ଏସିଆର ଆଗାମୀ ଦଶନ୍ଧି

ଶରତ ଚନ୍ଦ୍ର ମିଶ୍ର
ଗତ କେତେବର୍ଷ ହେଲା ଏସିଆରେ ଅଭୂତପୂର୍ବ ପ୍ରଗତି ଘଟିଛି। ପ୍ରାୟ ୬୦୦ ନିୟୁତ ବ୍ୟକ୍ତିଙ୍କୁ ଗୋଟିଏ ପିଢ଼ିରେ ଦାରିଦ୍ର୍ୟରୁ ରକ୍ଷା କରିବାରେ ଚାଇନାର ସଫଳତା, ଚାଇନା ଓ ଜାପାନର ଅର୍ଥନୈତିକ ସଫଳତା, ଆମେରିକାର ସମାସ୍କନ୍ଦ ହେବା ଲାଗି ଚାଇନାର ପ୍ରୟାସ, ଭାରତ ଓ ଇଣ୍ଡୋନେସିଆର ପ୍ରଗତି ସାରା ଜଗତର ଦୃଷ୍ଟିଆକର୍ଷଣ କରିଛି। ଏସିଆର ପୁଞ୍ଜି ଲଗାଣ, ଏସିଆ ସହିତ ଆମେରିକା ଓ ୟୁରୋପର ବାଣିଜ୍ୟ, ଏସିଆବାସୀଙ୍କର ବିଦେଶ ଭ୍ରମଣ ଓ ଏସିଆରେ ବିମାନ ଯାତ୍ରୀଙ୍କ ସଂଖ୍ୟା ଆଦି ଆଶାତୀତ ଭାବରେ ବୃଦ୍ଧି ପାଇଛି। ପୃଥିବୀର ମଧ୍ୟବିତ୍ତ ଶ୍ରେଣୀର ଅର୍ଦ୍ଧେକ ଓ ନଗରବାସୀଙ୍କ ମଧ୍ୟରୁ ଦୁଇତୃତୀୟାଂଶ ବର୍ତ୍ତମାନ ଏସିଆରେ ବାସ କରୁଛନ୍ତି। କ୍ରୟ କ୍ଷମତା ସମତା ହିସାବରେ ବର୍ତ୍ତମାନ ଜଗତର ବିରାଟ ଅର୍ଥନୀତି ହେଲେ ଚାଇନା, ଆମେରିକା, ଭାରତ, ଜାପାନ, ଜର୍ମାନୀ ଓ ଇଣ୍ଡୋନେସିଆ। ତନ୍ମଧ୍ୟରୁ ଚାରୋଟି ଦେଶ ଏସିଆର। ଚାଇନାର Belt and Road initiative ଭବିଷ୍ୟତରେ ଗତ ଶତାବ୍ଦୀର ଆମେରିକାର ମାର୍ଶାଲ ଯୋଜନା ଭଳି ଏସିଆକୁ ପୁଞ୍ଜି ଯୋଗାଣ କରିବାରେ ସକ୍ଷମ ହେବ। ଆକଳନ କରାଯାଉଥିଲା ଯେ, ପୃଥିବୀଟା ଏସିଆକୈନ୍ଦ୍ରିକ ହେବା ଆଡ଼କୁ ଗତିକରୁଛି ଓ ଏସିଆର ପ୍ରଗତିର ମାନ ଓ ହାର, ୟୁରୋପର ଊନବିଂଶ ଶତାବ୍ଦୀର ପ୍ରଗତି ଓ ଆମେରିକାର ବିଂଶ ଶତାବ୍ଦୀର ପ୍ରଗତିଠାରୁ ଆଗେଇ ଯାଇପାରେ।
ବିଗତ ଦୁଇବର୍ଷର କେତେକ ଘଟଣା ଏସିଆ ଭୂଖଣ୍ଡକୁ ଅଗ୍ରଗାମୀ କରିବା ବଦଳରେ ପାଶ୍ଚାତ୍ୟର ଅନୁଧାବନ କରିବାକୁ ବାଧ୍ୟ କରିଛି। ଆମେରିକା ଓ ଚାଇନା ମଧ୍ୟରେ ତିକ୍ତତା ଏହାର ପ୍ରମୁଖ କାରଣ। ଚାଇନା ନିର୍ମିତ ଓ୍ବାଶିଙ୍ଗ ମେଶିନ ଓ ସୋଲାର ପାନେଲ ଉପରେ ଆମେରିକା ଶୁଳ୍କ ବସାଇବା ପରେ ଏ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେଲା। ଚାଇନା ପାଶ୍ଚାତ୍ୟ ଦେଶରୁ ଜ୍ଞାନକୌଶଳ ଚୋରିକରି ଓ ନିଜର ଶ୍ରମିକମାନଙ୍କୁ ଉଚିତ ପାଉଣା ପ୍ରଦାନ ନ କରି, ଶସ୍ତାରେ ଜିନିଷ ସବୁ ଉତ୍ପାଦନ କରୁଛି ଏବଂ ଏହିସବୁ ଶସ୍ତା ଉତ୍ପାଦିତ ପଦାର୍ଥ ଅନ୍ୟ ଦେଶଗୁଡ଼ିକର ଅର୍ଥନୀତିକୁ ଦୁର୍ବଳ କରୁଛି ବୋଲି ଅଭିଯୋଗ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ତାଙ୍କ ଦେଶର ଉଭୟ ଦଳର ସମର୍ଥନରେ ଚାଇନା ସହ ଛାୟାଯୁଦ୍ଧ ଆରମ୍ଭ କରିଦେଲେ। ବିଗତ ଶତାବ୍ଦୀରେ ରୁଷିଆର ପ୍ରଭାବକୁ କ୍ଷୁଣ୍ଣ କରିବା ନିମନ୍ତେ ଆମେରିକା ଯେପରି containment of communion କୌଶଳ ପ୍ରୟୋଗ କରିଥିଲା, ଠିକ୍‌ ସେହିପରି ଚାଇନାର ଅଭିଳାଷ ଓ ପ୍ରତିପତ୍ତିକୁ ହ୍ରାସ କରିବା ନିମନ୍ତେ ଆମେରିକା ସବୁ ଦିଗରୁ ଉଦ୍ୟମ ଆରମ୍ଭ କରିଦେଇଛି।
ଚାଇନା ରପ୍ତାନି କରୁଥିବା ଦ୍ରବ୍ୟ ଉପରେ ଶୁଳ୍କ, ପାଶ୍ଚାତ୍ୟ ଦେଶରୁ ଚାଇନାର ଜ୍ଞାନକୌଶଳ ଚୋରି ବନ୍ଦ, ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ଚାଇନାକୁ ଋଣ ପ୍ରଦାନରେ ବାଧା ପ୍ରଦାନ, ସିଙ୍ଗାପୁର, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ସହିତ ସାମରିକ ସହଯୋଗ ବୃଦ୍ଧି ଓ ସଦ୍ୟ ସମାପ୍ତ ନାଟୋର ସପ୍ତଦଶ ବର୍ଷ ପାଳନ ସମୟରେ ଚାଇନାକୁ ହିଁ ପ୍ରଧାନ ଶତ୍ରୁ ଭାବେ ବିବେଚନା କରିବା ନିମନ୍ତେ ଆମେରିକାର ପ୍ରସ୍ତାବ ଆଦି ଏ କୌଶଳର ଅଂଶବିଶେଷ। ଆମେରିକାର ଏ ଶତ୍ରୁଭାବାପନ୍ନ ଆଚରଣ ହେତୁ ଚାଇନାର ରପ୍ତାନି ଓ ଜିଡିପି କ୍ରମାଗତ ଭାବରେ ହ୍ରାସ ପାଇବାକୁ ଲାଗିଛି। ଡିସେମ୍ବର ୧୫ ତାରିଖଠାରୁ ଅଧିକ ଆମେରିକାନ ବାଣିଜ୍ୟ ଶୁଳ୍କ ଭୟରେ ଚାଇନା ଆମେରିକାଠାରୁ ବାର୍ଷିକ ୫୦ ବିଲିୟନ ଡଲାରର କୃଷିଜାତ ଦ୍ରବ୍ୟ ଆମଦାନି କରିବାକୁ ରାଜି ହୋଇଛି। ପକ୍ଷାନ୍ତରେ ଚାଇନା Belt and Road ଓ ଆଞ୍ଚଳିକ ଅର୍ଥନୈତିକ ସହଯୋଗ ଯୋଜନା କରି ଏସିଆ ଓ ପାର୍ଶ୍ୱବର୍ତ୍ତୀ ଦେଶଗୁଡ଼ିକରେ ନିଜର ପ୍ରଭାବ ଓ ବାଣିଜ୍ୟ ବୃଦ୍ଧି କରିବାକୁ ଉଦ୍ୟମ କରୁଛି। ଏ ଦୁଇଟି ଯାକ ଯୋଜନାରେ ଭାରତର ଅସହଯୋଗ ଚାଇନାକୁ ଅସୁବିଧାରେ ପକାଇଛି ଓ ଭାରତ ଯୋଗ ନ ଦେଲେ ଆଞ୍ଚଳିକ ଅର୍ଥନୈତିକ ସହଯୋଗରେ ଜାପାନ ଭାଗୀ ହେବନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏ ଯୋଜନାଗୁଡିକ ହେଉଛି ଶସ୍ତା ଚାଇନା ପଦାର୍ଥ ଅନ୍ୟ ଦେଶର ବଜାରକୁ ପ୍ରବେଶ ଉଦ୍ୟମ।
ଏସିଆର ବିଭିନ୍ନ ଦେଶରେ ଚାଇନା ୯ ବିଲିୟନ ଆମେରିକାନ ଡଲାରର ପୁଞ୍ଜି ଲଗାଣ କଲାଣି। ସେଥିରୁ ଅର୍ଦ୍ଧେକ କାଜାକସ୍ତାନ ଓ ପାକିସ୍ତାନରେ। ଚାଇନା ପୁଞ୍ଜି ଶତକଡା ୯୫ ଭାଗ ଭିତ୍ତିଭୂମି ସଂରଚନାରେ ଲଗାଣ କରେ। ସେଗୁଡିକର ଫଳ ଅନେକ ବର୍ଷ ପରେ ପ୍ରାପ୍ତ ହୁଏ। ଜିନ୍‌ଜିଆଙ୍ଗ୍‌ ପ୍ରଦେଶରେ ମୁସଲମାନମାନେ ନିର୍ଯାତିତ ହେଉଥିବାର ଅଭିଯୋଗ ହେତୁ, ଉଭୟ ପାକିସ୍ତାନ ଓ କାଜାକସ୍ତାନରେ ପ୍ରଚ୍ଛନ୍ନ ଚାଇନାବିରୋଧୀ ମନୋଭାବ ରହିଛି। ଚାଇନା ଯେଉଁ ଦେଶରେ ପୁଞ୍ଜି ଲଗାଣ କରୁଛି ସେଠାରେ ସେ ପୁଞ୍ଜି ଫଳ ପ୍ରଦାନ କରିବାରେ ବିଳମ୍ବ ହେବା ହେତୁ, ସେ ଦେଶଗୁଡ଼ିକ ଋଣ ପରିଶୋଧ କରିପାରୁ ନାହାନ୍ତି ଓ ଋଣଗ୍ରସ୍ତ ହୋଇଯାଇଛନ୍ତି। ଶ୍ରୀଲଙ୍କା ତାହାର ପ୍ରକୃଷ୍ଟ ଉଦାହରଣ। ଫଳତଃ ଚାଇନା ପାଖରେ ଯଥେଷ୍ଟ ଅର୍ଥ ଲଗାଣ ନିମନ୍ତେ ମହଜୁଦ ଥିଲେ ମଧ୍ୟ ଭାରତ ସମେତ ଅନେକ ଦେଶ ଏ ପୁଞ୍ଜି ଲଗାଣ ନିମନ୍ତେ ଅନାଗ୍ରହୀ।
ସାମରିକ ଓ ଆର୍ଥିକ ଶକ୍ତିରେ ବଳୀୟାନ ଚାଇନା ନିଜର ପଡ଼ୋଶୀ ଦେଶଗୁଡ଼ିକ ସହିତ ବଡ଼ଭାଇସୁଲଭ ଆଚରଣ ପ୍ରଦର୍ଶନ କରୁଛି। ଦକ୍ଷିଣ ଚାଇନା ସାଗରରେ କୃତ୍ରିମ ବାଲି ଦ୍ୱୀପ ନିର୍ମାଣ କରି, ସେଠାରେ ନିଜର ନୌବହର ମୁତୟନ କରିବା ଫଳରେ ଭିଏତ୍‌ନାମ ଓ ଫିଲିପାଇନ୍ସରେ ତୀବ୍ର ଚାଇନାବିରୋଧୀ ମନୋଭାବ ପ୍ରକାଶ ପାଉଛି। ନିଜର ସମସ୍ତ ପାର୍ଶ୍ୱବର୍ତ୍ତୀ ଦେଶଗୁଡ଼ିକ ସହିତ ସୀମା ବିବାଦର ସମାଧାନ କରିଥିଲେ ମଧ୍ୟ ଭାରତ ସହିତ ସୀମା ବିବାଦକୁ ଜାଣିଶୁଣି ଅସମାହିତ ରଖୁଛି ଓ ଏହା ଆଗାମୀ ପିଢ଼ିର କର୍ତ୍ତବ୍ୟ ହେବ ବୋଲି ଇଙ୍ଗିତ କରୁଛି। ଭାରତ ଉପରେ ଚାପ ସୃଷ୍ଟି ବଜାୟ ରଖିବା ଏହାର ଲକ୍ଷ୍ୟ। ଭାରତକୁ ଉପମହାଦେଶରେ ବିଭିନ୍ନ ସମସ୍ୟା ସହ ଜଡିତ ରଖିତ୍ ବିଶ୍ୱ ଦରବାରରେ ଭାରତର ପ୍ରଭାବ ହ୍ରାସ କରିବା ଚାଇନାର ଲକ୍ଷ୍ୟ। ଯେଉଁ ଜାପାନର ପୁଞ୍ଜିଲଗାଣ ଫଳରେ ଚାଇନାର ଆର୍ଥିକ ଅଭ୍ୟୁଦୟ ଘଟିଲା, ସେଇ ଜାପାନ ପ୍ରତି ବିରୋଧଭାବ ପୋଷଣ କରିବା ଫଳରେ ଜାପାନକୁ ଦେଶରକ୍ଷା ଦିଗରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି। ସିଙ୍ଗାପୁରର ଏକ ସର୍ବେକ୍ଷଣରୁ ସୂଚିତ ହୁଏ ଯେ, ପୂର୍ବ ଏସିଆର ଜନସାଧାରଣ ଚାଇନା ରାଷ୍ଟ୍ରପତିଙ୍କୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଜାପାନ ପ୍ରଧାନମନ୍ତ୍ରୀ ଆବେ ଓ ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଧିକ ବିଶ୍ୱାସଯୋଗ୍ୟ ନେତା ବୋଲି ବିବେଚନା କରନ୍ତି। ଭାରତ ଉପମହାଦେଶରେ ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖିବାରେ ଚେଷ୍ଟିତ ଓ କଶ୍ମୀର ବାବଦରେ ପାକିସ୍ତାନର କୌଣସି ଦାବି ବା ଆଶା ପୂରଣ କରିବା ନିମନ୍ତେ ଆଗ୍ରହୀ ନୁହେଁ। ଭାରତରେ ଅଭିବୃଦ୍ଧିର ହାର ହ୍ରାସ ପାଇବା ଆରମ୍ଭ ହେଲାଣି ଓ ଅଗାମୀ କିଛିବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ଅଭିଳାଷ ସୁଦୂରପରାହତ ମନେହୁଏ। ଜାପାନର ଆର୍ଥିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଉଛି ଓ ନିଜର ବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକ ସମସ୍ୟା ନେଇ ଦେଶ ଆକଣ୍ଠ ହେଲାଣି।
ଏସିଆର ମଧ୍ୟବର୍ଗ ଦେଶ ଇଣ୍ଡୋନେସିଆ, ମାଲେସିଆ, ପାକିସ୍ତାନ ଓ ମ୍ୟାନ୍‌ମାର ମଧ୍ୟରେ ପ୍ରଥମ ଦୁଇ ଦେଶ ଆର୍ଥିକ ଦୃ୍‌ଷ୍ଟିରୁ ସ୍ବଚ୍ଛଳ ଥିଲେ ମଧ୍ୟ ଆଭ୍ୟନ୍ତରୀଣ ଗଣ୍ଡଗୋଳ ଲାଗିରହିଛି ଓ ଶେଷୋକ୍ତ ଦୁଇଦେଶ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି। ମଧ୍ୟପ୍ରାଚ୍ୟରେ ଅଶାନ୍ତି, ଇରାନ ଓ ସୁନ୍ନି ଦେଶଗୁଡ଼ିକ ମଧ୍ୟରେ ବିଭେଦ ସହ ପାଲେଷ୍ଟାଇନ ଓ ଇସ୍ରାଏଲ ବିବାଦର ଅନ୍ତ ଘଟୁନି ଓ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଉଛି। ରୁଷିଆର ଭୂଭାଗ ୟୁରୋପ ଅପେକ୍ଷା ଏସିଆରେ ଅଧିକ ରହିଛି। ରୁଷିଆ କିନ୍ତୁ କେବେ ଏସିଆର ନେତୃତ୍ୱ ନେଇ ପାରିନାହିଁ ଓ ବର୍ତ୍ତମାନ ଚାଇନାର ସହଯୋଗୀ ରାଷ୍ଟ୍ର ଭାବରେ କାର୍ଯ୍ୟ କରୁଛି। ନିଜକୁ ଆର୍ଥିକ ଦୁରବସ୍ଥାରୁ ରକ୍ଷା କରିବା ନିମନ୍ତେ ଚାଇନାକୁ ପ୍ରଚୁର ପରିମାଣର କଞ୍ଚାମାଲ ବିକ୍ରୟ କରୁଛି। ରୁଷିଆ ନେତା ପୁଟିନ୍‌ଙ୍କର ଦେଶରେ ପ୍ରଭାବ ହ୍ରାସ ପାଉଛି। ଏହିସବୁ କାରଣ ହେତୁ, ଏସିଆର ଅଗ୍ରଗତିରେ ବାଧା ସୃଷ୍ଟି ହୋଇଛି ଓ ନିକଟ ଭବିଷ୍ୟତରେ ପୃଥିବୀଟା ଏସିଆ କୈନ୍ଦ୍ରିକ ହେବା ଆଶା କ୍ଷୀଣ। ଚାଇନା ସକାରାତ୍ମକ ମନୋଭାବ ପୋଷଣ କରି ଭାରତ ସହିତ ସହଯୋଗ କଲେ ଓ ପାର୍ଶ୍ୱବର୍ତ୍ତୀ କ୍ଷୁଦ୍ର ଦେଶଗୁଡ଼ିକୁ ଆର୍ଥିକ ଶୋଷଣର ଉଦ୍ୟମ ବନ୍ଦ କଲେ, ଉଭୟ ଦେଶର ପ୍ରଗତି ସହିତ ଏସିଆର ପ୍ରଗତି ସମ୍ଭବପର।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri