକ୍ଷ୍ୟ ବିଶ୍ୱର ୭ ନମ୍ବର ଖେଳାଳି ଜୋନାଟାନଙ୍କୁ ୨୧-୧୮, ୨୨-୨୦ରେ ହରାଇ ଦେଇଥିଲେ। ଆନ୍ଥୋନୀ ଜିନ୍‌ଟିଙ୍ଗ୍‌ଙ୍କ ବିପକ୍ଷ ପ୍ରଥମ ସିଙ୍ଗଲ୍ସର ଓପନିଂ ଗେମ୍‌ରେ ୬-୨୧ରେ ପଛୁଆ ଥିବା ଅବସ୍ଥାରେ ବି. ସାଇ ପ୍ରଣୀଥ ମ୍ୟାଚରୁ ଓହରି ଯାଇଥିଲେ। ଡବଲ୍ସ ଯୋଡ଼ି ଏମ୍‌. ଆର୍‌. ଅର୍ଜୁନ ଏବଂ ଧ୍ରୁବ କାପିଲା ଲଢୁଆ ପ୍ରଦର୍ଶନ କରି ତିନିଥର ବିଶ୍ୱ ଚାମ୍ପିୟନ ତଥା ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ମହମ୍ମଦ ଅହସାନ ଏବଂ ହେଣ୍ଡ୍ରା ସେଟିଓ୍ବାନ ଯୋଡ଼ିଙ୍କଠାରୁ ୧୦-୨୧, ୨୧-୧୪, ୨୧-୨୩ରେ ପରାଜିତ ହୋଇଥିଲେ। ଏହାଦ୍ୱାରା ଇଣ୍ଡୋନେସିଆ ୨-୧ରେ ଅଗ୍ରଣୀ ଲାଭ କରିନେଇଥିଲା। ପରେ ତୃତୀୟ ସିଙ୍ଗଲ୍ସରେ ୨୦୧୮ ସାର୍‌ଲର୍‌ଲକ୍ସ ଓପନ ଚାମ୍ପିୟନ ଶୁଭଙ୍କର ଦେ ବିଶ୍ୱର ୨୦ ନମ୍ବର ଖେଳାଳି ଶେସାର ହିରେନ୍‌ ରୁସ୍ତାଭିଟୋଙ୍କ ବିପକ୍ଷରେ ୨୧-୧୭, ୨୧-୧୫ରେ ଚମକପ୍ରଦ ବିଜୟ ହାସଲ କରିବା ଦ୍ୱାରା ଭାରତ ପୁଣି ମୁକାବିଲାକୁ ୨-୨ ସ୍ତରକୁ ନେଇ ଆସିଥିଲା। ମାତ୍ର ନିର୍ଣ୍ଣାୟକ ଡବଲ୍ସରେ ଚିରାଗ ଶେଟ୍ଟି ଏବଂ ଲକ୍ଷ୍ୟ ବିଶ୍ୱର ନମ୍ବର ଓ୍ବାନ ଯୋଡ଼ି ମାର୍କସ ଫର୍ନାଲ୍‌ଡି ଜିଡିଅନ ଏବଂ କେଭିନ୍‌ ସଞ୍ଜୟ ସୁକାମୁଲ୍‌ଜୋ ଯୋଡ଼ିଙ୍କ ଉଚିତ ମୁକାବିଲା କରି ନ ପାରି ମାତ୍ର ୨୪ ମିନିଟ୍‌ରେ ୨୧-୬, ୨୧-୧୩ରେ ହାରିଯାଇଥିଲେ। ସେମିଫାଇନାଲରେ ହାରି ଭାରତ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ହାସଲ କରିପାରିଛି। ପୂର୍ବରୁ ୨୦୧୬ ହାଇଦ୍ରାବାଦ ସଂସ୍କରଣରେ ପ୍ରଥମ ଥର ବ୍ରୋଞ୍ଜ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri